ହନ୍ଦଓ୍ୱାଡାରେ ପୁଣି ଆତଙ୍କବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ, ୩ ସିଆରପିଏଫ ଯବାନ ସହିଦ

Published By : Prameya-News7 Bureau | May 04, 2020 IST

ଶ୍ରୀନଗର, ୦୪|୦୫ :   ଜମ୍ମୁ-କାଶ୍ମୀରର ହନ୍ଦଓ୍ୱାଡାରେ ପୁଣି ତରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ୩ଜଣ ସିଆରପିଏଫ ଯବାନ ସହିଦ ହୋଇଛନ୍ତି । ତେବେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି ।

ଏହାପୂର୍ବରୁ ରବିବାର ମଧ୍ୟ ଏହି ସ୍ଥାନରେ ଏନକାଉଣ୍ଟର ହୋଇଥିଲା । ଏଥିରେ ଜଣେ କର୍ଣ୍ଣେଲ ଓ ଜଣେ ମେଜରଙ୍କ ସହ ୫ଜଣ ଯବାନ ସହିଦ ହୋଇଥିଲେ । ଏଥିରେ ଲସ୍କର କମାଣ୍ଡର ହାଇଦର ମଧ୍ୟ ନିହତ ହୋଇଥିଲେ ।

ସୂଚନାଯୋଗ୍ୟ, ଶନିବାର ଉତ୍ତର କାଶ୍ମୀରର କୁପଓ୍ୱାଡା ଜିଲ୍ଲାର ହନ୍ଦଓ୍ୱାଡା ଚାଞ୍ଜମୁଲ୍ଲା ଅଞ୍ଚଳରେ ଶନିବାର ଏକ ଘରେ ଆତଙ୍କବାଦୀମାନେ ଲୁଚି ରହିଥିବା ଖବର ମିଳିଥିଲା । ଏପରିକି ସେମାନେ କିଛି ନାଗରିକଙ୍କୁ ବନ୍ଧକ ମଧ୍ୟ କରି ରଖିଥିଲେ । ଏହା ପରେ  ଯବାନମାନେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ନିଜକୁ ବିପଦରେ ଦେଖି ଆତଙ୍କବାଦୀମାନେ ପ୍ରଥମେ ଗୁଳି ଚାଳନା କରିଥିଲେ । ଅପରେସନରେ ଯବାନଙ୍କ ଗୋଟିଏ ଟିମ୍ ବନ୍ଧକଙ୍କୁ ମୁକୁଳାଇଥିବା ବେଳେ ଅନ୍ୟ ଏକ ଟିମ୍ ଆତଙ୍କବାଦୀଙ୍କୁ ପାଲଟା ଜବାବ ଦେଇଥିଲା । ଏଥିରେ କର୍ଣ୍ଣଲ  ଆଶୁତୋଷ ଶର୍ମାଙ୍କ ସମେତ ୫ଜଣ ସହିଦ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.