କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୁଣି ଲାଗିଲା ନିଆଁ: ସିଡିଏମ୍ଓ କହିଲେ- ଏହା ସାମାନ୍ୟ ଘଟଣା

Published By : Prameya-News7 Bureau | December 20, 2019 IST

କେନ୍ଦ୍ରାପଡ଼ା୨୦/୧୨-  କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୁଣି ଲାଗିଲା ନିଆଁ । ଏଥର ନିୟୁଟ୍ରିସିନାଲ ରିହାବିଲିଟେସନ୍ ସେଣ୍ଟରରେ ନିଆଁ ଲାଗିଛି । ସକାଳେ କେନ୍ଦ୍ର ଭିତରେ ହଠାତ୍ ଧୂଆଁ ଭର୍ତ୍ତି ହୋଇଯାଇଥିଲା। କେହି କିଛି ବୁଝିବା ପୂର୍ବରୁ ଜଳି ଯାଇଥିଲା ଇଲେକ୍ଟ୍ରି ଓୟାରିଂ । କାହାର କିଛି କ୍ଷତି ହୋଇନି । ଗତ ୨୦ ଦିନ ମଧ୍ୟରେ ଏହା ଦ୍ବିତୀୟ ଅଗ୍ନୀକାଣ୍ଡ ଘଟଣା। ସିଡିଏମ୍‌ଓ କିନ୍ତୁ କହିଛନ୍ତି ଏହା ସାମାନ୍ୟ ଘଟଣା । ସଟ୍ ସର୍କିଟ ଯୋଗୁଁ ଜଳିଗଲା ଓୟାରିଂ।ରୋଗୀ, ସଂପର୍କୀୟ, କର୍ମଚାରୀ ଛାନିଆ ହୋଇଯାଇଥିଲେ।।୨୦ ଦିନ ମଧ୍ୟରେ ପୁଣି ହସ୍ପିଟାଲରେ  ଦ୍ବିତୀୟ ଥର ଅଗ୍ନିକାଣ୍ଡ ଘଟିଛି।

{"id":200248,"width":582,"height":979,"sizeSlug":"large"}

କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ନିୟୁଟ୍ରିସିନାଲ ରିହାବିଲିଟେସନ୍ ସେଣ୍ଟର । ଶୁକ୍ରବାର ସକାଳ ୭ ଟା । ସଟ୍ ସିର୍କଟ ଯୋଗୁଁ ଏହି କେନ୍ଦ୍ରରେ ନିଅଁ। ଲାଗି ଯାଇଥିଲା । ଜୀବନ ବଂଚାଇବା ପାଇଁ କେନ୍ଦ୍ରରେ ଥିବା ୨ ଜଣ ନର୍ସ, ଜଣେ ରୋଗୀ ଏବଂ ତାଙ୍କ ସମ୍ପର୍କୀୟ ଏଣେ ତଣେ ଧାଇଁଥିଲେ । ସମଗ୍ର ଅଂଚଳ ଧୂଆଁମୟ ହୋଇ ଯାଇଥିଲା। ଏହି କେନ୍ଦ୍ରରେ ଚିକିତ୍ସିତ ଜଣେ ଶିଶୁଙ୍କୁ ତାଙ୍କ ପରିବାର ଲୋକେ ସୁରକ୍ଷିତ ଉଦ୍ଧାର କରିଛନ୍ତି ।ତେବେ ଜଣେ ସୁରକ୍ଷାକର୍ମୀ ଘଟଣା ସ୍ଥଳରେ ପହଁଞ୍ଚି ଅଗ୍ନୀନିର୍ବାପକ ବ୍ୟବହାର କରି ନିଆଁକୁ ଆୟତ କରିଥିଲେ ।

{"id":200249,"sizeSlug":"large"}

ଗତ ନଭେମ୍ବ ୨୯ ତାରିଖରେ ମେଡିକାଲ ପରିସରରେ ପ୍ରସୂତିମାନଙ୍କ ପାଇଁ ଥିବା ସ୍ବତନ୍ତ୍ର ଶୀତତାପ ନିୟନ୍ତ୍ରିତ କ୍ୟାବିନ୍‌ରେ ନିଆଁ ଲାଗିଯାଇଥିଲା । ୫ ଜଣ ରୋଗୀଙ୍କୁ ସେମାନଙ୍କ ସମ୍ପର୍କୀୟ ଉଦ୍ଧାର କରି ଥିଲେ। ମାତ୍ର ୩ ସପ୍ତାହ ବ୍ୟବଧାନରେ ଏ ହେଉଛି ଦ୍ବିତୀୟ ଅଗ୍ନୀକାଣ୍ଡ ଘଟଣା। ସେହିପରି ୨୦୧୭ ଜୁଲାଇ ୪ରେ ମେଡିକାଲରେ ଥିବା ଏକ ଜେନରେଟରରେ ମଧ୍ୟ ନିଅଁ। ଲାଗି ଯାଇଥିଲା । ମେଡିକାଲ ପରି ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଏହିଭଳି ବାରମ୍ବାର ନିଅଁ। ଲାଗିବା ଘଟଣା ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ମହଲରେ ଭୟର ବାତାରଣ ସୃଷ୍ଟି କରିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଧାରୀ କିନ୍ତୁ ଏହାକୁ ସାଧାରଣ ଘଟଣା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.