Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ପୁଣି ରାହୁଲଙ୍କ ବିବାଦୀୟ ବୟାନ : “ଆଡ଼ଭାନୀଙ୍କୁ ଜୋତା ମାରି ମଞ୍ଚରୁ ବାହାର କରିଦେଲେ ମୋଦି”

6/04/2019 at 5:26 PM

ହରିଦ୍ୱାର ୬/୪ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣିଥରେ ମୋଦିଙ୍କ ବିରୋଧରେ ବିବାଦୀୟ ବୟାନ ଦେଇଛନ୍ତି | ହରିଦ୍ୱାରରେ ଏକ ରାଲିକୁ ସମ୍ବୋଧିତ କରି ରାହୁଲ କହିଛନ୍ତି ଯେ, ନରେନ୍ଦ୍ର ମୋଦି ହିନ୍ଦୁ ଧର୍ମ ବିଷୟରେ ଜ୍ଞାନ ଦେଉଛନ୍ତି | ହିନ୍ଦୁ ଧର୍ମରେ ମତ ପିତାଙ୍କ ପରେ ସବୁଠାରୁ ଅଧିକ ଗୁରୁତ୍ୱ ଗୁରୁଙ୍କୁ ଦିଆଯାଇଥାଏ | ଲାଲ କୃଷ୍ଣ ଆଡ଼ଭାନୀ ଜୀ ମୋଦିଙ୍କ ଗୁରୁ | ଆଡ଼ଭାନୀଙ୍କ ଅବସ୍ଥା ଦେଖିଛନ୍ତି କି ବୋଲି ଜନତାଙ୍କୁ ପ୍ରଶ୍ନ କରିଥିଲେ ରାହୁଲ | କହିଲେ ଆଡ଼ଭାନୀ ଜୀଙ୍କୁ ମଞ୍ଚ ଉପରେ ଲତା ମାରି ବିଦା କରିଦିଆଗଲା |


ଏହା ପୂର୍ବରୁ ଆଡ଼ଭାନୀଙ୍କ ବିଷୟରେ ମହାରାଷ୍ଟ୍ରରେ ରାହୁଲ କହିଥିଲେ ଯେ, ମୋଦି ଆଡ଼ଭାନୀଜୀଙ୍କୁ ଜୋତା ମାରି ମଞ୍ଚରୁ ବାହାର କରିଦେଇଥିଲେ | ରାହୁଲଙ୍କ ଏହି ବୟାନକୁ ଗମ୍ଭୀରତାର ସହ ନେଇଥିଲା ବିଜେପି | ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଏହି ବୟାନ ଉପରେ ପ୍ରତିକ୍ରିୟା ରଖିଥିଲେ | ସେ ଟ୍ୱିଟ କରି ରାହୁଲଙ୍କୁ ମର୍ଯ୍ୟାଦା ଉଲଂଘନ ନକରି ସୀମାରେ ରହିବାକୁ ଆହ୍ୱାନ ଦେଇଥିଲେ | ସେ କହିଥିଲେ ଯେ, ଆଡ଼ଭାନୀ ଦଳର ପିତା ସଦୃଶ୍ୟ | ରାହୁଲଙ୍କ ବୟାନରେ ଦଳର ନେତା ଏବଂ ମନ୍ତ୍ରୀ ବହୁତ ଆହତ ହୋଇଥିଲେ | ଦୟା କରି ଭାଷାର ମର୍ଯ୍ୟାଦା ପାଳନ କରିବାକୁ ରାହୁଲଙ୍କୁ ନିବେଦନ କରିଥିଲେ ସୁଷମା |


ସୂଚନାଯୋଗ୍ୟ ଯେ, ଦୁଇ ଦିନ ପୂର୍ବରୁ ଆଡ଼ଭାନୀ ନିଜ ବ୍ଲଗରେ ନିଜ ହୃଦୟର କଥା ଲେଖିଥିଲେ | ଆଡ଼ଭାନୀଙ୍କ ଲେଖାକୁ ରାହୁଲ ଅସ୍ତ୍ର କରି ମୋଦିଙ୍କ ଉପରେ ବର୍ଷିଥିଲେ | ରାହୁଲଙ୍କ ବିବାଦୀୟ ବୟାନକୁ ବିରୋଧ କରିଛି ବିଜେପି |

   Related Posts