ମାତ୍ର ମାସଟିଏ Lock down ୨ପ୍ରତିଶତ ହ୍ରାସ କରିବ ଭାରତର GDP ଅଭିବୃଦ୍ଧି, ଆର୍ଥିକ recovery ପ୍ରକ୍ରିୟାରେ ହୋଇନି ସୁଧାର

Published By : Prameya-News7 Bureau | April 06, 2021 IST

ନୂଆଦିଲ୍ଲୀ ୬।୪: ଗତବର୍ଷ କରୋନା ଲକଡାଉନ ଯୋଗୁ ରଶାତଳଗାମୀ ହୋଇଥିବା ଭାରତୀୟ  ଅର୍ଥନୀତିର ସୁଧାର ପ୍ରକ୍ରିୟା ଏପର୍ଯ୍ୟନ୍ତ ତ୍ୱରାନ୍ୱୀତ ହୋଇନି। ଏଥିରେ କରୋନା ଭାଇରସ ମହାମାରୀ ଦ୍ୱିତୀୟ ଲହର ଚିନ୍ତାର କାରଣ ହେଲାଣି। ଯଦି ପରିସ୍ଥିତି ଅଣାୟତ୍ତ ହୁଏ ଓ ଏଥିଲାଗି ପୁଣି ଜାତୀୟ ଲକଡାଉନ୍‌କୁ ଯିବାକୁ ପଡେ ତେବେ ଭାରତର ଜିଡିପି ହ୍ରାସ ସୁନିଶ୍ଚିତ ବୋଲି କହିଛନ୍ତି ଆମେରିକୀୟ ବ୍ରୋକରେଜ କମ୍ପାନୀ ‘ବୋଫା ସିକ୍ୟୁରିଟିଜ୍‌’ର ବିଶ୍ଲେଷକମାନେ। ଯଦି ସରକାର ମାତ୍ର ମାସକ ଲାଗି ଲକଡାଉନ କରନ୍ତି ତଥାପି ଜିଡିପି ବିକାଶରେ ୨ ପ୍ରତିଶତ ହ୍ରାସ ନିଶ୍ଚିତ ବୋଲି କହିଛନ୍ତି।

{"id":434299,"width":836,"height":626,"sizeSlug":"large","linkDestination":"none"}

ସିକ୍ୟୁରିଟିଜ୍‌ର ବିଶ୍ଲେଷକମାନେ ଦେଶରେ ସଂକ୍ରମଣ ମାମଲା ୬ଗୁଣା ବଢି ଏବେ ୧.୦୩ଲକ୍ଷରେ ପହଞ୍ଚି ଯାଇଥିବା ମଙ୍ଗଳବାର କହିଛନ୍ତି। ଏହାର ପ୍ରତିକ୍ରିୟା ଦେବାକୁ ରାଜ୍ୟ ସରକାରମାନେ ସ୍ଥାନୀୟ ସ୍ତରରେ ନାନା ପଦକ୍ଷେପ ନେଉଛନ୍ତି। ହେଲେ ଏଥିରୁ ସେପରି ସୁଫଳ ମିଳୁଥିବା ଭଳି ଜଣାପଡୁନି। ଏଣୁ ଭାରତ ପୁଣି ଏକ ଜାତୀୟ ଲକଡାଉନକୁ ଯିବା ନିହାତି ଜରୁରି ଜଣାପଡୁଥିବା ସେମାନେ କହିଛନ୍ତି। ଯଦି ସରକାର ଜାତୀୟ ଲକଡାଉନ ଘୋଷଣା କରିବାକୁ ନିଷ୍ପତ୍ତି ନିଅନ୍ତି ତେବେ ପରିସ୍ଥିତିର ମୁକାବିଲା ଲାଗି ଏହା ଶେଷ ବିକଳ୍ପ ହେବ। ଯଦି ଏପରି  ହୁଏ ଅଭିବୃଦ୍ଧି ପ୍ରକ୍ରିୟା ଗୁରୁତର ପ୍ରଭାବିତ ହେବା ନିଶ୍ଚିତ ବୋଲି ସତର୍କ କରାଇଛନ୍ତି। 

