ପୁଣିଥରେ ନିଜ ଓଠ ପାଇଁ ଟ୍ରୋଲ୍ ହେଲେ ଏହି ଅଭିନେତ୍ରୀ : ଜାଣନ୍ତୁ କିଏ?

Published By : Prameya-News7 Bureau | April 25, 2019 IST

ମୁମ୍ବାଇ ୨୫/୪: ଅଭିନେତ୍ରୀ ମୈାନି ରାୟ ଫିଲ୍ମ ବଦଳରେ ନିଜ ଓଠ ପାଇଁ ଏବେ ଚର୍ଚ୍ଚାରେ ରହିଛନ୍ତି। ବାସ୍ତବରେ ମୈାନିଙ୍କ କେତେକ ଫଟୋ ସୋଶିଆଲ ମିଡିଆରେ ଆସିଥିଲା। ସେ ଏଥିରେ ପୂରା ଅଲଗା ଦେଖା ଯାଉଥିଲେ। ବାସ୍,ଟ୍ରୋଲର୍ସଙ୍କୁ ୟାଠୁ ଅଧିକ ଆଉ କ’ଣ ଦରକାର। ଇନଷ୍ଟାଗ୍ରାମରେ ମୈାନିଙ୍କ ଫଟୋରେ ନକଲି ଓଠ ଏବଂ ପ୍ଲାଷ୍ଟିକ୍ ଭଳି ଖରାପ କମେଣ୍ଟ କରିବାକୁ ଲାଗିଲେ।

{"id":107164,"width":595,"height":312}

କରଣ କକ୍କର ନାମକ ଜଣେ ବ୍ୟକ୍ତି ଏଥିରେ କମେଣ୍ଟ ଦେଇଥିଲେ-‘ଦେଖନ୍ତୁ ୟେ ଜଣେ ବତକ,ଆରେ ନାଁ ୟେ ତ ମୈାନି ରାୟ’। ଚମତ୍କାର ଲେଖିଛନ୍ତି-‘ପ୍ଲାଷ୍ଟିକ୍ ପ୍ଲାଷ୍ଟିକ୍’। ଏଥିରେ sl trendingsର ଏକ ଇନଷ୍ଟାଗ୍ରାମ୍ ହ୍ୟାଣ୍ଡଲରୁ କମେଣ୍ଟ ଆସିଛି ଯେ ‘ସେ ପ୍ଲାଷ୍ଟିକ୍ ସର୍ଜରୀକୁ ପ୍ରମୋଟ କରୁଛନ୍ତି’।

{"id":107165,"width":594,"height":334}

ଏହା ପ୍ରଥମ ଥର ନୁହେଁ,ମୈାନି ରାୟ ନିଜ ଲୁକ୍ ପାଇଁ ଟ୍ରୋଲ୍ ହୋଇଛନ୍ତି। ଏହ ପୂର୍ବରୁ ସେ ପ୍ଲାଷ୍ଟିକ୍ ସର୍ଜରୀ ଦ୍ବାରା ନିଜର ପରିବର୍ତ୍ତିତ ମୁହଁ ପାଇଁ ଟ୍ରୋଲର୍ସଙ୍କ ଶିକାର ହୋଇଛନ୍ତି। ଛୋଟ ପରଦାରେ ହିଟ୍ ଧମାକା କରିବା ପରେ ଏବେ ବଲିଉଡରେ ନିଜର ପରିଚୟ ସୃଷ୍ଟି କରିଥିବା ନାଗିନ ଏବେ ବହୁତ ଶୀଘ୍ର ନଓ୍ବାଜୁଦ୍ଦିନ ସିଦ୍ଦିକୀଙ୍କ ସହ ‘ବୋଲେ ଚୁଡ଼ିୟାଁ’ରେ ନଜର ଆସିବେ।

{"id":107166,"width":595,"height":334}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.