ପୁଣି ଚର୍ଚ୍ଚାରେ ଦାନ ମାଝୀ : ହେଲେ ଏଥର ଭିନ୍ନ କାରଣ ପାଇଁ, ଜାଣନ୍ତୁ କଣ…
20/11/2019 at 11:48 AM

କଳାହାଣ୍ଡି୨୦|୧୧: ପୁଣି ଚର୍ଚ୍ଚାରେ ଦାନ ମାଝୀ । ୨୦୧୭ ମସିହାରେ ଆମ୍ବୁଲାନ୍ସ ନପାଇ ନିଜ ସ୍ତ୍ରୀ ର ଶବ କୁ କାନ୍ଧରେ ବୋହିବା ଘଟଣାରେ କଳାହାଣ୍ଡିର ଦାନ ମାଝୀ ଚର୍ଚ୍ଚାକୁ ଆସିଥିଲେ । ଏହି ଘଟଣା ସେତେବେଳେ ଆନ୍ତର୍ଜ।ତୀୟ ସ୍ତର ରେ ଚହଳ ପକାଇଥିଲା । ତଥା ଜାତୀୟ ଆନ୍ତର୍ଜ।ତୀୟ ସ୍ତରରୁ ଦାନ ମାଝୀ ଙ୍କ ସହାୟତା ପାଇଁ ସହଯୋଗ ର ସୁଅ ଛୁଟି ଥିଲା । ଏହା ପରେ ଦାନ ମାଝୀ ବ୍ରାଣ୍ଡ ହୋଇଯାଇଥିଲେ ।

ସେବେଠାରୁ ଦାନ ମାଝୀ ସବୁବଳେ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ରେ । ବର୍ତ୍ତମାନ ଦାନ ମାଝୀ ଙ୍କ ନୂଆ ଅବତାରକୁ ନେଇ ସୋସିଆଲ ମିଡିଆ ରେ ଚର୍ଚ୍ଚା। । ୟା ଭିତରେ ଦାନ ମାଝୀ ତୃତୀୟ ବିବାହ କରି ସାରିଛନ୍ତି । ତୃତୀୟ ସ୍ତ୍ରୀଙ୍କ ସନ୍ତାନ ସହ ସେ ବୁଲୁଥିବା ଫଟୋ ଭାଇରାଲ ହୋଇଛି ।

ସେହିପରି ମେଲଘରାରେ ସେ ମିର୍ମାଣ କରୁଥିବା ନିଜ ନୂଆ କୋଠା ର ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯାହାକୁ ନେଇ ଦାନ ମାଝୀ ପୁଣି ଚର୍ଚ୍ଚ।କୁ ଆସିଛନ୍ତି ।