Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

କେନ୍ଦ୍ରାପଡାରେ ଗୋଷ୍ଠୀ ସଂଘର୍ଷ: ଦିନ ଦ୍ଵିପ୍ରହରରେ ମାର୍‌ପିଟ୍‌, ୩ ଆହତ, ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ

28/10/2021 at 6:39 PM

କେନ୍ଦ୍ରାପଡା ୨୮।୧୦: କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ନୂଆପଡା ବଜାରରେ ଦୁଇ ଅପରାଧୀ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ୩ ଗୁରୁତର । କୁଖ୍ଯାତ ଅପରାଧୀ ବିଭୂ ସାହୁ ଏବଂ ସ୍ଥାନୀୟ ଅପରାଧି ପ୍ରଶାନ୍ତ ଦାସ ମଧ୍ୟରେ କୈଣସି କାରଣ ପାଇଁ ଗଣ୍ଡଗୋଳ ହୋଇଥିଲା । ବିଭୂ ପ୍ରଥମେ ପ୍ରଶାନ୍ତ ଗାଁ ତାଳସଙ୍ଗାରେ ପହଞ୍ଚି ପ୍ରଶାନ୍ତକୁ ଗାଳିଗୁଲଜ କରିବା ସହ ତାର ବାଇକ ଭଙ୍ଗାରୁଜା କରିଥିଲା । ଉଭୟ ଆଜି ସଂଧ୍ୟାରେ ନୂଆପଡା ବଜାରରେ ମୁହାଁମୁହିଁ ହୋଇଥିଲେ ।

ପ୍ରଶାନ୍ତ ଏବଂ ତାର ସହଯୋଗୀମାନେ ବାଡି, ଠେଙ୍ଗା, ହକି ଷ୍ଟିକରେ ପ୍ରତାପ ସାହୁ(ବିଭୁ) ଓ ତାର ସହଯୋଗୀ  ପ୍ରଭାତ ସାହୁ ଏବଂ ଡ୍ରାଇଭର ବୈଦ୍ୟନାଥ ମହାପାତ୍ରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏଥିରେ ବିଭୂ ତାର ସହଯୋଗୀ ଏବଂ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି । ଗୁରୁତର ବିଭୁ ଓ ପ୍ରଭାତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ମାର୍ଶାଘାଇ ମେଡିକାଲ ଏବଂ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଡ୍ରାଇଭର କେନ୍ଦ୍ରାପଡା ମେଡିକାଲରେ ଚିକିତ୍ସିତ ହୋଉଥିବା ବେଳେ ପ୍ରଶାନ୍ତ ଏବଂ ତାର ସହଯୋଗୀମାନେ ଫେରାର ଥିବା ଜଣାପଡିଛି । ଏନେଇ ପୋଲିସ ନିକଟରେ କୈଣସି ଅଭିଯୋଗ ହୋଇନଥିବା ବେଳେ ଦୋକାନ ବଜାର ବନ୍ଦ ରହିଛି । ପୋଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି ।

   Related Posts