Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ହଜାର ହଜାର ଚାଷୀ ପୁଣି ମୁହାଁଇଲେ ଦିଲ୍ଲୀ

29/01/2021 at 4:56 PM

ନୂଆଦିଲ୍ଲୀ ୨୯।୧: କିଛି ସମୟ ପୂର୍ବରୁ ଲାଗୁଥିଲା ଦିଲ୍ଲୀ ସୀମାରେ ଚାଷୀଙ୍କ ଆନ୍ଦୋଳନ ହୁଏତ ସମାପ୍ତ ହୋଇଯିବ। ତେବେ ଶୁକ୍ରବାରର ପରିସ୍ଥିତି ଭିନ୍ନ ଚିତ୍ର ବୟାନ କରୁଛି। ଗୁରୁବାର ଯେଉଁ ରାକେଶ ଟିକାୟତ ଟ୍ରାକ୍ଟର ପରେଡ ଘଟଣା ଲାଗି ପୋଲିସରେ ଆତ୍ମ ସମର୍ପଣ କରିଦେବେ ବୋଲି କହୁଥିଲେ ସେ ଦିଲ୍ଲୀ-ମୀରଟ ଏକ୍ସପ୍ରେସ ୱେରେ ଅଡିଯାଇଥିବା ବେଲେ ତାଙ୍କ ସମର୍ଥନର ପଶ୍ଚିମ ଉତ୍ତର ପ୍ରଦେଶରୁ ହଜାର ହାଜାର କୃଷକ ଦିଲ୍ଲୀ ମୁହାଁଇଛନ୍ତି।

କେବଳ ଉତ୍ତର ପ୍ରଦେଶ ନୁହେଁ ଆନ୍ଦୋଳନରୁ ଘରକୁ ଫେରିଯାଇଥିବା ହରିୟାଣାରା ଚାଷୀ ମଧ୍ୟ ପୁଣି ଟ୍ରଲିରେ ତମ୍ବୁ ବାନ୍ଧି ସିଂଘୁ, ଟିକିରି ଓ ଗାଜିପୁର ବର୍ଡର ପହଞ୍ଚିବାରେ ଲାଗିଛନ୍ତି। ସାଧାରଣତନ୍ତ୍ର ଦିବସ ଟ୍ରାକ୍ଟର ପରେଡ ବେଳେ ଲାଲକିଲ୍ଲାରେ ନିଶାନ ସାହିବ ଉଡାଯିବା ଘଟଣା ସାରା ଦେଶକୁ ବ୍ୟଥିତ କରିଥିଲା। ଏପରିକି ନିଜେ ଚାଷୀ ମଧ୍ୟ ଘଟଣାରେ ଅପମାନିତ ବୋଧ କରି ଘରକୁ ଫେରିଯାଇଥିଲେ।

ଗୁରୁବାର ସନ୍ଧ୍ୟାବେଳକୁ ଗାଜିପୁର ବର୍ଡରରେ କିଛି କୃଷକନେତା ଓ ୩ରୁ ୪ଶହ ଚାଷୀ ଆନ୍ଦୋଳନସ୍ଥଳରେ ଥିଲେ। ଏଥିରେ ଉତ୍ତରପ୍ରଦେଶ ଯୋଗୀ ସରକାର ପ୍ରଶାସନକୁ ନିର୍ଦ୍ଦେଶ ଦେଇ ରାଜ୍ୟରେ ଚାଷୀ ଆନ୍ଦୋଳନ ସମାପ୍ତ କରିବାକୁ କହିଥିଲେ। ପୋଲିସ ବଳ ପୂର୍ବକ ବାଗପତରେ ଚାଷୀଙ୍କୁ ଆନ୍ଦଳନ ସ୍ଥଳରୁ ଘଉଡାଇ ଦେଇଥିୂବା ବେଳେ ଗାଜିପୁର ବର୍ଡରରେ ଜିଲ୍ଲା ପ୍ରଶାସନ ଆନ୍ଦୋଳନକାରୀଙ୍କୁ ରାତିସୁଧା ସ୍ଥାନଛାଡି ଚାଲିଯିବାକୁ ଅଲ୍ଟିମେଟମ ଦେଇଥିଲା।

