ପୁଣି ଭାଙ୍ଗିଲା କରୋନା ରେକର୍ଡ, ୨୪ ଘଣ୍ଟାରେ ୯୬ ହଜାରରୁ ଅଧିକ ନୂଆ ମାମଲା

Published By : Prameya-News7 Bureau | September 11, 2020 IST

ନୂଆଦିଲ୍ଲୀ ୧୧/୦୯: ଦେଶରେ ଦିନକୁ ଦିନ କରୋନା ମାମଲା ବଢ଼ୁଥିବାରୁ ସମସ୍ତଙ୍କ ଚିନ୍ତା ମଧ୍ୟ ବଢ଼ୁଛି। ଆଜି ପୁଣିଥିରେ ସଂକ୍ରମଣର ନୂଆ ମାମଲା ରେକର୍ଡ ସଂଖ୍ୟକ ରହିଛି। ଏବେ ସମୁଦାୟ କରୋନା ମାମଲା ୪୫ ଲକ୍ଷରୁ ଅଧିକରେ ପହଞ୍ଚିଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସଦ୍ୟ ତଥ୍ୟ ଅନୁସାରେ ଦେଶରେ ଗତ ୨୪ ଘଣ୍ଟାରେ କରୋନା ଭାଇରସର ୯୬,୫୫୧ ନୂଆ ମାମଲା ସାମ୍ନାକୁ ଆସିଛି। ତେବେ ୧,୨୦୯ ରୋଗୀଙ୍କ କରୋନାରେ ମୃତ୍ୟୁ ହୋଇଛି। ଏବେ ଦେଶରେ ସମୁଦାୟ ମାମଲା ସଂଖ୍ୟା ୪୫,୬୨,୪୧୫ ହୋଇଛି, ଯେଉଁଥିରେ ସକ୍ରିୟ ମାମଲା ରହିଛି ୯,୪୩,୪୮୦। ତେବେ ସୁସ୍ଥ ହୋଇ ଫେରିଛନ୍ତି ୩୫,୪୨,୬୬୪। ସେହିପରି ମୃତ୍ୟୁ ମାମଲା ରହିଛି ୭୬,୨୭୧।

ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛନ୍ତି ଗତ ୨୯ ଦିନରେ ରିକଭରି ଓ ଡିସଚାର୍ଜ ହୋଇଥିବା ରୋଗୀଙ୍କ କ୍ଷେତ୍ରରେ ୧୦୦ ପ୍ରତିଶତ ଅଧିକ ବୃଦ୍ଧି ହୋଇଛି। ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ଆଇସିଏମଆର) ଅନୁସାରେ ସେପ୍ଟେମ୍ବର ୧୦ ସୁଦ୍ଧା କରୋନା ଭାଇରସର ସମୁଦାୟ ୫,୪୦,୯୭,୯୭୫ସାମ୍ପଲ ଟେଷ୍ଟ କରାଯାଇ ଥିଲା ଯେଉଁଥିରୁ ୧୧,୬୩,୫୪୨  ସାମ୍ପଲ ଗତକାଲି ଟେ​‌ଷ୍ଟ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.