Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୦୯ କରୋନା ସଂକ୍ରମିତ, ୩୨୦୮୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||

ଆଜିଠୁ ବଢିବ ଶୀତ, ୩ରୁ ୪ ଡିଗ୍ରୀ ଯାଏଁ ଖସିବ ତାପମାତ୍ରା

13/11/2020 at 8:10 AM

ଭୁବନେଶ୍ୱର,୧୩|୧୧: ବଢିବ ଶୀତ । ଆଜିଠୁ ପାଗ ଫିଟିବ । ଦୂରେଇଯିବ ମେଘୁଆ ବାଦଲ । ମେଘମୁକ୍ତ ଆକାଶ ହେବ ଓ ଖରା ହେବ। ଏପରିକି ଆଜି ରାତିରୁ ପୁଣି ପାରଦ ଖସିବା ସହ ଧୀରେ ଧୀରେ ଥଣ୍ଡା ବଢ଼ିବ। ରାତିର ତାପମାତ୍ରା ୩-୪ ଡିଗ୍ରୀ ସେଲସିୟସ୍‌ ଖସିପାରେ । ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଗତ ଦୁଇଦିନ ହେବ ପାଗ ମେଘୁଆ ଥିବାରୁ ରାତି ତାପମାତ୍ରା ବଢ଼ିଥିଲା । ଫଳରେ ଥଣ୍ଡା ପ୍ରକୋପ କମିଥିଲା । ଏବେ କିନ୍ତୁ ପାଗ ପୁଣି ବଦଳିବ ।

ଆଜି ଠାରୁ ରାଜ୍ୟରେ ପାଗ ଶୁଖିଲା ରହିବ । ବର୍ଷା ସମ୍ଭାବନା ଏବେ ନାହିଁ । ବୁଧବାର ରାତିରେ ୧୫ ଡିଗ୍ରୀ ସେଲସିୟସ୍‌ ତଳେ କୌଣସି ସହର ନଥିଲା । ଗୁରୁବାର ଦିନ କିଛି ସ୍ଥାନରେ ତାପମାତ୍ରା ପ୍ରାୟତଃ ୩୦ ଡିଗ୍ରୀ ଉପରେ ଥିଲା । କେତେକ ସ୍ଥାନରେ ପାଗ ଆଂଶିକ ମେଘୁଆ ଥିଲା । ଦିନରେ ଗୋପାଳପୁରରେ ୧୦ ମିଲିମିଟର ବର୍ଷା ହୋଇଥିବାବେଳେ ଛତ୍ରପୁର ୭ ମିମି, ପାରଳାଖେମୁଣ୍ଡି ୬.୬ ମିମି, ଦାରିଙ୍ଗିବାଡ଼ିରେ ୨ ମିମି ବର୍ଷା ହୋଇଥିଲା । ତେଣୁ ରାତିରେ ବିଶେଷ ଥଣ୍ଡା ନଥିଲା ।

   Related Posts