Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ପୁଣି ନର୍ସଙ୍କୁ ନେଇ ଚର୍ଚ୍ଚା:ସମ୍ପର୍କରେ କଳାଦାଗ ଅଭିଯୋଗ- ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା କଲେ ସମ୍ପର୍କୀୟ ମାମୁଁ

4/10/2019 at 10:22 PM

ଯାଜପୁର –  ନିକଟରେ ନର୍ସ ନିହାରିକାକୁ  ପ୍ରେମିକ ରାଜା ହତ୍ୟା କରି ନଦୀକୁ ଫିଙ୍ଗିଦେବା ଘଟଣା ସାରା ଓଡିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ସମୟରେ ଯାଜପୁର ବିଞ୍ଜାରପୁର  ବ୍ଲକ ର  ଛାତ୍ର ବିଜେଡି ସଭାପତି ତଥା ଯୁବ ନେତା ଜିତେନ୍ଦ୍ର କୁମାର ପ୍ରଧାନ ଜଣେ ନର୍ସ ଙ୍କୁ ବିବାହାର ପ୍ରତିଶ୍ରୁତି ଦେଇ ଦୀର୍ଘ ସାତ ବର୍ଷ ଧରି ଶାରୀରିକ ସମ୍ପର୍କ ରଖିବା ପରେ , ବର୍ତମାନ ପ୍ରତାରଣା କରିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି ।

ଏଭଳି ଏକ ଘଟଣା ସମ୍ନାକୁ ଆସିଛି  ବିଞ୍ଜାର ପୁର ଥାନା ପଈରଖ ଗ୍ରାମରୁ । ମୁଁ ବାହା ହେବୀ ମାମୁଁ ଙ୍କୁ ଏଭଳି ଜିଦ୍‌ ଧରି ବସିଛନ୍ତି ଜଣେ ନର୍ସ । ଆଉ ସେପୁଣି ସମ୍ପର୍କୀୟ ମାମୁଁଙ୍କୁ । ସେ ମାମୁଁ ଜଣକ ହେଉଛନ୍ତି ସେହି ଅଞ୍ଚଳର  ଜିତେନ୍ଦ୍ର କୁମାର ପ୍ରଧାନ । ଜିତେନ୍ଦ୍ର  ବିଞ୍ଜାରପୁର ଛାତ୍ର ବିଜେଡି ସଭାପତି ତଥା ଯୁବ ନେତା ଭାବେ କାର୍ଯ୍ୟ ରତ ଥିଲେ । ସେହି ସମୟରେ  ତାଙ୍କର ଜଣେ  ସମ୍ପର୍କୀୟ ଭାଣିଜୀ ସହିତ  ଗଢି ଉଠିଥିଲା ପ୍ରେମ ସମ୍ପର୍କ । ପର ମୁହୂର୍ତରେ  ବିବାହର ପ୍ରତିଶୃତି ଦେଇ ପୀଡ଼ିତାଙ୍କ ସହିତ ଦୀର୍ଘ ସାତ ବର୍ଷ ହେବ ଶାରୀରିକ ସମ୍ପର୍କ ରଖିଥିଲେ । ଯାହାକୁ ନେଇ ଥାନାରେ ଅଭିଯୋଗ ଆଣିଛନ୍ତି ପୀଡ଼ିତା । ହେଲେ ଜିତେନ୍ଦ୍ର ଏବେ ଅନ୍ୟତ୍ର ବିବାହ କରିବାକୁ ସ୍ଥିର କରିଥିବାରୁ ପୀଡ଼ିତା ଜଣକ ନ୍ୟାୟ ପାଇଁ ବିଞ୍ଜାର ପୁର ଥାନା ର ଦ୍ଵାରସ୍ଥ ହୋଇଛନ୍ତି ।ଏପଟରେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଜିତେନ୍ଦ୍ର ।ଏ ବିଷୟରେ ଜିତେନ୍ଦ୍ର ଙ୍କ ଠାରୁ ପ୍ରତିକ୍ରିୟା ନେବାକୁ ଚାହିଁ ଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରି ନାହିଂ । ଯାହାକୁ ନେଇ ଏବେ ଚର୍ଚାର ବିଷୟ ପାଲଟିଛି । ଘଟଣାର ସମାଧାନ କରି ପୀଡ଼ିତାକୁ ଅନ୍ୟତ୍ର ବିବାହ କରିଦେବାକୁ ଚାପ ପକାଯାଉଥିବାର ଅଭିଯୋଗ ଆଣିଛନ୍ତି ପୀଡ଼ିତାଙ୍କ ବାପା ।   

 କିଏ କହୁଛି ସତ ,ଜିତେନ୍ଦ୍ର ନା ପୀଡ଼ିତା ?ତେବେ ଯଦି ପୀଡ଼ିତା ର ଅଭିଯୋଗ ସତ୍ୟ ତେବେ ପୋଲିସ କାହିଁକି ନୀରବ ବସିଛି?କଣ ରହିଛି କାରଣ ?ଯଦି ପୀଡ଼ିତା ଙ୍କ ଅଭିଯୋଗ ମିଥ୍ୟା ତେବେ ଏଭଳି ଅଭିଯୋଗ ଆଣିବାର କଣ ରହିଛି କାରଣ ?ତେବେ  ଏହି ଘଟଣା ସାମ୍ନାକୁ ଆସିବାପରେ ଜିତେନ୍ଦ୍ରଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି ଜିଲ୍ଲା ବିଜେଡି ସଭାପତି ସରୋଜ ମୋହାପାତ୍ର । ଏପଟରେ ଏ ସମ୍ପର୍କରେ ବିଞ୍ଜାର ପୁର ପୋଲିସ ଜାଣିବା ପରେ  ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛନ୍ତି । ସେପଟରେ ପୀଡ଼ିତାର ଡାକ୍ତରୀ ମାଇନା କରି ୧୬୪ ବୟାନ ରେକଡ କାରଯାଇଛି ।

_ଘଟଣାର ତଦନ୍ତ ପରେ ଜଣା ପଡିବ କିଏ କୋହୁଛି ସତ ? ମାମୁଁ ଭାଣିଜୀ ର ପବିତ୍ର ସମ୍ପର୍କ ଉପରେ ପଡିଥିବା କଳଙ୍କ ଦାଗର ସତ୍ୟା ସତ୍ୟ କେବେ ପଦାକୁ ଆସୁଛି ତାକୁହିଁ ଅପେକ୍ଷା

   Related Posts