{"id":434300,"sizeSlug":"large","linkDestination":"none"}

କେବଳ ଯେ ଜିଡିପି ଯେ ହ୍ରାସ ହେବ ତାହା ନୁହେଁ ଏହା ସହ ରାଜକୋଷ କ୍ଷତି ମଧ୍ୟ ବଢିଯିବ। ଗତବର୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ତ୍ୱରିତ ପଦକ୍ଷେପ ନେଇଥିଲେ ଓ ଦେଶରେ ଲକଡାଉନ ଜାରି କରିଥିଲେ। ଫଳରେ ଦେଶର ଜିଡିପିରେ ୭ ପ୍ରତିଶତରୁ ଅଧିକ ହ୍ରାସ ହୋଇଥିଲା। ଏଥିରେ ସଂସ୍ଥାଙ୍କ ଆର୍ଥିକ ବିଶ୍ଲେଷକଙ୍କ ଅନୁମାନ ଆଧାରରେ ୨୦୨୧-୨୨ରେ ଜିଡିପି ଅଭିବୃଦ୍ଧି ହାର ୧୦ ପ୍ରତିଶତରୁ ଅଧିକ ରହିଛି। ତେବେ ସଂକ୍ରମଣ ହାର ସର୍ବାଧିକ ସ୍ତରରୁ ବି ଅଧିକ ହେବାରେ ଲାଗିଲାଣି।

{"id":434301,"sizeSlug":"large","linkDestination":"none"}

ରିପୋର୍ଟ ଅନୁସାରେ ଭାରତରେ ୨୦୨୦ ଜୁନ ମଝି ସପ୍ତାହ ବେଳକୁ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ଥିଲା। ସେପ୍ଟେମ୍ବର ମଝି ସପ୍ତାହ ବେଳକୁ ଏହି ହାର ୯୦ ହଜାରରେ ପହଞ୍ଚିଥିଲା। ଗତବର୍ଷ ୩ ମାସରେ ସଂକ୍ରମଣ ହାର ଯେଉଁ ସ୍ତରକୁ ପହଞ୍ଚିଥିଲା ଚଳିତବର୍ଷ ମାତ୍ର ୬ ସପ୍ତାହରେ ତାଠାରୁ ଅଧିକ ସଂକ୍ରମଣ ହେଲାଣି। ସେହିପରି ଦେଶରେ କୋଭିଡ ଯାଞ୍ଚ ଏବେବି ପର୍ଯ୍ୟାପ୍ତରୁ କମ୍‌ ରହିଛି। ଏଣୁ ଯାଞ୍ଚ ହାର କମିବା ଯୋଗୁ ଦେଶରେ ସଂକ୍ରମଣ ବଢୁଥିବାର ରିପୋର୍ଟରେ କୁହାଯାଇଛି।

{"id":434302,"width":838,"height":522,"sizeSlug":"large","linkDestination":"none"}

ତେବେ ଏଥିରେ ଯାହା ଆଶ୍ୱସ୍ତିର କଥା ତାହା ହେଉଛି ମୃତ୍ୟୁ ହାର। ଦେଶରେ କରୋନା ସଂକ୍ରମଣ ବଢି ଚାଲିଥିଲେ ବି ସେହି ଅନୁପାତରେ ମୃତ୍ୟୁ ହୋଇ ନାହିଁ ବୋଲି ବୋଫା ସିକ୍ୟୁରିଟିଜ ରିପୋର୍ଟରେ ସୂଚିତ କରିଛି। ଏହା ଗତବର୍ଷ ତୁଳନାରେ ୪୨ ପ୍ରତିଶତ କମ୍‌ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.