ଆସନ୍ତା କାଲି ପୁଣି ଗୃହରେ ଉଠିପାରେ ସ୍ମୀତାରାଣୀ ମୃତ୍ୟୁ ପ୍ରସଙ୍ଗ
17/11/2019 at 9:10 PM

ଭୁବନେଶ୍ୱର ୧୭।୧୧ – ଆସନ୍ତା କାଲି ପୁଣିଗୃହରେ ଉଠିପାରେ ସ୍ମୀତାରାଣୀ ମୃତ୍ୟୁ ପ୍ରସଙ୍ଗ ।ଏହି ପ୍ରସଙ୍ଗକୁ ନେଇ ବିଜେପି ବାଚସ୍ପତିଙ୍କ ପାଖରେ ଫେରାଦ ହୋଇପାରେ । ଏମିତି ସୂଚନା ଦେଇଛି ଦଳ । ବିଧାନସଭା ଶୀତ ଅଧିବେଶନ ଆରମ୍ଭରୁ ସ୍ମୀତାରାଣୀ ମତ୍ୟୁ ପ୍ରସଙ୍ଗକୁ ନେଇ ପ୍ରତିବାଦ କରି ଆସୁଛି ବିଜେପି ।ପ୍ରସଙ୍ଗରେ ମୋସନ ଆକାରରେ ଆଲୋଚନା ଓ ସିବିଆଇ ତଦନ୍ତ ଦାବିରେ ବିଜେପି ପ୍ରଥମ ଦିନ ଗୃହରେ ନାରାବାଜି କରିଥିଲା ।
ପରେ ମୁହଁରେ କଳାପଟି ବାନ୍ଧି ନିରବ ପ୍ରତିବାଦ ସହ ଗୃହ କାର୍ଯ୍ୟରେ ଭାଗ ନେଇ ନଥିଲା । ବିରୋଧୀ ଦଳ ନେତା ଓ ଉପନେତାଙ୍କୁ ବାଚସ୍ପତି କହିବାର ସୁଯୋଗ ନଦେବା ଅଭିଯୋଗରେ ଗତକାଲି ବିଜେପି ବିଧାୟକ ମାନେ ମୁହଁରେ କଳାପଟି ବାନ୍ଧି ଗାନ୍ଧିପ୍ରତିମୃତି ତଳେ ଧାରଣା ଦେଇଥିଲେ । ସେପଟେ ଶାସକ ଦଳର ଯୁକ୍ତି ସରକାର ସବୁ ପ୍ରସଙ୍ଗକୁ ଆଲୋଚନା କରିବାକୁ ଚାହାଁନ୍ତି । ବିରୋଧୀ ମାନେ ଗୃହ କାର୍ଯ୍ୟରେ ଭାଗ ନିଅନ୍ତୁ ଓ ଗୃହ ସ୍ବାଭିକ ହେଉ, କିନ୍ତୁ ବିରୋଧୀ ଶୁଣିବାକୁ ନାରାଜ ।