Friday, May 24, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସୁରବାବାଙ୍କ ବିରୋଧରେ ପୁଣି ଯୌନ ନିର୍ଯ୍ୟାତନା ଅଭିଯୋଗ, ବାଲିପାଟଣା ଥାନାରେ ମାମଲା ରୁଜୁ

ଭୁବନେଶ୍ବର୧୭|୨: ପୁଣି ଫେରିଲା ସୁରବାବାଙ୍କ କେଳେଙ୍କାରୀ । ଦୀର୍ଘ ଦୁଇ ବର୍ଷ ଜେଲରେ ରହବା ପରେ ପୁଣି ଫେରିଲା ତ୍ରାହି ଅଚ୍ୟୁତ ଆଶ୍ରମ ବିବାଦ । ପୂଜା ବାହାନାରେ ରାତି ଅଧରରେ ଜଣେ ମହିଳାଙ୍କୁ ନିଜ କୋଠରୀକୁ ଡକାଇ ଅସାଦାଚରଣ କରିବା ସହ ଯୌନ ନିର୍ଯ୍ୟାତନା ଦେଇଛନ୍ତି ।

ଏହାକୁ ନେଇ ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ଥାନରରେ ଏହି ମହିଳା ଅଭିଯୋଗ କରିଛନ୍ତି । ପୁଲିସ ଏତଲା ରୁଜୁ କରି ମାମଲା ଦାୟର କରିଛି । ଗଞ୍ଜାମ ଜିଲ୍ଲାର ବେଲଗୂଣ୍ଠା ଅଞ୍ଚଳର ଏହି ମହିଳା ମହିଳା ଜଣକ ତାଙ୍କ ଏତାଲାରେ ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ଦର୍ଶାଇଛନ୍ତି । ସୁର ବାବା ସମେତ ମୋଟ ଚାରି ଜଣଙ୍କ ନାମରେ ମମାଲା ଦାୟର ହୋଇଥିବା ଜଣା ପଡିଛି ।

ଯୁବତୀ ଜଣକ ବାଲିପାଟଣା ଥାନାରେ ଦେଇଥିବା ଅଭିଯୋଗ ଅନୁସାରେ ଦୀପସୁନ୍ଦର ସ୍ବାଇଁ ନାମକ ଜମଏ ଯୁବକ ତାଙ୍କୁ ଭଲ ପାଉଥିଲେ । ୟୁବତୀଙ୍କ ନିଜଘର ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠାରେ । ତାଙ୍କ ପିତାଙ୍କ ଦେହାନ୍ତ ହୋଇ ଯାଇଥିବା ବେଳେ ମା ମାନସିକ ଭିନ୍ନକ୍ଷମ । ଦୀପସୁନ୍ଦରଙ୍କ ସହ ତାଙ୍କର ପ୍ରେମ ଚାଲିଥିବାବେଳେ ଦୀପ ସୁନ୍ଦରଙ୍କ ମା ଜ୍ୟୋତ୍ସ୍ନାମଞ୍ଜରୀ ସ୍ବାଇଁ ଏବଂ ବାପା ଭିକାରୀ ଚରଣ ସ୍ବାଇଁ ତାଙ୍କ ସହ ଦେଖା କରିଥିଲେ । ଦୀପ ସୁନ୍ଦର ସହ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ । ଏଥିରେ ଉପରୋକ୍ତ ଯୁବତୀ ରାଜି ହୋଇଥିଲେ । ଏହାପରେ ସେମାନଙ୍କ ନିର୍ବନ୍ଧ ମଧ୍ୟ ହୋଇଥିଲା । ନିର୍ବନ୍ଧପରେ ଦୀପସୁନ୍ଦର ତାଙ୍କୁ ତ୍ରାହି ଅଚ୍ୟୁତ ଆଶ୍ରମ ପାଖରେ ଥିବା ତ୍ରାହି ଅଚ୍ୟୁତ ନଗରକୁ ନେଇଯାଇଥିଲେ । ଗତ ଜାନୁଆରୀ ୨୪ ତାରିଖ ଭୋର ପ୍ରାୟ ୩ଟା ବେଳକୁ  ଜ୍ୟୋତ୍ସ୍ନା ମଞ୍ଜରୀ ସ୍ବାଇଁ ଆସି ତାଙ୍କୁ ନିଦରୁ ଉଠାଇ ତ୍ରାହି ଅଚ୍ୟୁତ ଆଶ୍ରମକୁ ଏକ ପୂଜା ପାଇଁ ଯିବାକୁ ଡାକିଥିଲେ । ଜ୍ୟୋତ୍ସ୍ନାଙ୍କ ସହ ପୂଜାପାଇଁ ତ୍ରାହି ଅଚ୍ୟୁତ ଆଶ୍ରମରେ ପହଞ୍ଚିବାପରେ  ତାଙ୍କୁ ସୁରବାବାଙ୍କ ପାଖକୁ ନିଆଯାଇଥିଲା । ସୁରବାବାଙ୍କ ପାଖରେ ତାଙ୍କୁ ଛାଡିଦେଇ ଜ୍ୟୋତ୍ସ୍ନା ବାହାରୁ କବାଟ ବନ୍ଦ କରିଦେଇଥିଲେ । ସେଠାରେ ସୁରବାବା ତାଙ୍କ ସହ ଅସଦାଚରଣ କରିଥିଲେ । ତେବେ ସେ ସେଠାରୁ କୌଣସି ମତେ ଖସି ଆସିବା ସହ ନିଜର ଜଣେ ସମ୍ପର୍କୀୟ ଭାଇଙ୍କୁ ଡାକିଥିଲେ  ।

