ଲଗାତାର ଷଷ୍ଠ ଦିନ ପାଇଁ କମିଲା ସୁନା ଦର, ପ୍ରତି ୧୦ ଗ୍ରାମ ୮୦୦ ଟଙ୍କା କମିଲା

Published By : Prameya-News7 Bureau | December 11, 2019 IST

ନୂଆଦିଲ୍ଲୀ ୧୧।୧୨ - ଲଗାତାର ଷଷ୍ଠ ଦିନ ପାଇଁ ସୁନା ଦର ହ୍ରାସ ପାଇଛି । ଏମ୍‌ସିଏକ୍ସରେ ଗୋଲ୍ଡ ଫ୍ୟୁଚର ପ୍ରାଇସ୍‌ ହ୍ରାସ ପାଇଛି । ଏହା ୦.୦୫ ପ୍ରତିଶତ ହ୍ରାସ ପାଇ ପ୍ରତି ୧୦ ଗ୍ରା ୩୭,୫୫୧ ଟଙ୍କାରେ ପହଞ୍ଚିଛି ।

{"id":194581,"sizeSlug":"large"}

ତିନି ମାସ ମଧ୍ୟରେ ମଧ୍ୟରେ ସୁନାଦର ପ୍ରାୟ ୨,୪୫୦ ଟଙ୍କା ହ୍ରାସ ପାଇଛି । ସୁନାଦର ସେପ୍ଟେମ୍ବର ପ୍ରଥମ ସପ୍ତାହରେ ପ୍ରତି ୧୦ ଗ୍ରାମ ୪୦ ହଜାର ଟଙ୍କା ପାର କରିଥିଲା ।

{"id":163163,"sizeSlug":"large"}

ସେହିପରି ରୂପାଦର ମଧ୍ୟ ହ୍ରାସ ପାଇଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ରୂପା ଦର କିଲୋପ୍ରତି ୦.୦୯ ପ୍ରତିଶତ ହ୍ରାସ ପାଇ ୪୩,୪୬୯ ଟଙ୍କାରେ ପହଞ୍ଚିଛି ।

{"id":115440,"sizeSlug":"large"}

ଅନ୍ତର୍ଜାତୀୟ ବଜାରରେ ସୁନାଦର ପ୍ରତି ଆଉନସ୍‌ ୧,୪୬୩.୬୯ ଡଲାରରେ ପହଞ୍ଚିଛି । ସେହିପରି ରୂପାଦର ପ୍ରତି ଆଉନସ୍‌ ୦.୧ ପ୍ରତିଶତ ହ୍ରାସ ପାଇ ୧୬.୬୩ ଡଲାରରେ ପହଞ୍ଚିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.