ପୁଣି ପିଏନବିରେ ଠକେଇ : ନିରବ ମୋଦିଙ୍କ ପରେ ପିଏନବିକୁ ୩୮୦୦ କୋଟି ଟଙ୍କାର ଚୂନ ଲଗାଇଛି ଭୂଷଣ ଷ୍ଟିଲ୍ ଆଣ୍ଡ ପାୱାର

Published By : Prameya-News7 Bureau | July 07, 2019 IST

ନୂଆଦିଲ୍ଲୀ ୭/୭ : ପୁଣି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମହା ଘୋଟାଲାର ଅଭିଯୋଗ ।  ନିରବ ମୋଦିଙ୍କ ପରେ ଏବେ ଭୂଷଣ ଷ୍ଟିଲ୍  ଆଣ୍ଡ ପାୱାର ପିଏନବିକୁ ଚୂନ ଲଗାଇଛି ।  ତେବେ ୧୦୦ କି ୨୦୦ କୋଟି ନୁହେଁ ଏକାଥରକେ  ୩୮୦୦ କୋଟି ଟଙ୍କା ଠକି ନେଇଛି । ଅଭିଯୋଗ  ପରେ ରିଜର୍ଭ ବ୍ୟାଙ୍କ ଏହାକୁ ଫରେନସିକ ଅଡିଟ ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି…

{"id":131489}

ନିରବ ମୋଦିଙ୍କ ପରେ ଏବେ ଭୂଷଣ ଷ୍ଟିଲ୍‌ ଆଣ୍ଡ ପାୱାର ନାଁରେ ମହାଠକେଇ ଅଭିଯୋଗ । ନିରବଙ୍କ ପରି ଭୂଷଣ ଷ୍ଟିଲ୍‌ ଆଣ୍ଡ ପାୱାର ସମାନ ଭାବେ ପଞ୍ଜାବ ନ୍ୟାସଲାଲ ବ୍ୟାଙ୍କକୁ ଚୂନ ଲଗାଇଛି । ଅଭିଯୋଗ ଅନୁଯାୟୀ ଭୂଷଣ ଷ୍ଟିଲ୍  ଆଣ୍ଡ ପାୱାର ପଂଜାବ ନ୍ୟାସନାଲ ବ୍ୟାଙ୍କର ଚଣ୍ଡିଗଡ଼, ଦୁବାଇ ଏବଂ ହଂକଂ ବ୍ରାଞ୍ଚରୁ ୩ ହଜାର ୮ ଶହ କୋଟି ଟଙ୍କାର ଚୂନ ମାରିଛି ।  ଚଣ୍ଡିଗଡ଼ ବ୍ରାଞ୍ଚରୁ ୩ ହଜାର ୨ଶହ କୋଟି, ଦୁବାଇ ବ୍ରାଞ୍ଚରୁ ୩୪୫ କୋଟି ଏବଂ ହଂକଂ ବ୍ରାଞ୍ଚରୁ ୨୬୮ କୋଟି ଟଙ୍କାର ଠକେଇ ହୋଇଛି ।

{"id":131490}

ନିଜେ କମ୍ପାନୀ ନିର୍ଦ୍ଦେଶକ ଏହି ଅର୍ଥ ତୋଷାରପାତରେ ଜଡିତ ନେଇ ମଧ୍ୟ ଅଭିଯୋଗ ହୋଇଛି । ଯଦିଓ ଘଟଣାକୁ ନେଇ ଆଜି ସାମ୍ନାକୁ ଆସିଛି କିନ୍ତୁ ଭୂଷଣ ଷ୍ଟିଲର ପୂର୍ବତନ ଅର୍ଥଅଧିକାରୀ ତଥା ନିର୍ଦ୍ଦେଶକ ନିତିନି ଜୋହାରିଙ୍କୁ ଠକେଇ ଅଭିଯୋଗରେ ଗିରଫ କରାଯାଇଛି। ଏବଂ ସେ ଏବେ ବିଚାରବିଭାଗୀୟ କଷ୍ଟୋଡିରେ ଅଛନ୍ତି ।  

{"id":131492}

ପଂଜାବ ନ୍ୟାସନାଲ ବ୍ୟାଙ୍କ ଏନେଇ ରିଜର୍ଭ ବ୍ୟାଙ୍କରେ ଅଭିଯୋଗ କରିବା ପରେ  ରିଜର୍ଭ ବ୍ୟାଙ୍କ ଏହାର ଫରେନସିକ  ଅଡିଟ ପାଇଁ ସିବିଆଇକୁ ସୁପାରିଶ କରିଛନ୍ତି ।  ଏହାସହ ନ୍ୟାସନାଲ କମ୍ପାନୀ ଲ ଟ୍ରିବ୍ୟୁନାଲ ନିକଟରେ ମଧ୍ୟ  ଅଭିଯୋଗ ହୋଇଛି  । 

{"id":131493}

ପୂର୍ବରୁ ପଂଜାବ ନ୍ୟାସନାଲ ବ୍ୟାଙ୍କକୁ ୧୪ ହଜାର କୋଟି ଟଙ୍କାର ଚୂନ ଲଗାଇବାର ଅଭିଯୋଗ ନିରବ ମୋଦିଙ୍କ ହୀରା କମ୍ପାନି ବିରୋଧରେ ହୋଇଥିଲା । ନିରବ ଦେଶାନ୍ତର ହେବା ପରେ ଏବେ ଲଣ୍ଡନ ଜେଲ୍‌ରେ ଅଛନ୍ତି ।

{"id":131494}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.