Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ପୁଣି ମମତାଙ୍କୁ ଶାହାଙ୍କ ଟାର୍ଗେଟ୍ : କହିଲେ, ‘ବେଙ୍ଗଲବାସୀଙ୍କୁ ଭକୁଆ ବନାଉଛନ୍ତି ମମତା ବାନାର୍ଜୀ, ନିର୍ବାଚନ ପରେ ଏକା ରହିଯିବେ ଦିଦି’

31/01/2021 at 4:13 PM

କୋଲକାତା ୩୧/୦୧ : ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତି ସରଗରମ ହେବାରେ ଲାଗିଛି । ଅସନ୍ତୁଷ୍ଟ ଟିଏମସି ନେତା ଦଳ ଛାଡି ବିଜେପିରେ ସାମିଲ ହେଉଛନ୍ତି । ଏହା ସହିତ କେନ୍ଦ୍ରୀୟ ନେତାମାନଙ୍କ ଘନଘନ ବେଙ୍ଗଲ ଗସ୍ତ ମଧ୍ୟ ଟିଏମସିକୁ ଚିନ୍ତାରେ ପକାଇଛି । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ପୁଣି ଥରେ କୋଲକାତାର ହାଓ୍ବଡାରେ ଏକ ରାଲିକୁ ସମ୍ବୋଧିତ କରିଛନ୍ତି । ଭର୍ଚୁଆଲ୍ ରାଲି ମାଧ୍ୟମରେ ଶାହା ଲୋକମାନଙ୍କୁ ସମ୍ବୋଧିତ କରିଥିଲେ । ଏହି ରାଲିରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ଯୋଗ ଦେଇଥିଲେ । ଉଭୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଥିଲେ ।

ବିଜେପି ହେଭିଓ୍ବେଟ୍‌ ଅମିତ ଶାହା ମଧ୍ୟ ଦିଦିଙ୍କୁ ଟାର୍ଗେଟ କରିଛନ୍ତି । ଶାହା କହିଛନ୍ତି, ‘ଯେଉଁଭଳି ଭାବେ ଟିଏମସି ନେତା ଦଳ ଛାଡୁଛନ୍ତି, ଲାଗୁଛି ନିର୍ବାଚନ ପରେ ଦିଦି ପୁରା ଏକା​‌ ହୋଇଯାଇଥିବେ । ମମତା ବାନାର୍ଜୀ ବେଙ୍ଗଲକୁ ଆଗକୁ ନେବା ବଦଳରେ ପଛକୁ ନେଉଛନ୍ତି । ରାଜ୍ୟରେ କିଷାନ ନିଧି ଯୋଜନା ଲାଗୁ କରିବା ପାଇଁ ଦିଦି ଘୋଷଣା କରିଥିଲେ । କିନ୍ତୁ ବର୍ତ୍ତମାନ ସୁଦ୍ଧା କେନ୍ଦ୍ରକୁ ଚାଷୀଙ୍କ ତାଲିକା ଦେଇନାହାନ୍ତି । ମମତା ବାନାର୍ଜୀ ବେଙ୍ଗଲବାସୀଙ୍କୁ ଭକୁଆ ବନାଉଛନ୍ତି’।

ଶାହା ଆହୁରି ମଧ୍ୟ କହିଛନ୍ତି, ‘ମମତା ଦିଦିଙ୍କ ସରକାର ବେଙ୍ଗଲ ମାଟିକୁ ରକ୍ତ ରଞ୍ଜିତ କରିଛି । ଅନୁପ୍ରବେଶକାରୀଙ୍କୁ ପଶ୍ଚିମବଙ୍ଗରେ ପ୍ରବେଶ କରିବାକୁ ଦିଦି ଅନୁମତି ଦେଇଛନ୍ତି । କେବଳ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗଠିତ ବିଜେପି ସରକାର ଅନୁପ୍ରବେଶକାରୀଙ୍କୁ ଅଟକାଇ ପାରିବେ । ରାଜ୍ୟକୁ ମମତା ବାନାର୍ଜୀ ବହୁ ପଛକୁ ଠେଲି ଦେଇଛନ୍ତି । ବେଙ୍ଗଲ ଜନତା ତାଙ୍କୁ କେବେ କ୍ଷମା ଦେବେ ନାହିଁ ’।

ସ୍ମୃତି ଇରାନୀ କହିଛନ୍ତି, ‘ମମତା ବାନାର୍ଜୀ ଜୟ ଶ୍ରୀ ରାମ ନାରାକୁ ଘୃଣା କରନ୍ତି । ଆଗାମୀ ଦିନରେ ବେଙ୍ଗଲବାସୀ ଏହାର କଡା ଜବାବ ଦେବେ ଏବଂ ଆସନ୍ତା ବିଧାନସଭା ନିର୍ବାଚନରେ ରାଜ୍ୟ​‌​‌ରେ ବିଜେପି ହିଁ ସରକାର ଗଢିବ’।

ସ୍ମୃତି ଇରାନୀଙ୍କ ସହିତ ମଞ୍ଚରେ ଟିଏମସି ଛାଡି ବିଜେପିରେ ଯୋଗ ଦେଇଥିବା ଶୁଭେନ୍ଦୁ ଅଧିକାରୀ, ଶନିବାର ବିଜେପିରେ ଯୋଗ ଦେଇଥିବା ରାଜୀବ ବାନାର୍ଜୀ, ବୈଶାଳୀ ଡାଲମିଆ, ପ୍ରବୀଣ ଘୋଷାଲ, ରଥିନ ଚକ୍ରବର୍ତ୍ତୀଙ୍କ ସମେତ ବିଜେପି ସାଂସଦ ଦିଲ୍ଲୀପ ଘୋଷ ଏବଂ ପଶ୍ଚିମବଙ୍ଗ ବିଜେପି ପ୍ରଭାରୀ କୈଳାଶ ବିଜୟବର୍ଗୀୟ ଉପସ୍ଥିତ ଥିଲେ ।

   Related Posts