Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ-୨୦୨୦ : ରୋମାଞ୍ଚକର ମୁକାବିଲାରେ ପଞ୍ଜାବଠୁ ୧୨ ରନରେ ହାରିଲା ହାଇଦ୍ରାବାଦ
  • ||

କୋରିଆରେ ଘାତକ ହୋଇ ଫେରୁଛି କରୋନା ଭାଇରସ, ସୁସ୍ଥ ହୋଇଥିବା ବ୍ୟକ୍ତି ପୁଣି ହେଉଛନ୍ତି ସଂକ୍ରମିତ

11/04/2020 at 11:05 AM

କୋରିଆ, ୧୧|୦୪:  ଦକ୍ଷିଣ କୋରିଆରେ ଆଗକୁ ଆହୁରି ଭୟାନକ ହେବ କରୋନା ଭାଇରସ । କାରଣ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କଠାରେ ପୁଣି ଭାଇରସର ଲକ୍ଷଣ ଦେଖିବାକୁ ମିଳିଛି । ଯାହା ସରକାରଙ୍କ ପାଇଁ ଚିନ୍ତାର ବିଷୟବସ୍ତୁ ପାଲଟିଛି । ଏହା କହିଛନ୍ତି କୋରିଆ ସେଣ୍ଟର୍ ଫର୍ ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରିଭେଣ୍ଟସନର ନିର୍ଦ୍ଦେଶକ ଜୀୟୋଙ୍ଗ୍ ଇୟୁନ୍ କିଓଙ୍ଗ୍ ।

ଜୀୟୋଙ୍ଗ୍ ଆହୁରି କହିଛନ୍ତି ଯେ, ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କଠାରେ ପୁଣି କରୋନା ଭାଇରସର ଲକ୍ଷଣ ଦେଖିବାକୁ ମିଳୁଛି । ଏହା ଅନେକ ଦେଶରେ ଦେଖିବାକୁ ମିଳୁଛି । ପ୍ରଥମେ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇ ଏହି ଭାଇରସ ସହ ଲଢିବ ବୋଲି ଆଶା କରାଯାଉଥିଲା । ଦେଶରେ ଏବେ କରୋନା ଜନିତ ପୁନଃ ସଂକ୍ରମିତଙ୍କ ସଂଖ୍ୟା ୫୧ରେ ପହଁଚିଛି । ଏଠାରେ ପ୍ରାୟ ୭ହଜାର ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

କୋରିଆ ୟୁନିଭର୍ସିଟୀ ଗୁରୋ ହସ୍ପିଟାଲର ପ୍ରଫେସର କିମ୍ ଓ୍ୱୋ ଜୁ କହିଛନ୍ତି ଯେ, ପୁଣି ଥରେ ସଂକ୍ରମିତ ହେଉଥିବା ବ୍ୟକ୍ତିଙ୍କ ସଂଖ୍ୟା ୯୧ରେ ପହଁଚିଛି । ଆକ୍ରାନ୍ତମାନେ ସୁସ୍ଥ ହେବା ପରେ ପୁଣି କରୋନା ଲକ୍ଷଣ ଦେଖାଯାଉଥିବା ଅଭିଯୋଗ କରୁଛନ୍ତି । କୋରିଆରେ ଶୁକ୍ରବାର ୨୭ଟି ନୂଆ ମାମଲା ସାମ୍ନାକୁ ଆସିଛି । ଦେଶରେ ମୋଟ ମୃତ୍ୟୁସଂଖ୍ୟା ୨୧୧ରେ ପହଁଚିଛି ।

ଚୀନ ପରେ ଫେବ୍ରୁଆରୀରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଡାଓଗୁ ସହରରେ କୌଣସି ନୂତନ କେସ୍ ଆସିନାହିଁ । ଏଠାରେ ପୂର୍ବରୁ ୬୮୦୭ଟି ସଂକ୍ରମଣ ମାମଲା ସାମ୍ନାକୁ ଆସିଥିଲା । ଏକ ଚର୍ଚ୍ଚରୁ ସାରା ସହରୁ ଏହି ଭାଇରସ ସଂକ୍ରମଣ ହୋଇଥିଲା ।

   Related Posts