Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚଣ୍ଡିଖୋଲ : ଅଜଣା ଗାଡି ଧକ୍କାରେ ହୋମ୍‌ଗାର୍ଡଙ୍କ ମୃତ୍ୟୁ
  • ||
  • କଳାହାଣ୍ଡି : ଏକତରଫା ପ୍ରେମରୁ ଗଲା ଜୀବନ, ଯୁବତୀଙ୍କ ଗଳା କାଟିଦେଲା ପ୍ରେମିକ, ଆକ୍ରମଣରେ ଯୁବତୀଙ୍କ ମା’ ମୃତ
  • ||
  • ଢେଙ୍କାନାଳ : ୩ଦିନ ହେଲା ଜଳୁଛି ଜଙ୍ଗଲ, ଲକ୍ଷ ଲକ୍ଷ ଗଛ ପୋଡି ପାଉଁଶ, ଭୟରେ ଜଙ୍ଗଲ ଛାଡି ପଳାଉଛନ୍ତି ବନ୍ୟଜନ୍ତୁ
  • ||
  • ଢେଙ୍କାନାଳ : କପିଳାଶ, ସପ୍ତଶଯ୍ୟା ଓ ମହିମା ଗାଦି ସମେତ ୬ଟି ପର୍ଯ୍ୟଟନସ୍ଥଳୀର ହେବ ସଂଯୋଗୀକରଣ
  • ||
  • ସ୍ୱିଜରଲାଣ୍ଡରେ ସର୍ବସାଧାରଣ ସ୍ଥାନରେ ବୁର୍ଖା ପିନ୍ଧିବା ମନା ! ମତଦାନ ଦ୍ୱାରା ନିଆଗଲା ନିଷ୍ପତ୍ତି
  • ||
  • ରାଫେଲ୍ ତିଆରି କରିଥିବା କମ୍ପାନୀର ମାଲିକ ମୃତ, ହେଲିକପ୍ଟର ଦୁର୍ଘଟଣାରେ ହାରିଲେ ଜୀବନ
  • ||
  • ଆଜିଠୁ ବଢିବ ତାତି, ଆଭ୍ୟନ୍ତରୀଣ ଓଡିଶାରେ ଅନୁଭୂତ ହେବ ଅସହ୍ୟ ଗରମ
  • ||
  • ଟିକା ନେବା ପରେ କୋଭିଡ୍ ପଜିଟିଭ୍ ହେଲେ ଭିଜିଲାନ୍ସ ଏସପି
  • ||

ଲକଡାଉନ ସମୟରେ ଦର୍ଶକଙ୍କ ପାଇଁ ଉପହାର: ପୁଣି ପ୍ରସାରଣ ହେବ ରାମାୟଣ

27/03/2020 at 12:33 PM

ନୂଆଦିଲ୍ଲୀ ୨୭/୦୩ : କରୋନା କାରଣରୁ ସମଗ୍ର ଦେଶକୁ ୨୧ ଦିନ ପାଇଁ ଲକଡାଉନ ଘୋଷଣା କରିଛନ୍ତି କେନ୍ଦ୍ର ସରକାର | ଲୋକଙ୍କୁ ନିଜ ନିଜ ଘରେ ରହିବାକୁ ସରକାର ଅପିଲ କରିଛନ୍ତି | ଏପରି ପରିସ୍ଥିତିରେ ଲୋକଙ୍କ ପାଇଁ ସମୟ ଅତିବାହିତ କରିବା କଷ୍ଟକର ହୋଇପଡୁଛି | ଠିକ ଏହି ସମୟରେ ଏକ ବଡ ଖବର ଆସିଛି | କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଏକ ବଡ ଘୋଷଣା କରିଛନ୍ତି | ରାମାନନ୍ଦ ସାଗରଙ୍କ ରାମାୟଣ ପୁଣି ଥରେ ପ୍ରସାରିତ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଘୋଷଣା କରିଛନ୍ତି |

