ଚେତିଲେନି ପରବେଶ ବର୍ମା , ବିଜେପି ନେତାଙ୍କ ଉପରେ ପୁଣି ୨୪ ଘଣ୍ଟା ବ୍ୟାନ୍ ଲଗାଇଲେ EC

Published By : Prameya-News7 Bureau | February 05, 2020 IST

ନୂଆଦିଲ୍ଲୀ ୦୫/୦୨-  ଆଉ ତିନିଦିନ ପରେ ଦିଲ୍ଲୀ ଭୋଟ, କିନ୍ତୁ ଯେତେ ଚେତାଇଲେ ବି ଚେତୁନାହାନ୍ତି ନେତା । ଶେଷ ପର୍ଯ୍ୟାୟ ପ୍ରଚାର ଏବେ ଜୋରଦାର ଆଉ ତା ସହ ନେତାଙ୍କ ତୁଣ୍ଡବି ମାନୁନି ବୋଲ । ଦିଲ୍ଲୀର ବିଜେପି ନେତା ତଥା ସାଂସଦ ପରବେଶ ବର୍ମାଙ୍କ ଉପରେ ପୁଣି ଅଙ୍କୁଶ ଲଗାଇଛନ୍ତି ନିର୍ବାଚନ କମିଶନ( EC) । ସାନି ୨୪ ଘଣ୍ଟିଆ ବ୍ୟାନ୍‌ । ଆପ୍‌ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ପାଇଁ ଇସି ଦେଇଛନ୍ତି ଛାଟ ।

{"id":220576,"sizeSlug":"large"}

ପରବେଶ ବର୍ମା ନିର୍ବାଚନ ପ୍ରଚାର କରିପାରିବେନି।  ଶୋଭାଯାତ୍ରାରେ ସାମିଲ ହୋଇପାରିବେନି କିମ୍ବା ସଭା , ଶୋଭାଯାତ୍ରା, ରାଲି , ରୋଡ ଶୋ’  କିଛି ବି କରିପାରିବେନାହିଁ। କେବଳ ସେତିକି ନୁହେଁ ୨୪ ଘଣ୍ଟା ଭିତରେ ସେ କୌଣସି ସାକ୍ଷାତକାର ମଧ୍ୟ  ଦେବା ମନା । ପୁରା ୨୪ ଘଣ୍ଟିଆ କଡ଼ା କଟକଣା ଲଗାଇଛନ୍ତି ନିର୍ବାଚନ କମିଶନ । ଠିକ୍ ସପ୍ତାହେ ତଳେ ନିର୍ବାଚନ କମିଶନ ପରବେଶ ବର୍ମାଙ୍କ ଉପରେ ୯୬ ଘଣ୍ଟିଆ ବା ୪ ଦିନିଆ କଟକଣା ଲଗାଇଥିଲେ । ଏବେ ସାନି କଟକଣା ଫଳରେ ଆଉ ଦିଲ୍ଲୀ ଭୋଟ ପାଇଁ ପ୍ରଚାର କରିପାରିବେ ନାହିଁ ବିଜେପି ସାଂସଦ । କାରଣ ଗୁରୁବାର ସଂଧ୍ୟାରେ ଦିଲ୍ଲୀ ବିଧାନସଭା ପାଇଁ ପ୍ରଚାର ସରିବ ।

{"id":220577,"width":554,"height":310,"sizeSlug":"large"}

ଆସନ୍ତା ୮ ତାରିଖ ଦିନ ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ଲାଗି ମତଦାନ ଅନୁଷ୍ଠିତ ହେବ । ୧୧ ତାରିଖ ଦିନ ଗଣତି ସହ ଆସିଯିବ ଫଳାଫଳ । ଏବେ ଶେଷ ପର୍ଯ୍ୟାୟରେ ଜମିଛି ପ୍ରଚାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ନେତା ତଥା ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ସମେତ ଦିଲ୍ଲୀର ପ୍ରାୟ ସବୁ ବିଜେପି ହେଭିୱେଟ୍ ପ୍ରଚାରରେ ଲାଗିଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧି ଗତ ଦୁଇଦିନ ହେବ ପ୍ରଚାର ମୈଦାନରେ ତମ୍ବିତୋଫାନ କରୁଛନ୍ତି । ସେପଟେ ଆମ ଆଦମି ପାର୍ଟି ନେତା ଓ କର୍ମୀଙ୍କ ପ୍ରଚାର ବି ଜୋରଦାର ।   

{"id":220578,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.