ଆଜି ସରୁଛି ଡି-ବ୍ରଦର୍ସଙ୍କ ରିମାଣ୍ଡ : ଶେଷ ଦିନରେ ପୁଣି ଖୋଳତାଡ଼ କରିବ ପୋଲିସ, କାଲି ମିଳିଥିଲା ୩ଟି ବନ୍ଧୁକ ଏବଂ ୧୭୦ ରାଉଣ୍ଡରୁ ଅଧିକ ଗୁଳି
26/12/2020 at 8:28 AM

କଟକ ୨୬।୧୨ : ଆଜି ଶେଷ ଦିନ ରିମାଣ୍ଡରେ ପୁଣି ଧଳସାମନ୍ତ ବ୍ରଦର୍ସଙ୍କ ଘରେ ସର୍ଚ୍ଚ ଅପରେଶନ କରିବ କମିଶନରେଟ ପୋଲିସ। ସିଡିଏ ବାସଭବନରେ ଡି ବ୍ରଦର୍ସଙ୍କ ଉପସ୍ଥିତିରେ ରେଡ ହେବ । ସେହିପରି ଗତକାଲି ସର୍ଚ୍ଚ ଅପରେସନରେ ସିକ୍ରେଟ ଚାମ୍ବରରୁ ୩ ଟି ବନ୍ଧୁକ , ୧୭୦ ରାଉଣ୍ଡରୁ ଅଧିକ ଗୁଳି, ୫ ଟି ମାଗାଜିନ ଏବଂ ୧୦ ଲକ୍ଷରୁ ଅଧିକ ଟଙ୍କା ଜବତ କରିଥିଲା କମିଶନରେଟ ପୋଲିସ। ଗତ କାଲି ସକାଳ ୧୧ ଟାରୁ ରାତି ୭ ଟା ଯାଏ ସର୍ଚ୍ଚ ଅପରେସନ କରିଥିଲା କମିଶନରେଟ ପୋଲିସ ।

ତେବେ ଆଜି ସର୍ଚ୍ଚ ଅପରେସନ ପରେ ରିମାଣ୍ଡ ଅବଧି ଶେଷ ହେଉଥିବାରୁ କୋର୍ଟରେ ହାଜର କରିବ ଚୌଦ୍ବାର ଥାନା ପୋଲିସ । ସେପଟେ ଡି ବ୍ରଦର୍ସଙ୍କ ଘରୁ ବନ୍ଧୁକ ଗୁଳି ମିଳିବା ପରେ ଅଧିକ ରିମାଣ୍ଡ ଆବେଦନ କରି ପାରେ ଚୌଦ୍ବାର ଥାନା ପୋଲିସ । ତେବେ ଗତ କାଲି ସର୍ଚ୍ଚ ଅପରେସନରେ ଜବତ ହୋଇଥିବା ବନ୍ଧୁକ ଗୁଳି , ମାଗାଜିନ ଓ ଟଙ୍କା ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ଅଧିକ ସୂଚନା ଦେବ କମିଶନରେଟ ପୋଲିସ ।