Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ରାଜ୍ୟରେ ପୁଣି ଲକଡାଉନ୍, ୪ ଜିଲ୍ଲା ଓ ରାଉରକେଲା ମ୍ୟୁନିସିପାଲିଟିରେ ଜୁଲାଇ ୩୧ ଯାଏଁ ଲକଡାଉନ୍

16/07/2020 at 8:07 PM

ଭୁବନେଶ୍ୱର, ୧୬|୦୭: କରୋନା ପାଇଁ ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ୍ । ଖୋର୍ଧା, କଟକ, ଗଞ୍ଜାମ, ଯାଜପୁର, ରାଉରକେଲା ମ୍ୟୁନିସିପାଲିଟି କର୍ପୋପେସନ୍ ଆଦି ୪ ଜିଲ୍ଲାରେ ଶୁକ୍ରବାର ରାତ୍ର ୯ରୁ ଜୁଲାଇ ୩୧ ମଧ୍ୟରାତ୍ର ଯାଏଁ ଲକଡାଉନ୍ ଜାରି କରିଛନ୍ତି ରାଜ୍ୟ ସରକାର । ଏନେଇ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ସୂଚନା ଦେଇଛନ୍ତି ।

ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ଜୁଲାଇ ମାସ ଅଧିକ ଗୁରୁତ୍ୱପୂର୍ଣ୍ଣ । ସରକାର କରୋନା ମୁକାବିଲା ପାଇଁ ପଦକ୍ଷେପ ନେଉଥିଲେ ମଧ୍ୟ ଏହାକୁ ଅଧିକ କଡାକଡି କରାଯିବ । କାରଣ କିଛି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହି ସମୟରେ ଟେଷ୍ଟି ବୃଦ୍ଧି ହେବ । ପଜିଟିଭ୍ ବାହାରିଲେ କଣ୍ଟାକ୍ଟ ଟ୍ରେସିଂ କରାଯିବ । ଏହି ୧୪ ଦିନ ଗୁରୁତ୍ୱପୂର୍ଣ୍ଣ । ରାଜ୍ୟବାସୀଙ୍କ ପାଇଁ ଏହି ପଦକ୍ଷେପ ନିଆଯାଇଛି ।

ଏହି ସବୁ ଜିଲ୍ଲାରେ ସକାଳ ୬ଟାରୁ ଦିନ ୧ଟା ଯାଏଁ ପରିବା, କ୍ଷୀର ଦୋକାନ ଆଦି ଖୋଲାରହିବ । ଅନ୍ୟ ଦୋକାନ ବଜାର ସପିଂ ମଲ୍, ଅଫିସ, ଅନୁଷ୍ଠାନ ସବୁ ବନ୍ଦ ରହିବ । କେବଳ କେନ୍ଦ୍ର ସରକାରଙ୍କ ଡିଫେନ୍ସ, ରାଜ୍ୟ ସରକାରଙ୍କ ସିଏଜି, ଟ୍ରେଜେଜୀ ଆଦି ଖୋଲା ରହିବ । ପୋଷ୍ଟ ଅଫିସ୍, ଏନଆଇସି, ଆଇଏମଡି, ଜିଏସଟିଏନ, ଟେଲିକମ୍ ଅଫିସ୍, ଆରବିଆଇର ଅଫିସ, ଏଟିଏମ ଆଦି ଖୋଲା ରହିବ । ତେବେ ଜୋମାଟୋ, ସ୍ୱିଗି, ଚିଲିକା ଫ୍ରେସର ହୋମ୍ ଡେଲିଭରୀ ପୂର୍ବଭଳି ଚାଲିବ । ପେଟ୍ରୋଲ ପମ୍ପ, ସିଏନଜି ଷ୍ଟେସନ୍ ଆଦି ଖୋଲା ରହିବ । ସେହିପରି ଇ-କମର୍ସ ମଧ୍ୟ ଜାରି ରହିବ ।

ସେହିପରି କ୍ଲିନିକ୍, ନର୍ସିଂ ହୋମ୍, ଆମ୍ବୁଲାନ୍ସ, ମେଡିକାଲ, ଓ୍ୱାଟର ସପ୍ଲାଇ, ସାନିଟେଜସନ୍ ଆଦି ଖୋଲା ରହିବ । ସେହିପରି ପରିବହନ କ୍ଷେତ୍ରରେ ଜାତୀୟ ରାଜପଥରେ ଆବଶ୍ୟକୀୟ ପାସ୍ ଥିଲେ କିମ୍ବା ଜରୁରୀ କାଳୀନ କ୍ଷେତ୍ରରେ ହିଁ ଗାଡି ଚାଲିବ ।

   Related Posts