କମିଲା ସୁନାଦର, ୨ ମାସ ମଧ୍ୟରେ ପ୍ରତି ୧୦ଗ୍ରାମ ୧୮ଶହ ଟଙ୍କା କମିଲା

Published By : Prameya-News7 Bureau | November 21, 2019 IST


ନୂଆଦିଲ୍ଲୀ ୨୧।୧୧ - ସୁନାଦର ଲଗାତର ହ୍ରାସ ପାଇବାରେ ଲାଗିଛି । ସେପ୍ଟେମ୍ବର ମାସରେ ଏହା ସର୍ବକାଳୀନ ରେକର୍ଡ ସ୍ତର ଛୁଇଁଥିଲା । ପ୍ରତି ୧୦ ଗ୍ରାମ ଶୁଦ୍ଧ ସୁନା ୪୦ ହଜାର ଟଙ୍କା ପାର କରିଥିଲା । ଏହାପରେ ଏହା ହ୍ରାସ ପାଇଥିଲା । ପରେ ପାର୍ବଣ ଋତୁରେ ଏହାର ଚାହିଦା ବୃଦ୍ଧି ପାଇବା ସହ ସୁନାଦର ସାମାନ୍ୟ ବୃଦ୍ଧି ପାଇଥିଲା ।

{"id":159801,"width":586,"height":391,"sizeSlug":"large"}

ଅନ୍ତର୍ଜାତୀୟ ବଜାରର ଆମେରିକା ଓ ଚୀନ୍‌ ମଧ୍ୟରେ ବାଣିଜ୍ୟକୁ ନେଇ ମୁହାଁ ମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଉଭୟ ଦେଶ ଆମଦାନୀ ଶୁଳ୍କ ବୃଦ୍ଧି କରିଥିଲେ । ଏହା ସହ ମାନ୍ଦାବସ୍ଥା ସାଙ୍ଗକୁ ସୁନାଦର ବୃଦ୍ଧି ପାଇଥିଲା ।

ଏବେ ସୁନାଦର ପୁଣି ହ୍ରାସ ପାଇଛି । ଏମ୍‌ସିଏକ୍ସ ବା ମଲ୍ଟି କମୋଡିଟି ଏକ୍ସେଚେଞ୍ଜରେ ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମ ୩୮,୧୬୯ ଟଙ୍କାରେ ପହଞ୍ଚିଛି ସେପ୍ଟେମ୍ବରର ୪୦ ହଜାର ଟଙ୍କା ପରେ ଏହା ୧୮୦୦ ଟଙ୍କା କମିଛି । ମାତ୍ର ରୂପା ଦର ଏହି ସପ୍ତାହରେ ପ୍ରାୟ ସମାନ ରହିଛି । ଏହା ଗୁରୁବାରରେ ୦.୦୧ ପ୍ରତିଶତ ଯାହା ଅତି ନଗଣ୍ୟ ତାହା ବୃଦ୍ଧି ପାଇଛି ।ମଲ୍ଟି କମୋଡିଟି ଏକ୍ସେଚେଞ୍ଜରେ ରୂପା କିଲୋପ୍ରତି ୪୪,୮୨୫ ଟଙ୍କା ବୃଦ୍ଧି ପାଇଛି ।

{"id":163163,"sizeSlug":"large"}

ମାତ୍ର ଅନ୍ତର୍ଜାତୀୟ ବଜାରର ସୁନାଦର ସାମାନ୍ୟ ବୃଦ୍ଧି ପାଇଛି । ଅନ୍ତର୍ଜାତୀୟ ବଜାରର ପ୍ରତି ଆଉନ୍ସ ସୁନାଦର ୦.୧ ପ୍ରତିଶତ ବୃଦ୍ଧି ପାଇ ୧,୪୭୨ ଡଲାରରେ ପହଞ୍ଚିଛି । ଆମେରିକାରେ ହଂକଂ ଆନ୍ଦୋଳନର ସମର୍ଥନରେ ଏକ ବିଧେୟକ ପାସ୍‌ ହେବା ପରେ ଏହାର ପ୍ରଭାବ ଅନ୍ତର୍ଜାତୀୟ ବଜାରରେ ପହଞ୍ଚିଛି । ଏଥିଯୋଗୁଁ ସୁନାଦର ସାମାନ୍ୟ ବୃଦ୍ଧି ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.