ଏଥିଲାଗି ପ୍ରଶାସନ ସୀମାରେ ସୁରକ୍ଷା କଡାକଡି କରିବା ସହ ଆନ୍ଦୋଳନକାରୀଙ୍କୁ ହଟାଇବାର ପୂର୍ଣ୍ଣ ପ୍ରସ୍ତୁତି ମଧ୍ୟ କରିନେଇଥିଲା। ତେବେ ବିକେୟୁ ମୁଖପାତ୍ର ରାକେଶ ଟିକାୟତ ଓ ତାଙ୍କ ଭାଇ ନରେଶ ଟିକାୟତଙ୍କ ଭାବପୂର୍ଣ୍ଣ ଆହ୍ୱାନ ଚାଷୀଙ୍କୁ ପୁଣି ଆନ୍ଦୋଳିତ କରିଛି। ଫଳରେ ଗୁରୁବାର ସନ୍ଧ୍ୟାସୁଧା ଆନ୍ଦୋଳନ ସ୍ଥଳରେ ଥିବା ୩ରୁ ୪ଶହ ଲୋକଙ୍କ ସଂଖ୍ୟା ଶୁକ୍ରବାର ସକାଳ ବେଳକୁ ୫ରୁ ୭ ହଜାରକୁ ପହଞ୍ଚି ସାରିଥିବା ବେଳେ ଜିଲ୍ଲାପ୍ରଶାସନ ଘଟଣାସ୍ଥଳରୁ ଅତିରିକ୍ତ ସୁରକ୍ଷାବଳଙ୍କୁ ପ୍ରତ୍ୟାହାର କରିଛି।

ସେପଟେ ଦିଲ୍ଲୀର ଆମଆଦମୀ ପାର୍ଟି ସରକାର ଖୋଲାଖୋଲି ବିକେୟୁ ଆନ୍ଦୋଳନର ସମର୍ଥନରେ ଆସିଥିବା ବେଳେ ରାଷ୍ଟ୍ରୀୟ ଲୋକଦଳ ପ୍ରମୁଖ ଅଜିତ ସିଂହ ମଧ୍ୟ କୃଷକ ଆନ୍ଦୋଳକୁ ସମର୍ଥନ ଜଣାଇଛନ୍ତି। ସେପଟେ ସିଂଘଦୁ ବର୍ଡରରେ ସ୍ଥାନୀୟ ଲୋକେ ବିକ୍ଷୋଭରତ ଚାଷୀଙ୍କୁ ଘଉଡାଇବା ଲାଗି ଆନ୍ଦୋଳନ କରିବା ସହ ଟେକାପଥର ମାଡ କରିଛନ୍ତି। ଏଥିରେ ଆଇନଶୃଙ୍ଖଳା ନିୟନ୍ତ୍ରଣ ଲାଗି ମୁତୟନ ସୁରକ୍ଷା କର୍ମୀ ଆନ୍ଦୋଳକାରୀଙ୍କ ଟେକାପଥର ମାଡ ଓ ଖଣ୍ଡା ଚୋଟରେ ଆହତ ହୋଇଥିବା ଜଣାପଡିଛି।

ସିଂଘୁ ବର୍ଡରରେ କମଜୋର ପଡି ଆସୁଥିବା ଆନ୍ଦୋଳନକୁ ମଜଭୁତ କରିବା ଲାଗି ଜିନ୍ଦ, କୈଥଲ, ହିସାର, ଭିବାନୀ ଓ ସୋନିପତରୁ ଚାଷୀଙ୍କ ଟ୍ରାକ୍ଟର ପୁଣି ଟ୍ରଲିରେ ଆନ୍ଦୋଳନ ସାମଗ୍ରୀ ଲଦି ପହଞ୍ଚୁଥିବାର ଦେଖାଯାଉଛି। ଏଥିରୁ ଦିଲ୍ଲୀ ଟ୍ରାକ୍ଟର ପରେଡରେ ଯାହା କିଛି ହେଲା ତାହା ଷଡ଼ଯନ୍ତ୍ର ଥିଲାବୋଲି ଚାଷୀ ବୁଝି ସାରିଥିବା ବେଳେ ଆନ୍ଦୋଳନକୁ ଅଧିକ ଜୋରଦାର କରିବାଲାଗି ଦିଲ୍ଲୀ ଫେରିବାରେ ଲାଗିଛନ୍ତି।   

   Related Posts