Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ବିପଦ ଏବେ ଟଳୁନି, ବର୍ଷାଋତୁରେ ପୁଣି ଫେରିବ କରୋନା: ଭାରତୀୟ ବୈଜ୍ଞାନିକଙ୍କ ଆଶଙ୍କା

24/04/2020 at 7:49 PM

ନୂଆଦିଲ୍ଲୀ, ୨୪|୦୪:   ଲକଡାଉନ ଶେଷ ହେବା ପରେ କିଛି ସପ୍ତାହ ଯାଏଁ କରୋନା ଭାଇରସର ଗତି ଧିର ହୋଇପାରେ । ଏପରିକି ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇବ ବୋଲି ଅନୁମାନ କରାଯାଉଛି । ଏହା ମଧ୍ୟରେ ଜୁଲାଇ ଶେଷରୁ ଅଗଷ୍ଟ ମଧ୍ୟରେ କରୋନାର ଦ୍ୱିତୀୟ ପ୍ରକୋପ ଦେଖିବାକୁ ମିଳିବ ବୋଲି ବୈଜ୍ଞାନିକମାନେ ଆଶଙ୍କା କରୁଛନ୍ତି ।

ବୈଜ୍ଞାନିକଙ୍କ କହିବାନୁସାରେ, ଭାରତରେ ଲକଡାଉନ ଶେଷ ହେବା ପରେ ସଂକ୍ରମଣ ହ୍ରାସ ପାଇବ । ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ କମିଯିବ । କିନ୍ତୁ ଜୁଲାଇରେ ବର୍ଷା ଦିନରେ ସଂକ୍ରମିତଙ୍କ ସଂଖ୍ୟା ପୁଣି ବୃଦ୍ଧି ପାଇବ । ସାମାଜିକ ଦୂରତା କିପରି ପାଳନ କରାଯାଉଛି ତାହା ଉପରେ ଏହା ନିର୍ଭର କରିବ । ଶିବ ନାଦର ବିଶ୍ୱବିଦ୍ୟାଳୟର ଗଣିତ ବିଭାଗର ପ୍ରଫେସର ସମିତ ଭଟାଚାର୍ଯ୍ୟ କହିଛନ୍ତି ଯେ, ଏବେ କରୋନା ମାମଲା ସ୍ଥିର ରହିଛି । ଧିରଧିରେ ଏହାର ଗ୍ରାଫ୍ ତଳକୁ ଖସିବ। କିନ୍ତୁ ପୁଣି ସଂକ୍ରମଣ ବଢିପାରେ । ଏହା ସଂକ୍ରମମର ଦ୍ୱିତୀୟ ପର୍ଯ୍ୟାୟ ହେବ । ଜୁଲାଇରୁ ଅଗଷ୍ଟ ମଧ୍ୟରେ ଏହା ଦେଖିବାକୁ ମିଳିପାରେ ।

ପୂର୍ବରୁ କରୋନା ସଂକ୍ରମିତଙ୍କ ସଂଖ୍ୟା ୩.୪ ଦିନରେ ଦ୍ୱିଗୁଣ ହେଉଥିଲା । ଲକଡାଉନ ପରେ ୭.୫ ଦିନରେ ଏହା ଦ୍ୱିଗୁଣ ହୋଇଛି । ଏହାର ଗତି ମଧ୍ୟ ଧିମେଇ ଯାଇଛି । ଚୀନ ଓ ୟୁରୋପ ସ୍ଥିତି ଉପରେ ନଜର ପକାଇଲେ କିଛି ଲୋକ ଦ୍ୱିତୀୟ ଥର ପାଇଁ ସଂକ୍ରମିତ ହୋଇଛନ୍ତି । ତେବେ ଏନେଇ କିଛି ସ୍ପଷ୍ଟ ହୋଇନଥିବା ସେ କହିଛନ୍ତି ।

ବାଙ୍ଗାଲୋର ଆଇଆଇଏସସିର ପ୍ରଫେସର ରାଜେଶ ସୁନ୍ଦରସନ ମଧ୍ୟ ଏହି ବୟାନରେ ସହମତି ପ୍ରକାଶ କରିଛନ୍ତି । ତାଙ୍କ କହିବାନୁସାରେ, ସ୍ଥିତି ସାମନ୍ୟ ହେଲେ ପୁଣି ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ରହିଛି ।

   Related Posts