କନ୍ଧମାଳରେ ପୁଣି ମାଓ ଏନକାଉଣ୍ଟର: ପୋଲିସ ଗୁଳିରେ ୨ ମାଓବାଦୀ ନିହତ

Published By : Prameya-News7 Bureau | July 24, 2020 IST

ବାଲିଗୁଡା୨୪/୭: କନ୍ଧମାଳରେ ପୁଣି ମାଓ ଏନକାଉଣ୍ଟର ତୁମୁଡିବନ୍ଧ ଥାନା ଅନ୍ତର୍ଗତ ସିର୍ଲା ଗ୍ରାମପଂଚାୟତର ଶାପେଲି ରାମପଦର ଜଙ୍ଗଲରେ ପୋଲିସ ଗୁଳିରେ ୨ ମାଓବାଦୀ ନିହତ ହୋଇଛନ୍ତି। ସେମାନଙ୍କ  ପାଖରୁ ୨ ବନ୍ଧୁକ ଜବତ  ହୋଇଛି l ମାଓବାଦୀ ମାନେ ଜଙ୍ଗଲରେ  ଆଡ୍ଡା ଜମାଇଥିବା ଖବର ପାଇ ପୋଲିସ କମ୍ବିଂ ଅପରେସନ ଆରମ୍ଭ କରିଥିଲା l ସୂଚନା ଅନୁଯାୟୀ ସିର୍ଲା ରାମପଡେରୀ ଜଙ୍ଗଲରେ ମାଓବାଦୀମାନେ ଲୁଚି ରହିଥିବା ଖବର ପାଇ ଏସ ଓ ଜି ଓ ଡ଼ି ଭି ଏଫ ଯବାନ ମାନେ ଗତକାଲି ଅପରାହ୍ନରେ କୁମ୍ବିଂ ଅପରେସନ ଆରମ୍ଭ କରିଥିଲେ l କୁମ୍ବିଂ ବେଳେ ମାଓବାଦୀ ଓ ପୋଲିସ ମଧ୍ୟରେ  କିଛି ସମୟ ଧରି ଗୁଳି ବିନିମୟ ହୋଇଥିଲା ଯବାନଙ୍କ ଗୁଳିରେ ୨ ମାଓବାଦୀଙ୍କ  ନିହତ ସୂଚନା ମିଳିଥିଲା। ଆଜି  ସକାଳୁ  ସକାଳୁ ପୁଣି  କୁମ୍ବିଂ ଆରମ୍ଭ ହୋଇଛି ଏବଂ  ପୋଲିସ ୨ ମାଓବାଦୀଙ୍କ  ଶବକୁ ଜବତ କରିଛି l ୨ ମୃତ ମାଓବାଦୀଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା ମାଓବାଦୀ ବଂଶଧାରା ଘୁମୁସର ନାଗବଳୀ ସଂଗଠନର  ସଦସ୍ୟ ବୋଲି ଜଣାପଡିଛି l

 ଗତ ପାଞ୍ଚ ତାରିଖରେ  ମାଓ --ଏସ ଓ ଜିଙ୍କ  ମଧ୍ୟରେ ଗୁଳିବିନିମୟ ଘଟି ୨ ମହିଳା ମାଓବାଦୀ ସମେତ ପାଞ୍ଚ ମାଓବାଦୀ ନିହତ ହୋଇଥିଲେ ଏବଂ ବିପୁଳ ପରିମାଣରେ ମାଓ ସାମଗ୍ରୀ ସହ ବନ୍ଧୁକ ଜବତ ହୋଇଥିଲା l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.