ରାଉରକେଲା୩/୧: ଦୀର୍ଘ ୨୦ ବର୍ଷ ପରେ ପାକିସ୍ତାନରୁ ଫେରିଥିବା ବିର୍ଜୁ କୁଲୁ ପୁଣି ନିଖୋଜ ହୋଇଯାଇଛନ୍ତି।ଗତକାଲି ରାତି ୧ଟା କୁଆଡ଼େ ଚାଲିଥିବା ପରିବାର ଲୋକେ କହିଛନ୍ତି। ବିର୍ଜୁ କୁଲୁ ନିଖୋଜ ପରେ ଭଉଣୀ ବେର୍ଣ୍ଣାଦେତ କୁଲୁ ଥାନାରେ ନିଖୋଜ ରିପୋର୍ଟ ଦେଇଛନ୍ତି।ଦୀର୍ଘ ପାକିସ୍ତାନ ଜେଲରେ ଦିନ କାଟିଥିବା ବିର୍ଜୁ ଜନ୍ମମାଟିକୁ ଫେରିଥିଲେ। ଅକ୍ଟୋବର ୨୬ ତାରିଖରେ ପାକିସ୍ତାନ ଜେଲରୁ ସେ ମୁକୁଳିଥିଲେ। ସ୍ଥାନୀୟ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ସହଯୋଗରେ ନଭେମ୍ବର ୧୩ ତାରିଖରେ ବିର୍ଜୁ ଜନ୍ମମାଟି ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅଧିନ ଜଙ୍ଗରପଡା ଗାଁରେ ପାଦ ଥାପିଥିଲେ।ଜନ୍ମମାଟିକୁ ଫେରିବା ପରେ ସ୍ଥାନୀୟ ପ୍ରଶାସନ ତାଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ବିର୍ଜୁ କୁଲୁ ପୁଣି ନିଖୋଜ ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।
ସମ୍ବଲପୁରରେ ଜମୁଛି ମହାଲଢେଇ, ଦେବଗଡ଼ରେ ବବି ଏବଂ ଆଠମଲ...