ରାଜ୍ୟ ସରକାରଙ୍କ ଅସହଯୋଗ ଯୋଗୁଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଓ ପ୍ରକଳ୍ପ ମନ୍ଥର ଗତିରେ ଚାଲିଛି: ଧର୍ମେନ୍ଦ୍ର

Published By : Prameya-News7 Bureau | February 23, 2019 IST

ଭୁବନେଶ୍ବର୨୩|୨: ରାଜ୍ୟରେ କେନ୍ଦ୍ରୀୟ ପ୍ରକଳ୍ପଗୁଡିକର କାମ ଠିକ ଢଂଗରେ ଆଗାଉ ନାହିଁ । ଏଥିରେ ରାଜ୍ୟ ସରକାର ତତ୍ପରତା ପ୍ରଦର୍ଶନ କରୁ ନାହାଁନ୍ତି ବୋଲି ଆଜି ପୁଣି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିଯୋଗ କରିଛନ୍ତି । ରାଜ୍ୟରେ ଚାଲିଥିବା ବିଭିନ୍ନ କେନ୍ଦ୍ରୀୟ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଭୁବନେଶ୍ବର ସ୍ବତନ୍ତ୍ର ପ୍ରଦକ୍ଷିଣ ଗୃହଠାରେ କେନ୍ଦ୍ରମନ୍ତ୍ରୀ ସମୀକ୍ଷା କରିଥିଲେ । ଏଥିରେ ନାଲକୋ, ରେଳବାଇ, ଏନଟିପିସି, ଆଇଓସିଏଲ, ଏନଏଚଏଆଇ, ଏମସିଏଲର ଅଧିକାରୀ ମାନେ ଯୋଗ ଦେଇଥିଲେ ।

ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବାପରେ ମନ୍ତ୍ରୀ କହିଥିଲେ ଯେ, ସବୁ ଯୋଜନା ମନ୍ଥର ଗତିରେ ଚାଲିଛି । ରାଜ୍ୟ ସରକାର ସହଯୋଗ କରୁନାହାଁନ୍ତି । ଏପରିକି ଆମନ୍ତ୍ରଣ କରାଯାଇଥିଲେ ମଧ୍ୟ ମୁଖ୍ୟ ଶାସନ ସଚିବ ବା ତାଙ୍କର କୌଣସି ପ୍ରତିନିଧି ଏହି ବୈଠକରେ ଯୋଗ ଦେଇନଥିଲେ । ଏହାକୁ ନେଇ ମଧ୍ୟ ଧର୍ମେନ୍ଦ୍ର କ୍ଷୋଭ ପ୍ରକାଶ କରିଥିଲେ ।

ସୂଚନାଯୋଗ୍ୟ ଯେ, କେନ୍ଦ୍ରୀୟ ପ୍ରକଳ୍ପ ତ୍ବରାନ୍ବିତ ହେଲେ ଭାରତୀୟ ଜନତା ପାର୍ଟି ବା ମୋଦି ବାହାବା ନେଇଯିବେ ବୋଲି ରାଜ୍ୟ ସରକାର ଭୟଭୀତ ଥିବା ଧର୍ମେନ୍ଦ୍ର ଭାରମ୍ବାର ଅଭିଯୋଗ କରି ଆସୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.