ପୁଣି ବିବାଦରେ ଆଇଟମ୍ ଗାର୍ଲ ରାଣୀ ପଣ୍ଡା, ଏଥର ନିଜ ଜୀବନ କାହାଣୀ ଉପରେ ଯାତ୍ରା ଓ ଫିଲ୍ମକୁ ନେଇ

Published By : Prameya-News7 Bureau | July 29, 2019 IST

କଟକ (ଦୀପକ ଷଡଙ୍ଗୀ) ୩୦|୭: ପୁଣି ବିବାଦରେ ଆଇଟମ୍ ଗାର୍ଲ ରାଣୀ ପଣ୍ଡା… ଏଥର ରାଣୀ ପଣ୍ଡାଙ୍କୁ ନେଇ ଯେତିକି ବିବାଦ ଉଠିନି, ତାଠୁ ଅଧିକ ବିବାଦ ଉଠିଛି ରାଣୀ ପଣ୍ଡାଙ୍କ ଜୀବନ ଉପରେ ଆଧାରିତ ଯାତ୍ରା ଓ ଚଳଚ୍ଚିତ୍ରକୁ ନେଇ ।ଆଇଟମ୍ ଗାର୍ଲ ରାଣୀ ପଣ୍ଡା ନାଁରେ ଏକ ଯାତ୍ରା ଏବେ ସଚ୍ଚିଦାନନ୍ଦ ଗଣନାଟ୍ୟ  ମଂଚସ୍ଥ କରିବାକୁ ଯାଉଛି । ଏପଟେ ସମାନ ନାଁରେ ଏକ ଚଳଚ୍ଚିତ୍ର ମଧ୍ୟ ଆରମ୍ଭ ହେବାକୁ ଯାଉଛି ।ଏବେ ନାଟକ ମଞ୍ଚସ୍ଥ ହେଲେ ଏହାକୁ ନେଇ ଫଲ୍ମ ପ୍ରଯୋଜକ ଅଦାଲତକୁ ଯିବେ ବୋଲି କହିଛନ୍ତି ।ହେଲେ ନାଟକରେ ଅଭିନୟ କରୁଥିବା କଳାକାର ଓ ନିଜେ ରାଣୀ ପଣ୍ଡା କହିଛନ୍ତି ଫିଲ୍ମ ସହିତ ନାଟକର କୌଣସି ସାମଞ୍ଜସ୍ୟ ନାହିଁ ।

{"id":138589}

ଯାତ୍ରା ଜଗତର ଆଇଟମ୍ ଗର୍ଲ ରାଣୀ ପଣ୍ଡାଙ୍କ ଜୀବନ ଉପରେ ଆଧାରିତ ଫିଲ୍ମ ଓ ଯାତ୍ରାକୁ ନେଇ ଏବେ ବିବାଦ ଉଠିଛି । ଆଇଟମ୍ ଗର୍ଲ ରାଣୀ ପଣ୍ଡା ନାଁରେ ଏବେ ସଚ୍ଚିଦାନନ୍ଦ ଗଣନାଟ୍ୟ ଏବେ ଏକ ଯାତ୍ରା ମଞ୍ଚସ୍ତ କରିବାକୁ ଯାଉଛି । ଏହି ଯାତ୍ରା ପାଇଁ ପ୍ରସ୍ତୁତି ବି ଆରମ୍ଭ ହେଇଗଲାଣି । ନିଜେ ରାଣୀ ପଣ୍ଡା ଏହି ଯାତ୍ରାର ମୁଖ୍ୟ ଭୂମିକାରେ ଅଛନ୍ତି ।  ସେପଟେ ସେହି ସମାନ ନାଁରେ ଫିଲ୍ମ ପ୍ରଯୋଜକ ସଞୟ ନାୟକ ଏକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଛନ୍ତି । ଫିଲ୍ମଟିରେ ମଧ୍ୟ ରାଣୀ ପଣ୍ଡା ମୁଖ୍ୟ ଭୂମିକାରେ ଅଛନ୍ତି । କିନ୍ତୁ ଫିଲ୍ମ ନିର୍ମାଣ ହେବା ପୂର୍ବରୁ ଯଦି ଯାତ୍ରା ମଞ୍ଚସ୍ତ ହୁଏ ତେବେ ପ୍ରଯୋଜକ ସଞୟ ନାୟକ ଅଦାଲତର ଦ୍ବାରସ୍ଥ ହେବେ ବୋଲି କହିଛନ୍ତି ।

{"id":138591}

ରାଣୀ ପଣ୍ଡାଙ୍କ ନିଜ ଜୀବନ କାହାଣୀ ଉପରେ ଆଧାରିତ ଏହି ଯାତ୍ରାଟି ଆସନ୍ତା ୧୪ ତାରିଖରେ ପ୍ରଥମ ଥର ପାଇଁ ମଞ୍ଚସ୍ତ ହେବାକୁ ଯାଉଛି। କଟକ ଗୋପାଳପୁର ନିକଟରେ  ଆଇଟମ୍ ଗର୍ଲ ରାଣୀ ପଣ୍ଡା ଯାତ୍ରାର  ରିହରସାଲ୍ ଜୋର୍‌ସୋର୍ ରେ ଚାଲିଛି । ଖୋଦ୍ ରାଣୀ ପଣ୍ଡା କହିଛନ୍ତି ଯେ ଯାତ୍ରାର କାହାଣୀ ଓ ଫିଲ୍ମର କାହାଣୀ ଭିତରେ ଅନେକ ତଫାତ୍ ରହିଛି। ତେଣୁ ଯାତ୍ରା ମଞ୍ଚସ୍ଥକୁ ନେଇ ଫିଲ୍ମ ପ୍ରଯୋଜକ ଅଦାଲତ ଯିବା ଠିକ୍ ହେବ ନାହିଁ । ଯାତ୍ରା ର ଅନ୍ୟ କଳାକାର ମାନେ ମଧ୍ୟ ସମାନ ମତ ଦେଇଛନ୍ତି ।

{"id":138594}

ବିବାଦ ରାଣୀ ପଣ୍ଡାଙ୍କ ପିଛା ଛାଡୁନଥିବା ବେଳେ, ଯାତ୍ରା ଆଇଟମ୍ ଗର୍ଲ ରାଣୀ ପଣ୍ଡାକୁ ନେଇ ଯାତ୍ରା ପ୍ରେମୀଙ୍କ ଭିତରେ ଉତ୍ସୁକତା ବଢିବାରେ ଲାଗିଛି ।

{"id":138595}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.