Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚେତୁନାହାଁନ୍ତି ଅମାନିଆ : ବିଭିନ୍ନ ଆଳ କରି ବଜାରରେ ବୁଲୁଛନ୍ତି, ଫାଇନ୍ ବି ଗଣୁଛନ୍ତି
  • ||
  • ‘ଟିକାରୁ ଜିଏସଟି ଛାଡ କର’ : କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ
  • ||
  • ଭୟଙ୍କର : ୨୪ ଘଣ୍ଟାରେ ଦେଶରେ ବାହାରିଲେ ୪ ଲକ୍ଷ ୧୪ ହଜାରରୁ ଅଧିକ ପଜିଟିଭ୍, ୩୯୧୫ ମୃତ
  • ||
  • କରୋନା ରୋଗୀଙ୍କୁ ମେଡିସିନ୍ ନେଇ ଜାରି ହେଲା ଏସଓପି : ଆକ୍ରାନ୍ତଙ୍କୁ ଇଞ୍ଜେକ୍ସନ ଦେବା ପୂର୍ବରୁ ଯାଞ୍ଚ ହେବ ସ୍ୱାସ୍ଥ୍ୟାବସ୍ଥା
  • ||
  • ରାଜସ୍ଥାନରେ ୧୪ ଦିନିଆ ଲକ୍‌ଡାଉନ୍‌ ଲଗାଇଲେ ସରକାର, ୩୧ ଯାଏଁ ହୋଇପାରିବନି ବିବାହ
  • ||
  • ପଶୁପକ୍ଷୀଙ୍କୁ ମଧ୍ୟ ହେଉଛି କରୋନା, ଆଗରୁ ଆହୁରି ହେବେ ସଂକ୍ରମିତ ! ଚିନ୍ତାରେ ସରକାର
  • ||
  • ଛୋଟ ପିଲାଙ୍କ ପ୍ରତି ବିପଦ ବେଶୀ, ଦୈନିକ ୫୦୦ ଶିଶୁ ହେଉଛନ୍ତି କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ ଜଣଙ୍କ ଜୀବନ, ୨୧୪୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଗାଁ ନିକଟରେ ବୁଲୁଛି ଗୋଠଛଡା ଦନ୍ତା, ଗ୍ରାମବାସୀ ଭୟଭୀତ
  • ||
  • ୧୨ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୨,୨୩୮ ପଜିଟିଭ୍
  • ||

କ୍ୱାରେଣ୍ଟାଇନରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ, କରୋନା ପଜିଟିଭ୍ ସାଂସଦଙ୍କ ସଂସ୍ପର୍ଶରେ ଆସିଥିଲେ

16/11/2020 at 8:59 AM

ଲଣ୍ଡନ,୧୬|୧୧:  ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ନିଜକୁ କ୍ୱାରେଣ୍ଟାଇନ୍ କରିଛନ୍ତି । ସେ ଜଣେ କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସିବା ପରେ ପୃଥକବାସରେ ରହିଛନ୍ତି । ଏନେଇ ଡାଉନିଂ ଷ୍ଟ୍ରିଟର ଜଣେ ମୁଖପାତ୍ର ସୂଚନା ଦେଇଛନ୍ତି ।

ମୁଖପାତ୍ରଙ୍କ ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ଏବେ ପୃଥକବାସରେ ରହି ସମସ୍ତ ଦାୟିତ୍ୱ ତୁଲାଇବେ । କରୋନା ମହାମାରୀକୁ ନଜରରେ ରଖି ସେ ଏହି ନିଷ୍ପତ୍ତି ନେଇଛନ୍ତି । ଏବେ ପ୍ରଧାନମନ୍ତ୍ରୀ ସୁସ୍ଥ ଅଛନ୍ତି । ତାଙ୍କଠାରେ କୌଣସି ଲକ୍ଷଣ ଦେଖିବାକୁ ମିଳିନାହିଁ ।

ତେବେ ବୋରିସ ଜନସନ୍ ଶୁକ୍ରବାର ଡାଉନିଂ ଷ୍ଟ୍ରିଟରେ କିଛି ସାଂସଦଙ୍କୁ ଭେଟିଥିଲେ । ସାଂସଦଙ୍କ ମଧ୍ୟରୁ ଲି ଆଣ୍ଡରସନ୍ ପରେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣା ପଡିଥିଲା । ତେଣୁ ଜନସନ୍ ନିଜକୁ କ୍ୱାରେଣ୍ଟାଇନ କରିଛନ୍ତି ।

ସୂଚନାଯୋଗ୍ୟ, ଏହାପୂର୍ବରୁ ବୋରିସ ଜନସନ୍ କରୋନାରୁ ଆରୋଗ୍ୟ ଲାଭ କରିଥିଲେ । ସେ ଗତ ମାର୍ଚ୍ଚରେ ସଂକ୍ରମିତ ହେବା ସହ ଆଇସିୟୁରେ ମଧ୍ୟ ୩ ଦିନ ରହିଥିଲେ ।

   Related Posts