ପ୍ରକାଶ ଜାଭଡେକର ଟ୍ୱିଟ କରି ଲୋକଙ୍କୁ ଏହି ଖୁସି ଖବର ଦେଇଛନ୍ତି। ସେ ଟ୍ୱିଟ୍ କରିଛନ୍ତି ଯେ, ଶନିବାର ମାର୍ଚ୍ଚ ୨୮ ତାରିଖରୁ ଜନସାଧାରଣଙ୍କ ଚାହିଦା ଅନୁଯାୟୀ, ‘ରାମାୟଣ’ର ଟେଲିକଷ୍ଟ ପୁଣିଥରେ ନ୍ୟାସନାଲ ଚାନେଲରେ ଆରମ୍ଭ ହେବ | ପ୍ରଥମ ଏପିସୋଡ୍ ସକାଳ ୯ଟା ରେ ଏବଂ ଦ୍ୱିତୀୟ ଏପିସୋଡ୍ ରାତି ୯ତା ରେ ପ୍ରସାରିତ ହେବ |ତେବେ ରାମାୟଣ ମହାଭାରତ ପୁଣିଥରେ ପ୍ରସାରଣ ହେଉ ବୋଲି ଲୋକେ ବହୁ ପୂର୍ବରୁ ଦାବି କରିଆସୁଥିଲେ |

ବର୍ତ୍ତମାନ ସରକାର ମଧ୍ୟ ଲୋକଙ୍କ ଏହି ଦାବିକୁ ମାନିବାକୁ ନିଷ୍ପତ୍ତି ନେଇଛନ୍ତି । ସବୁ କ୍ଷେତ୍ରରେ ରାମାନନ୍ଦ ସାଗରଙ୍କ ରାମାୟଣ ଐତିହାସିକ ଏବଂ ଶିକ୍ଷଣୀୟ ଥିଲା | ଶୋ’ର ପ୍ରତ୍ୟେକ ଚରିତ୍ର ଅମର ହୋଇ ଲୋକଙ୍କ ମନରେ ରହିଛି | ଲୋକମାନେ ଏହି ଶୋ’କୁ ଏତେ ପ୍ରଶଂସା କରିଛନ୍ତି ଯେ ଏହା ପରେ ଅନେକ ଥର ରାମାୟଣ ତିଆରି ହୋଇଛି କିନ୍ତୁ ରାମାନନ୍ଦ ସାଗରଙ୍କ ରାମାୟଣ ଭଳି ଅନୁଭୂତି ଆଉ କେଉଁଥିରେ ନଥିଲା |ଯେତେବେଳେ ରାମାନନ୍ଦ ସାଗରଙ୍କ ରାମାୟଣ ପ୍ରସାରିତ ହେଉଥିଲା ରାସ୍ତାଘାଟ ଶୂନଶାନ ହୋଇଯାଉଥିଲା | ଲୋକେ ପ୍ରସାରଣ ସମୟକୁ ଅପେକ୍ଷା କରୁ ରହୁଥିଲେ | ବର୍ତ୍ତମାନ କରୋନା କାରଣରୁ ସମଗ୍ର ଦେଶ ଲକଡାଉନ ଥିବାବେଳେ ରାମାନନ୍ଦ ସାଗରଙ୍କ ରାମାୟଣ ଏକ ଚୁମ୍ବକ ଭାବରେ କାମ କରିବ ଯାହା ଲୋକଙ୍କୁ ଘରେ ଖୁସିରେ ବଞ୍ଚିବାରେ ସାହାଯ୍ୟ କରିବ |

ରାମାନନ୍ଦ ସାଗରଙ୍କ ରାମାୟଣରେ ଅରୁଣ ଗୋବିଲ, ଦୀପିକା ଚିଖାଲିଆ, ସୁନୀଲ ଲାହିରି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ | ତାଙ୍କର ଅଭିନୟ ଏପରି ଥିଲା ଯେ ତାଙ୍କୁ ବାସ୍ତବ ଜୀବନରେ ମଧ୍ୟ ଶ୍ରୀରାମଙ୍କ ମାନ୍ୟତା ଦିଆଯାଇଥିଲା |

   Related Posts