୧୫ରେ ପୁଣି ମୋଦି-ନବୀନ ଟକ୍କର, ୨୫ତାରିଖରେ ରାହୁଲଙ୍କ ପାଇଁ ଭୁବନେଶ୍ବରରେ ମିଳୁନି ପଡିଆ

Published By : Prameya-News7 Bureau | January 10, 2019 IST

ଭୁବନେଶ୍ବର୧୦|୧: ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଦଳ ଭିତରେ ସେତିକି ଛକ୍କା ପଞ୍ଚା ଆରମ୍ଭ ହୋଇଯାଇଛି। ୫ ତାରିଖ ଯେମିତି ମୋଦି ନବୀନ ଟକ୍କର ହୋଇଥିଲା ।୧୫ ତାରିଖରେ ସେମିତି ପୁଣି ମୋଦି ନବୀନ ଭିତରେ ଜବାବୀ ହମଲା ହେବ। କାରଣ ୧୫ତାରିଖ ମୋଦୀଙ୍କ କାର୍ଯ୍ୟକ୍ରମକୁ ଟକ୍କର ଦେବାକୁ ଚାଷୀ ସମାବେଶ କରିବ ବିଜେଡି। ଯାହାକୁ ନେଇ ବିଜେଡି ବିଜେପି କଥାକଟାକଟି ହୋଇଥିବାବେଳେ କଂଗ୍ରେସ ୨୫ ରାହୁଲ ଗାନ୍ଧୀଙ୍କ କାର୍ଯ୍ୟକ୍ରମ ପାଇଁ  ଭୁବନେଶ୍ବରରେ ପଡିଆ ପାଉନି। ଯାହାକୁ ବିଚଳିତ ହୋଇପଡିଛି କଂଗ୍ରେସ,,,

ଜାନୁୟାରୀ ୧୫ରେ ମୋଦି  ନବୀନ ହେବେ ସମ୍ନାସାମ୍ନି। ପୁଣି ମଞ୍ଚରୁ ମଞ୍ଚକୁ ହେବ ଜବାବୀ ହମଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଲାଙ୍ଗୀର ଆସି  ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବା ସହ  ସାଧାରଣ ସଭାରେ ଉଦବୋଧନ ଦେବେ।  ଯାହା ଆଗରୁ ସ୍ଥିରୀକୃତ ହୋଇସାରିଛି।  ଏପଟେ ମୋଦି ବଲାଙ୍ଗୀର କାର୍ଯ୍ୟକ୍ରମକୁ ଟକ୍କର ଦେବାକୁ ବିଜେଡି ଆଣ୍ଟା ଭିଡିଛି।  ସେହି ଦିନ ବରମୁଣ୍ଡା ପଡିଆ​‌ରେ  ଚାଷୀ ସମାବେଶ କରିବେ। ଯେଉଁଥିରେ ଚାଷୀଙ୍କୁ ନବୀନ ଉଦବୋଧନ ଦେବେ। ଯାହାକୁ ନେଇ ଦୁଇଦଳ ଭିତରେ କଥାକଟାକଟି ଆରମ୍ଭ ହୋଇଯାଇଛି। ବିଜେପି କହିଛି ପ୍ରଧାନମନ୍ତ୍ରୀଙ୍କ ସଭାରେ ୨ଲକ୍ଷ ଲୋକ ଆସିବାକୁ ଦେଖି ବିଜେଡି ବ୍ୟସ୍ତବିବ୍ରତ ହୋଇପଡିଛି। ବିକଳ ହୋଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ କାଉଣ୍ଟର କରିବା ପାଇଁ ଚାଷୀ ସମାବେଶ କରୁଛନ୍ତି। ଏପଟେ ବିଜେଡି ଏହାର ଜବାବ ରଖିଛି । ପ୍ରତିବର୍ଷ କୃଷୃକ ମହୋତ୍ସେବ ହୁଏ । ଏହା ସରାକରୀ କାର୍ଯ୍ୟକ୍ରମ । ପ୍ରଧାନ ମନ୍ତ୍ରୀ  ବଲାଙ୍ଗୀର ଆସିବା ପୂର୍ବରୁ  ପୁରୁଣା ଦାବି ପୂରଣ କରନ୍ତୁ।

ବଜେଡି ଓ ବିଜେପି ଟକ୍କରାଟକ୍କରି ନେଇ ବିଚଳିତ ଥିବାବେଳେ କଂଗ୍ରେସ ୨୫ରେ ରାହୁଲ ଗାନ୍ଧୀଙ୍କୁ ଗସ୍ତକୁ ନେଇ ବିଚଳିତ ହୋଇପଡିଛି। ରାହୁଲ ଗାନ୍ଧୀଙ୍କ କାର୍ଯ୍ୟକ୍ରମ କେଉଁଠି କରିବ ସେନେଇ ପ୍ରଥମ ଦ୍ବନ୍ଦ୍ବ ଲାଗି ରହିଥିବାବେଳେ ଏବେ ଭୁବନେଶ୍ବରର ହେବାକୁ ସ୍ଥିର ହୋଇଥିବାବେଳେ କାର୍ଯ୍ୟକ୍ରମ କରିବାକୁ ପଡିଆ ମିଳୁନି। ଯାହାକୁ ନେଇ ଆଜି ପିସିସି ସଭାପତି ସକାଳୁ ପଡିଆରୁ ପଡିଆକୁ ବୁଲି ଝାଳ ବୁହାଇସାରିଲେଣି। ତମାଣ୍ଡୋରେ ଦୁଇଟି ପଡିଆ ଦେଖିଥିବାବେଳେ କ୍ୟାପିଟାଲ ହାଇସ୍କୁଲ ପଡିଆ  ବୁଲି ଦେଖିଛନ୍ତି । ହେଲେ ରାହୁଲ ଗାନ୍ଧୀଙ୍କ କାର୍ଯ୍ୟକ୍ରମ ନେଇ ସୁଇଟେବଲୁ ପଡିଆ ଜନତା ମଇଦାନ କି ବରମୁଣ୍ଡା ପଡିଆ ମିଳିଲା ନାହିଁ। ଯାହାକୁ ବିଜେଡି ମୁଣ୍ଡରେ ଦୋଷ ଲଦିଛି କଂଗ୍ରେସ।

ନିର୍ବାଚନ ପାଖେଇ ଆସିୁଥିବାରୁ ସବୁ ଦଳ ଲୋକଙ୍କ ପାଖ ହେବାକୁ ମଇଦାନ ମୁହଁ ହୋଇଛନ୍ତି। ଯିଏ ଯେ​‌ତେ ଲୋକଙ୍କ ପାଖକୁ ଯିବ ସିଏ ସେତେ ଲୋକଙ୍କ ନିଜର ହୋଇପାରିବ। ଯେଉଁଥିପାଇଁ ମୋଦି ନୂଆବର୍ଷରୁ ଏହି ଅଭିଯାନ ଆରମ୍ଭ କରିସାରିଛନ୍ତି। ତାକୁ ଦେଖି ମୁଖ୍ୟମନ୍ତ୍ରୀ ଟକ୍କର ଦେଇ ଚାଲିଛନ୍ତି। ଏପଟେ ପଛରେ ପଡିଥିବାକଂଗ୍ରେସ ବି ରାହୁଲଙ୍କୁ ଡାକି ନିର୍ବାଚନର ଶଙ୍ଖ ନାଦ କରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.