ପୁଣି ଥରେ ଭାଇରାଲ ହେଲା ଶ୍ରୀମନ୍ଦିର ଭିତରର ଫଟୋ

Published By : Prameya-News7 Bureau | November 25, 2019 IST

ପୁରୀ ୨୫/୧୧: ଶ୍ରୀମନ୍ଦିର ଫଟୋ ପୁଣିଥରେ ଭାଇରାଲ୍ ହୋଇଛି। ଆନନ୍ଦ ବଜାରରେ ମହାପ୍ରସାଦ ସହ ସେଲଫିର ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ପିଣ୍ଟୁ ମହାପାତ୍ର ନାମକ ଯୁଵକ ନିଜ ଫେସବୁକ୍ ଆକାଉଣ୍ଟରେ ଏହି ଫଟୋ ଗତ ଅଗଷ୍ଟ ୧୯ ତାରିଖରେ ପୋଷ୍ଟ କରିଛନ୍ତି ।

 ନିକଟରେ ଦୁଇଜଣ ଯୁବତୀ ଶ୍ରୀମନ୍ଦିର ଭିତର ଭିଡିଓ ନିଜ ଟିକଟକ୍ ଆକାଉଣ୍ଟରେ ଭାଇରାଲ୍ କରିଥିଲେ । ଏହି ଘଟଣାରେ ନିରାକାରପୁରର ଅଞ୍ଚଳର ଯୁବତୀଙ୍କୁ ଉଠାଇଆଣି ପରେ ପୁଲିସ୍ ବ୍ୟକ୍ତିଗତ ମୁଚାଲିକାରେ ଛାଡି ଦେଇଥିଲା ।

ଶ୍ରୀମନ୍ଦିରକୁ ମୋବାଇଲ ଫୋନ୍ ନେବା ସମ୍ପୂର୍ଣ୍ଣ ନିଷେଧ ଥିବାବେଳେ ବାରମ୍ବାର ଶ୍ରୀମନ୍ଦିର ଭିତର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ସମ୍ପୃକ୍ତ ଯୁବକ ନିଜକୁ ଜଣେ ଆଷ୍ଟ୍ରୋଲୋଜର ବୋଲି ଫେସବୁକ ଆକାଉଣ୍ଟରେ ଉଲ୍ଲେଖ କରିଥିବାବେଳେ  ଶ୍ରୀମନ୍ଦିର ଆନନ୍ଦବଜାର ଫଟୋ ଭାଇରାଲ୍ କରିଛନ୍ତି । ଏହା ଉପରେ ଶ୍ରୀମନ୍ଦିର ଓ ପୁଲିସ ପ୍ରଶାସନ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଦେଖିବାର କଥା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.