Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଏବେ ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ପୁଣି ଜନନୀ ଯନ୍ତ୍ରଣା – ଡାକ୍ତରଖାନା ବାରଣ୍ଡାରେ ଯାଆଁଳା ଶିଶୁ କନ୍ୟା ପ୍ରସବ କଲେ ପ୍ରସୂତି

14/10/2019 at 5:01 PM

ଭଦ୍ରକ  ୧୪।୧୦ – ଭଦ୍ରକ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଆଜି ଅଭାବନୀୟ ଘଟଣା ଘଟିଛି । ଡାକ୍ତରଖାନା ବାରଣ୍ଡାରେ ଯାଆଁଳା ଶିଶୁ କନ୍ୟା ଜନ୍ମ ଦେଇଛନ୍ତି  ଜଣେ ପ୍ରସୂତି । ପ୍ରସୂତି ଜଣକ ଭଦ୍ରକ ଜିଲ୍ଲା ତିହିଡି ଥାନା ତଳଦୁମୁକା ଗାଁର ରାନୁତଲା ଖିଲାର । ଆଜି ସକାଳ ନଅଟାରେ ସେ ଡାକ୍ତରଖାନା ଆସିଥିଲେ । ତବେ ତାଙ୍କ ଅବସ୍ଥା ଗୁରୁତର ଅଛି ଆଉ କଟକ ଏସସିବି ମେଡିକାଲ ନେଇଯିବାକୁ ଡାକ୍ତର କହିଥିଲେ ।

କଟକ ନେବା ପାଇଁ ଆମ୍ବୁଲାନ୍ସକୁ  ଡକାଯାଇଥିଲା  , ତବେ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ସେହି ଡାକ୍ତରଖାନା ବାରଣ୍ଡାରେ ସେ ପ୍ରସବ କରିଥିଲେ  । ଶାଢୀ ଗୁଡାଇ , ତାହାରି ଭିତରେ ତାଙ୍କ ପରିବାର ଲୋକେ ପ୍ରସବ କରାଇଲେ । ପ୍ରସୂତିଙ୍କ ପାଖରେ କେହି ଡାକ୍ତର କିଂବା ନର୍ସ ପହଂଚି ନଥିଲେ । ଆଉ ଡାକ୍ତରଖାନାରେ ଗଣମାଧ୍ୟମ ପ୍ରତିନିଧିମାନେ ପହଂଚିବାରେ ନର୍ସମାନେ ଆସି ଶିଶୁ ଦୁହିଁକୁ ଆଉ ପ୍ରସୂତିକୁ ଲେବର ରୁମ ଭିତରକୁ ନେଇ ଯାଇଥିଲେ ।  ସରକାର ଏତେ ଯୋଜନା କରୁଥିଲେ ବି ଡାକ୍ତରଖାନା ବାରଣ୍ଡାରେ ଜଣେ ପ୍ରସୂତି ପ୍ରସବ କରୁଥିବା ଘଟଣାକୁ ନେଇ ଅନେକ  ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

   Related Posts