ପୁଣି ସହର ମଝିରୁ ଠାବ ହେଲା ସେକ୍ସ ରେକେଟ - ସ୍ଥାନୀୟ ବାସିନ୍ଦା ଧରିଲେ, ଫେରାର ହେଲେ ୨ଯୁବତୀ, ୫୫ ବର୍ଷୀୟା ମହିଳା ଚଳାଇଥିଲେ ରାକେଟ୍‌

Published By : Prameya-News7 Bureau | November 26, 2019 IST

ବଲାଙ୍ଗୀର - ପୁଣି ବଲାଙ୍ଗୀରରୁ ସେକ୍ସ ରେକେଟ ଠାବ l ବଲାଙ୍ଗୀର ଲାଲଟିକର ଗୋପବନ୍ଧୁ ନଗର ରେ ଦୀର୍ଘ ଦିନରୁ ଚାଲୁ ଥିବା ଏକ ସେକ୍ସ ରେକେଟର ପର୍ଦାଫାଶ କରିଛନ୍ତି ସ୍ଥାନୀୟ ପଡାର ବାସିନ୍ଦା l ଗୋପବନ୍ଧୁ ନଗର ପଡାରେ ଜେଣ ୫୫ ବର୍ଷୀୟା ମହିଳା ସେକ୍ସ ରେକେଟ ଚଳାଉଥିବା ନେଇ ପଡାବାସୀ ଅଭିଯୋଗ କରି ଆସୁଛନ୍ତି l

ହେଲେ କେହି ଏ ବିଷୟରେ ନ ଶୁଣିବାରୁ ପଡାର ଶତାଧିକ ମହିଳା ଓ ପୁରୁଷ ମିଶି ସମ୍ପୃକ୍ତ ମହିଳାଙ୍କୁ ଏଭଳି ଅନୈତିକ କାମ ବନ୍ଦ କରିବା ପାଇଁ କହିଥିଲେ l ହେଲେ ସମ୍ପୃକ୍ତ ମହିଳା ଜଣକ ଏଥିରୁ କ୍ଷାନ୍ତ ହେବା ବଦଳରେ ପଡାବାସୀଙ୍କୁ ଓଲଟା ଗାଳି ଗୁଲଜ କରିଥିଲେ l ଏଥିରେ ପଡାବାସୀ ସେକ୍ସ ରେକେଟ ଚଳାଉଥିବା ମହିଳାଙ୍କୁ କାବୁ କରି ଘର ଭିତରକୁ ପଶି ଦୁଇ ଜଣ ଯୁବକଙ୍କୁ ଧରିଥିଲେ l ସେହିପରି ଘର ଭିତରେ ଥିବା ଦୁଇ ଯୁବତୀ ଲୋକଙ୍କୁ ଦେଖି ଘଟଣା ସ୍ଥଳରୁ ଫେରାର ହେବାରେ ସଫଳ ହୋଇଥିଲେ l ପରେ ଦୁଇ ଯୁବକ ସହ ସେକ୍ସ ରାକେଟ ଚଳାଉଥିବା ସମ୍ପୃକ୍ତ ମହିଳାଙ୍କୁ ଟାଉନ ଥାନା ପୋଲିସରେ ଜିମା ଦେଇଛନ୍ତି l ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣା ପଡିଛି l ଗତ କିଛି ଦିନ ହେବେ ବଲାଙ୍ଗୀର ର ଗାଁ ଗହଳିରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସେକ୍ସ କାରବାର ପୋଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.