ଭୁବନେଶ୍ବର୧୮|୮: ବିରୋଧୀ ଦେଖିସହି ପାରୁନାହାନ୍ତି । ଏତିକିବେଳେ ପୁଣି ଘୋଷଣା ହେଲା ନବୀନ ନମ୍ବର ଓ୍ବାନ । ବିକଶିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପଛରେ ପକାଇ ନବୀନ ୧ ନମ୍ବର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଭିଡିପିଏ ପକ୍ଷରୁ ହୋଇଥିବା ଦେଶକା ମୁଡ ସର୍ଭେରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ନମ୍ବର ସ୍ଥାନ ଅଳଙ୍କୃତ କରିଛନ୍ତି । ଯାହାକୁ ବିରୋଧୀ ପ୍ରାୟୋଜିତ ବୋଲି କହିଛନ୍ତି…
{"id":145892}ଭିଡିପିଏ ଆସୋସିଏଟ ପକ୍ଷରୁ ହୋଇଥିବା ସର୍ଭେ ଅନୁସାରେ ଦେଶର ୧ ନମ୍ବର ମୁଖ୍ୟମନ୍ତ୍ରୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ନବୀନ ପଟ୍ଟନାୟକ। ଦ୍ବିତୀୟ ସ୍ଥାନରେ ଅଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ
{"id":145893}ତୃତୀୟ ସ୍ଥାନରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ ଏସ ଜଗନମୋହନ ରେଡ୍ଡି, ଚତୁର୍ଥ ସ୍ଥାନରେ ଅଛନ୍ତି ହରିୟାଣ ମୁଖ୍ୟମନ୍ତ୍ରୀ ମନୋହର ଲାଲା ଖଟ୍ଟର, ପଞ୍ଚମ ସ୍ଥାନରେ ଅଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ।
{"id":145894}ଦେଶର ବିକଶିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ପଛରେ ପକାଇ ଦେଶ କା ମୁଡ ସର୍ଭେରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନମ୍ବର ଓ୍ବାନ ହୋଇଛନ୍ତି । ଆଉ ଏଥିରେ ମନ୍ତ୍ରୀମାନଙ୍କ ମନ କୁଣ୍ଢେମୋଟ।
{"id":145895}ଏମିତିବି ପୂର୍ବରୁ ଇଣ୍ଡିଆ ଟୁଡେ ଏବଂ ଆଉଟଲୁକ୍ ସର୍ଭେରେ ନବୀନଙ୍କୁ ନମ୍ବର ୱାନ ମୁଖ୍ୟମନ୍ତ୍ରୀ ଭାବେ ଏହି ଦୁଇ ସଂସ୍ଥା ଘୋଷଣା କରିଥିଲେ । ସେତେବେଳେ ବି ଏହାକୁ ପ୍ରାୟୋଜିତ ବୋଲି କହିଥିଲେ ବିରୋଧୀ। ଏବେ ବି ସେହି କଥା କହିଛନ୍ତି। ଏହି ଆଓ୍ବାଡ ପ୍ରାୟୋଜିତ। କାରଣ ରାଜ୍ୟସରକାର ଚାଷୀଙ୍କ ତାଲିକା ଦେଇପାରୁ ନାହାନ୍ତି । ଡାକ୍ତର ଖାନାରେ ଡାକ୍ତର ନାହାନ୍ତି।
{"id":145897}ଏବେ ଦଳୀୟ ନେତାଙ୍କ ଠାରୁ ମନ୍ତ୍ରୀ ଓ ବିଧାୟକଙ୍କ ସମ୍ବର୍ଦ୍ଧନାର ସୁଅ ଛୁଟିଛି ।