Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

କିଛି ଅଞ୍ଚଳରେ ପୁଣି ଲାଗୁ ହୋଇପାରେ ଲକଡାଉନ୍ ! କେନ୍ଦ୍ର ସରକାରଙ୍କୁ ଦିଆଗଲା ପ୍ରସ୍ତାବ

17/11/2020 at 3:37 PM

ନୂଆଦିଲ୍ଲୀ,୧୭|୧୧:  ଦିଲ୍ଲୀରେ କରୋନା ଭାଇରସ ଥମିବାର ନାଁ ନେଉନାହିଁ । ମହାମାରୀର ତୃତୀୟ ଲହରୀ ଜାରି ରହିଛି । ଏହାକୁ ନଜରରେ ରଖି ସରକାର ପୁଣି ଥରେ ଲକଡାଉନ୍ ଲାଗୁ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି । ଯଦି ସହରରେ ଗହଳିଚହଳି ନ କମେ ତେବେ ପୁଣି ଥରେ ବଜାର ବନ୍ଦ କରିବା ପାଇଁ କେନ୍ଦ୍ର ଅନୁମତି ଦେଉ ବୋଲି କେଜ୍ରିଓ୍ୱାଲ କହିଛନ୍ତି ।

କେଜ୍ରିଓ୍ୱାଲ କହିଛନ୍ତି ଯେ, ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେଣୁ କେନ୍ଦ୍ର ସରକାରଙ୍କୁ ଏକ ପ୍ରସ୍ତାବ ପଠାଯାଇଛି । ଆବଶ୍ୟକ ହେଲେ ସେହି ସବୁ ଅଞ୍ଚଳ ଓ ବଜାରକୁ କିଛି ଦିନ ପାଇଁ ବନ୍ଦ ରଖାଯାଇପାରେ ଯେଉଁଠାରେ କୋଭିଡ୍ ଗାଇଡଲାଇନକୁ କେହି ପାଳନ କରୁ ନାହାଁନ୍ତି । ତେଣୁ ଗୋଟିଏ ପରେ ଗୋଟିଏ ଅଞ୍ଚଳ ହଟସ୍ପଟ୍ ପାଲଟୁଛି ।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୯୯ଜଣ ପ୍ରାଣ ହରାଇଛନ୍ତି । ନଭେମ୍ବର ମାସ ଆରମ୍ଭରୁ ପ୍ରତି ଘଣ୍ଟାରେ ୪ଜଣ ଆକ୍ରାନ୍ତ ପ୍ରାଣ ହରାଉଛନ୍ତି । କରୋନାର ଏପରି ସ୍ଥିତିକୁ ନେଇ ଦିଲ୍ଲୀର ଅରବିନ୍ଦ କେଜ୍ରିଓ୍ୱାଲଙ୍କ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଏବେ ବିବାହ କାର୍ଯ୍ୟକ୍ରମରେ ଲୋକଙ୍କୁ ଦିଆଯାଉଥିବା ସୁବିଧାକୁ ସୀମିତ ରଖାଯାଇଥିଲା । ବିବାହରେ ଅତିଥି ସଂଖ୍ୟାକୁ ୫୦ରେ ସୀମିତ ରଖାଯାଇଥିଲା ।

ଗତ ୨୪ ଘଣ୍ଟାରେ ୩୭୯୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୯୯ ଜଣ ପ୍ରାଣ ହରାଇଛନ୍ତି ।ଏବେସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ୮୯ ହଜାର ଟପିଛି ।

   Related Posts