ପ୍ରଦୂଷଣ ମୁକ୍ତ ପରିବେଶ ପାଇଁ କଟକରେ ପୁଣି ଫେରିବ ରିକ୍ସା
5/11/2019 at 7:10 PM

କଟକ ୦୫ ।୧୧ – ପୁଣି ଫେରିବ ରିକ୍ସା । କଟକ ସହରରେ ଏମିତି ଏକ ସମ୍ଭାବନା ଆରମ୍ଭ ହୋଇଛି । ପ୍ରଦୂଷଣ ମୁକ୍ତ ପରିବେଶ ପାଇଁ ରିକ୍ସାକୁ ପ୍ରୋତ୍ସାହନ ଦେବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ପ୍ରଥମ ପଦକ୍ଷେପ ଭାବେ ବାଲିଯାତ୍ରାରେ ରିକ୍ସାକୁ ଅଗ୍ରାଧିକାର ଦିଆଯିବ । ସେପଟେ ରିକ୍ସା ଚାଳକଙ୍କ ସାମାଜିକ ଓ ଆର୍ଥିକ ସୁରକ୍ଷା ବ୍ୟବସ୍ଥା କଲେ ହିଁ ରିକ୍ସା ନୂଆ ଜୀବନ୍ୟାସ ପାଇବ ବୋଲି ରିକ୍ସା ଚାଳକ ସଂଘ ପକ୍ଷରୁ କୁହାଯାଇଛି । …

ରିକ୍ସା ଆଉ ରିକ୍ସା ଚାଳକ ମାନଙ୍କର ଅତୀତ ବେଶ୍ ଭଲ ଥିଲା । ମାତ୍ର ସମୟ ବଦଳିବା ସହ ଯାତ୍ରୀ ପରବିହନର ମାଧ୍ୟମ ବି ବଦଳିଛି । ସ୍ପିଡ୍ ବା ଗତି ର ପ୍ରତିଯୋଗୀତାରେ ପଛରେ ପଡିଯାଇଛି ରିକ୍ସା । କାରଣ ଗନ୍ତବ୍ୟ ସ୍ତଳରେ ସମସ୍ତେ ଶୀଘ୍ର ପହଞ୍ଚିବା ପାଇଁ ଚାହାଁନ୍ତି । ତେଣୁ ଯେଉଁ ମାଧ୍ୟମରେ ଯାତ୍ରୀ ଶୀଘ୍ର ପହଞ୍ଚିପାରିବେ ଲୋକେ ସେହି ମାଧ୍ୟମକୁ ହିଁ ବାଛିଲେ । ଆଉ ପଛରେ ପଡିଗଲା ରିକ୍ସା । ରିକ୍ସା ଚାଳକଙ୍କୁ ବିକଳ୍ପ ଜୀବିକା ବାଛିବାକୁ ବାଧ୍ୟ କଲା ପରିସ୍ଥିତି । ଯେଉଁ ମାନେ ସମୟର ଗତି ସହ ନବଦଳି ପାରିଲେ ଦୁଃସ୍ତ ଅବସ୍ଥାରେ ଦିନ କାଟୁଛନ୍ତି ।
ସହରର ରାସ୍ତାରୁ ଉଭାନହୋଇଗଲା ରିକ୍ସା । ଟେମ୍ପୋ ଆଉ ଟ୍ୟାକ୍ସି ଯାତ୍ରୀ ପରିବହନର ନୂଆ ମାଧ୍ୟମ ପାଲଟିଗଲା । ଅଶୀ ଦଶକରେ କଟକ ସହରରେ ପ୍ରାୟ ୧୦ ହଜାର ପଞିକୃତ ରିକ୍ସା ଥିଲା । କିନ୍ତୁ ଏବେ ମାତ୍ର ୧୫ଶହ ପଞିକୃତ ରିକ୍ସା ଅଛି । ଏବେ ପୁଣି ସମୟ ବଦଳିଛି । ସରକାର ଓ ପ୍ରଶାସନ ଏବେ ପ୍ରଦୂଷଣ ମୁକ୍ତ ଯାତ୍ରୀ ପରବିହନ ବ୍ୟବସ୍ଥାକୁ ଅଗ୍ରାଧିକାର ଦେଉଛନ୍ତି । ପ୍ରଥମ ପଦକ୍ଷେପ ଭାବେ ବାଲିଯାତ୍ରାରେ ରିକ୍ସାକୁ ପ୍ରାଧାନ୍ୟ ଦେବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି । ତେବେ ରିକ୍ସା ଚାଳକ ମାନଙ୍କ ପାଇଁ ସାମାଜିକ ଓ ଆର୍ଥିକ ସୁରକ୍ଷା ବ୍ୟବସ୍ଥା କଲେ , ସରକାରଙ୍କ ଉଦ୍ଦେଶ୍ୟ ସାଧନ ହୋଇ ପାରିବ ବୋଲି କହିଛି ରିକ୍ସା ଚାଳକ ଓ ମାଲିକ ସଙ୍ଘ ।

କଟକ ବାଲିଯାତ୍ରା ରେ ରିକ୍ସା କୁ ଯାତ୍ରୀ ପରିବହନର ମାଧ୍ୟମ ଭାବେ ପ୍ରାଧାନ୍ୟ ଦେବା ପାଇଁ କଟକ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ରିକ୍ସା ବ୍ୟବସାୟକୁ ପୁଣି ଜୀବନ୍ୟାସ ଦେବାର ସମ୍ଭାବନା ସୃଷ୍ଟି ହୋଇଛି।