ସମ୍ପର୍କୀୟ ଭାଇ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ । ଏହାପରେ ଏହାକୁ ନେଇ କୋଉଠି କିଛି ନକହିବା ପାଇଁ ଉଭୟେ ଜ୍ୟୋତ୍ସ୍ନା ଏବଂ ଭିକାରୀତାଙ୍କ ଉପରେ ଚାପ ପକାଇଥିଲେ । ତେଣୁ ସେ ନିଜ ଗାଁ ବେଲଗୁଣ୍ଠା ଚାଲିଯାଇଥିଲେ । ସେଠାରେ ସେ ଥିବାବେଳେ ଦୀପସୁନ୍ଦର ବେଲଗୁଣ୍ଠା ଯାଇ ତାଙ୍କୁ ବୁଝାସୁଝା କରି ପୁଣି ତ୍ରାହି ଅଚ୍ୟୁତ ନଗରକୁ ନେଇ ଆସିଥିଲେ । ଏଠାରେ ତାଙ୍କୁ ଦୀପସୁନ୍ଦର ମାରଧର କରିଥିଲେ  ଫଳରେ ସେ   ପୋଲିସକୁ ଖବର ଦେବା ସହ ନିଜ ଭାଇଙ୍କୁ ବି ଖବର ଦେଇଥିଲେ । ପୋଲିସ ଓ ତାଙ୍କ ଭାଇ ପହଂଚି ତାଙ୍କୁ ଉଦ୍ଧାର କରିଥିଲେ ।

ଜମି ଜାଲିଆତି ଓ ଯୌନ କେଳାଙ୍କାରୀ ମାମଲାରେ ଦୀର୍ଘଦିନ ଧରି ଜେଲରେ ରହିବା ପରେ ସୁରବାବା ଏବେ ଜାମିନରେ ଅଛନ୍ତି । ଏବେ ପୁଣି ଏକ ଯୌନ ନିର୍ଯ୍ୟାତନା ଅଭିଯୋଗ ତାଙ୍କୁ ଅଡୁଆରେ ପକାଇପାରେ ।

298 Views

   ସମ୍ବନ୍ଧିତ ଖବର