ରାଜ୍ୟପାଳ ଓ ମମତାଙ୍କ ମଧ୍ୟରେ ପୁଣି ଥରେ ଘନେଇଲା ବିବାଦ, ଧନଖଡ କହିଲେ- ରାଜଭବନ ଉପରେ ରଖାଯାଉଛି ନଜର

Published By : Prameya-News7 Bureau | August 16, 2020 IST

କୋଲକାତା ୧୬।୦୮: ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନଖଡ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ପୁଣି ଥରେ ତିକ୍ତତା ଦେଖିବାକୁ ମିଳିଛି। ରବିବାର ରାଜ୍ୟପାଳ ଅଭିଯୋଗ କରିଛନ୍ତି ଯେ ରାଜଭବନ ଉପରେ ନଜର ରଖାଯାଉଛି। ଏହା ସହିତ ରାଜ୍ୟରେ ଅରାଜକତାର ମାହୋଲ ରହିଥିବା ସେ କହିଛନ୍ତି। ଧନଖଡ ସ୍ଵାଧୀନତା ଦିବସ ଅବସରରେ ରାଜଭବନରେ ଆୟୋଜିତ ଏକ ନୈଶ୍ୟ ଭୋଜିରେ ମମତା ବାନାର୍ଜୀଙ୍କ ଅନୁପସ୍ଥିତିକୁ ନେଇ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

wp:html /wp:html

ଧନଖଡ ରବିବାର କହିଛନ୍ତି ରାଜଭବନ ଉପରେ ନଜର ରଖାଯାଉଛି। ଏଥିରେ ସଂସ୍ଥାର ଭାବମୂର୍ତ୍ତି ମଳିନ ହେଉଛି। ଧନଖଡ ଦାବି କରିଛନ୍ତି ବିଭିନ୍ନ ପ୍ରସଙ୍ଗକୁ ନେଇ ଗତ ବର୍ଷ ରାଜ୍ୟର ତୃଣମୂଳ କଂଗ୍ରେସ ସହିତ ବିବାଦ  ଲାଗି ରହିଛି। ରାଜ୍ୟରେ ସଂପ୍ରତି ଅରାଜକତାର ମାହୋଲ ରହିଛି। ଗଣମାଧ୍ୟମ ପ୍ରତିନିଧି ସହ ଆଲୋଚନା ବେଳେ ଧନଖଡ କହିଛନ୍ତି ମୁଁ ଆପଣ ସମସ୍ତଙ୍କୁ କହିବାକୁ ଚାହୁଁଛି ରାଜଭବନ ଉପରେ ନଜର ରଖାଯାଉଛି। ଏଥିରେ ରାଜଭବନର ଗୁରୁତ୍ଵ ହ୍ରାସ ପାଉଛି ଏବଂ ସମ୍ମାନହାନୀ ଘଟୁଛି। ମୁଁ ଏହାର ପବିତ୍ରତା ରକ୍ଷା ପାଇଁ ସବୁ କିଛି କରିବି ବୋଲି ସେ କହିଛନ୍ତି।

ଆସିଲେନି ମମତା, ଖାଲି ପଡିଲା ସିଟ୍

{"id":315391,"sizeSlug":"large"}

ଅଗଷ୍ଟ ୧୫ରେ ରାଜଭବନରେ ଆୟୋଜିତ ନୈଶ୍ୟ ଭୋଜିକୁ ମମତା ବାନାର୍ଜୀଙ୍କୁ ଆମନ୍ତ୍ରିତ କରାଯାଇଥିଲା। କିନ୍ତୁ ସେ ଆସିନଥିଲେ। ଫଳରେ ରାଜ୍ୟପାଳଙ୍କ ଡାହାଣ ପାର୍ଶ୍ଵ ଆସନ ଖାଲି ପଡିଥିଲା। ପରେ ରାଜ୍ୟପାଳ ଏହି ସମୟର ଫଟୋ ଟ୍ଵିଟ୍ କରିଛନ୍ତି ସ୍ଵାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଅଧିକାରୀଙ୍କ ଅନୁପସ୍ଥିତି ମୋ ସହିତ ଅନେକ ଲୋକଙ୍କୁ ଆଚମ୍ବିତ କରିଛି। ଦ୍ଵିତୀୟ ଟ୍ଵିଟ୍‌ରେ କହିଛନ୍ତି ଖାଲି ଆସନ ସବୁ କିଛି ଦର୍ଶାଉଛି। ମୁଖ୍ୟମନ୍ତ୍ରୀ ଏମିତି ଏକ ଅପ୍ରିୟ ମାହୋଲ ସୃଷ୍ଟି କଲେ ଯାହା ପଶ୍ଚିମବଙ୍ଗର ସମୃଦ୍ଧ ସଂସ୍କୃତି ଓ ମୂଲ୍ୟ ସହିତ ମେଳ ନାହିଁ। ଏମିତି କରିବା ପଛରେ କୌଣସି ତର୍କ ଦିଆଯାଇପାରିବ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.