ଦାମ ପୁଣି କହିଲେ ନିଜର ନୂଆ ଦଳ ଗଠନ କରିବେ, ଦଳର ନାଁ ହେବ ଜନତା କ୍ରାନ୍ତି ଦଳ

Published By : Prameya-News7 Bureau | January 16, 2019 IST

wp:core-embed/youtube {"url":"https://www.youtube.com/watch?v=sRrTCOO1N9Y","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=sRrTCOO1N9Y
/wp:core-embed/youtube

ଭୁବନେଶ୍ବର୧୬|୧: ବିଜେଡିରୁ ବହିଷ୍କୃତ ନେତା ଦମୋଦର ରାଉତ ସମତା କ୍ରାନ୍ତି ଦଳ ସହ ନରହି ନିଜେ ନୂଆ ଦଳ ଗଠନ କରିବେ । ଏହି ଦଳର ନାଁ ଜନତା କ୍ରାନ୍ତି ଦଳ ହେବ ବୋଲି ଡାକ୍ତର ଦମୋଦର ରାଉତ କହିଛନ୍ତି । ଏହି ନୂଆ ଦଳ ଗଠନ ହେବା ପରେ ସମତା କ୍ରାନ୍ତି ଦଳ ଓ ଉତ୍କଳ ଭାରତ ଭଳି ଦଳ ସହ ସେ ମେଣ୍ଟ କରିବେ ବୋଲି ସୂଚନା ଦେଇଛନ୍ତି ।

ଡାକ୍ତର ରାଉତ ନ୍ୟୁଜ ସେଭେନକୁ କହିଛନ୍ତି ଯେ, ଆସନ୍ତା ୪ ଦିନ ମଧ୍ୟରେ ତାଙ୍କ ନୂଆଦଳ ଗଠନ ପ୍ରକ୍ରୀୟା ସରିବ । ସୂଚନାଯୋଗ୍ୟ ଯେ, ବ୍ରଜ ତ୍ରିପାଠୀଙ୍କ ସମତା କ୍ରନ୍ତି ଦଳରେ ଡାକ୍ତର ରାଉତ ଯୋଗ ଦେଇଥିଲେ ଏବଂ ସମତା କ୍ରାନ୍ତି ଦଳର ନାଁ ପରିବର୍ତ୍ତନ କରି ବିଜୁ ସମତା କ୍ରାନ୍ତି ଦଳ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ତେବେ ବର୍ତ୍ତମାନ ଡାକ୍ତର ରାଉତ ପୁଣି ଆଉ ଏକ ଦଳ ଗଠନ କରିବାକୁ ବାହାରିଛନ୍ତି ।

ସେହିଭଳି ଉତ୍କଳ ଭାରତର ସଭାପତି ଖାରବେଳ ସ୍ବାଇଁ କହିଛନ୍ତି ଯେ, ପ୍ରସ୍ତାବିତ ବିଜେଡି ଏବଂ କଂଗ୍ରେସ ବିରୋଧୀ ମେଣ୍ଟର ରୂପରେଖ ଆସନ୍ତା ୪ ଦିନ ମଧ୍ୟରେ ସ୍ପଷ୍ଟ ହେବ । ଏହି ମେଣ୍ଟରେ ବିଜୟ ମହାପାତ୍ର ଏବଂ ଦିଲ୍ଲୀପ ରାୟ ଯୋଗ ଦେଉନଥିବା ସେ ସ୍ପଷ୍ଟ କରିଥିଲେ । ତେବେ ମେଣ୍ଟରେ ଯୋଗ ଦେବେ କି ନାହିଁ ସେ ସମ୍ପର୍କରେ ନିଷ୍ପତ୍ତି ନେବା ପାଇଁ ବୈଜୟନ୍ତ ପଣ୍ଡା ମାସେ ସମୟ ନେଇଛନ୍ତି । ନିର୍ବଚନ ଯେତିକି ପାଖେଇ ଆସୁଛି ରାଜ୍ୟର ରାଜନୈତିକ ଗତିବିଧି ସେତେ ପ୍ରଖର ହେବାରେ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.