ପୁଣି ଚର୍ଚ୍ଚାରେ ଦାନ ମାଝୀ : ହେଲେ ଏଥର ଭିନ୍ନ କାରଣ ପାଇଁ, ଜାଣନ୍ତୁ କଣ…

Published By : Prameya-News7 Bureau | November 20, 2019 IST

କଳାହାଣ୍ଡି୨୦|୧୧: ପୁଣି ଚର୍ଚ୍ଚାରେ ଦାନ ମାଝୀ । ୨୦୧୭ ମସିହାରେ  ଆମ୍ବୁଲାନ୍ସ ନପାଇ ନିଜ ସ୍ତ୍ରୀ ର ଶବ କୁ କାନ୍ଧରେ ବୋହିବା ଘଟଣାରେ କଳାହାଣ୍ଡିର ଦାନ ମାଝୀ ଚର୍ଚ୍ଚାକୁ ଆସିଥିଲେ । ଏହି ଘଟଣା ସେତେବେଳେ ଆନ୍ତର୍ଜ।ତୀୟ ସ୍ତର ରେ ଚହଳ ପକାଇଥିଲା । ତଥା ଜାତୀୟ ଆନ୍ତର୍ଜ।ତୀୟ ସ୍ତରରୁ ଦାନ ମାଝୀ ଙ୍କ ସହାୟତା ପାଇଁ ସହଯୋଗ ର ସୁଅ ଛୁଟି ଥିଲା । ଏହା ପରେ ଦାନ ମାଝୀ  ବ୍ରାଣ୍ଡ ହୋଇଯାଇଥିଲେ ।

{"id":186983,"sizeSlug":"large"}

ସେବେଠାରୁ  ଦାନ ମାଝୀ ସବୁବଳେ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ରେ । ବର୍ତ୍ତମାନ ଦାନ ମାଝୀ ଙ୍କ ନୂଆ ଅବତାରକୁ ନେଇ ସୋସିଆଲ ମିଡିଆ ରେ ଚର୍ଚ୍ଚା। । ୟା ଭିତରେ ଦାନ ମାଝୀ ତୃତୀୟ ବିବାହ କରି ସାରିଛନ୍ତି । ତୃତୀୟ ସ୍ତ୍ରୀଙ୍କ ସନ୍ତାନ ସହ ସେ  ବୁଲୁଥିବା ଫଟୋ ଭାଇରାଲ ହୋଇଛି ।

{"id":186984,"width":589,"height":331,"sizeSlug":"large"}

ସେହିପରି ମେଲଘରାରେ ସେ ମିର୍ମାଣ କରୁଥିବା ନିଜ ନୂଆ କୋଠା ର ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯାହାକୁ ନେଇ ଦାନ ମାଝୀ ପୁଣି  ଚର୍ଚ୍ଚ।କୁ ଆସିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.