Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଆଉଥରେ ନଗଡା ପାଇଁ ରାଜ୍ୟ ମୁଣ୍ଡାଇବ ଅପବାଦ, ଏବେ ପୁଣି ଅପପୁଷ୍ଟିର ଆଶଂକା

6/03/2019 at 1:39 PM

ଯାଜପୁର୬|୩( ସୁରେନ୍ଦ୍ର ସାମଲ ): ଯାଜପୁରର ନଗଡ଼ା ମୁଣ୍ଡେଇଥିଲା ଅନେକ ଅପବାଦ । ଅପପୁଷ୍ଟିର ଶିକାର ହୋଇ ଅନେକ ଶିଶୁ ଆଖି ବୁଜିଥିଲେ ।ଗଣମାଧ୍ୟମରୁ କରୁଣ ଚିତ୍ର ସବୁ ଦେଖିବା ପରେ ରାଜ୍ୟ ସରକାର ନଗଡ଼ାରେ ମୌଳିକ ସୁବିଧା ଉପଲବ୍ଧ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ହେଲେ ଅପବାଦ ଯେମିତି ପିଛା ଛାଡ଼ିବାକୁ ନାରାଜ । ମାନେ ନଗଡ଼ାକୁ ପୁଣି ଫେରିଛି ଅପପୁଷ୍ଟି ….

ଯାଜପୁର ସୁକିନ୍ଦାର ନଗଡ଼ା । ଏଠି ପିଲା ପଖାଳ କଂସାରେ ହାତ ବୁଲାଉଛନ୍ତି । ଗଣିଲା ଭଳି ୨-୪ଟା ଭାତ ଯାଉଛି ପାଟିକୁ । ସାଙ୍ଗରେ ଲଗେଇ ଖାଇବାକୁ ବି କିଛି ନାହିଁ । ପାଟିକୁ ରାଗ ଲାଗିଲେ ବି କଞ୍ଚା ଲଙ୍କାଟେ କାମୁଡ଼ି ଖାଉଛି ଛୋଟ ପିଲାଟି । ଖାଇବା ତ ଏୟା । ପିନ୍ଧିବାକୁ ଖଣ୍ଡେ ନାହିଁ ଯେ ଖୋଲା ଦେହରେ ପିଲାଏ ବୁଲୁଛନ୍ତି । ହଁ, ଆଜ୍ଞା ଇଏ ହେଉଛି ସେଇ ନଗଡ଼ା ଯାହା ରାଜ୍ୟକୁ, ଦେଶକୁ ବିଶ୍ବ ଦରବାରରେ ନିନ୍ଦିତ କରିଥିଲା । ଅପପୁଷ୍ଟିର ଶିକାର ହୋଇ ପ୍ରତିଦିନ ପ୍ରାଣ ହରାଇଲେ ଶିଶୁ ।ଶିଳ୍ପ ସମୃଦ୍ଧ ଯାଜପୁରର ଜିଲ୍ଲାର ଲୁଚିଥିବା ସତକୁ ଖୋଲିଥିଲା ଶିଶୁ ମଡ଼କ । ତେବେ ସବୁ ଟିଭି ପରଦାରୁ ଅପପୁଷ୍ଟିର କରୁଣ ଚିତ୍ର ଦେଖିବା ପରେ ନିଦ ଭାଙ୍ଗିଥିଲା ସରକାରଙ୍କର । ତତ୍ପର ହୋଇଉଠିଥିଲା ପ୍ରଶାସନ । ନଗଡ଼ାବାସୀଙ୍କୁ ମୌଳିକ ସୁବିଧା ପହଞ୍ଚାଇବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଲା । ହେଲେ କିଛି ଦିନ ପରେ ପୁଣି ସମାନ ଚିତ୍ର ଦେଖିବାକୁ ମିଳିଲାଣି ।

ନଗଡ଼ା ପାଇଁ କେତେ କଣ ଯୋଜନା ହେଲା । ପାଣି ଭଳି ପଇସା ବୋହିଲା । ହେଲେ ପୁଣି ଅପପୁଷ୍ଟିର ଶିକାର ହୋଇ ଶିଶୁ ମୃତ୍ୟ ମୁଖରେ ପଡ଼ୁଥିବା ଖବର ଆସିଲାଣି । ସତର ଅନୁସନ୍ଧାନ ପାଇଁ ଆମେ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଲୁ । ପିଲାଙ୍କ ଖାଦ୍ୟ ଦେଖିବା ପରେ ଲାଗିଲା ନଗଡ଼ା ପୁଣି ଅପପୁଷ୍ଟିର ଅପବାଦ ମୁଣ୍ଡେଇବ । ପୁଣି ରାଜ୍ୟ, ଦେଶ ନିନ୍ଦିତ ହେବ । ପୁଣି ସେଇ ସବୁ କରୁଣ ଚିତ୍ର ମନକୁ ଆନ୍ଦୋଳିତ କରିବାକୁ ଯାଉଛି ।  ପ୍ରଶାସନ ସବୁ କରୁଛି । କିଛି ଲୋକ ନିଜର ଫାଇଦା ପାଇଁ ରାଜନୀତି କରୁଥିବା କହିଛନ୍ତି ଜିଲ୍ଲାପାଳ… ଏତେ ତତ୍ପରତା, ଯୋଜନା ପରେ ବି କାହିଁକୁ ବଦଳୁନି ନଗଡ଼ାର ଚିତ୍ର । କେଉଁଠ ରହିଛି ସମସ୍ୟା ତାର ସମୀକ୍ଷା ହେବା ଜରୁରୀ ହୋଇପଡ଼ିଛି

   Related Posts