ରିମାଣ୍ଡର ଅବଧି ସମାପ୍ତ, ପୁଣି ଜେଲ୍ ଗଲେ ଆକାଶ ପାଠକ

Published By : Prameya-News7 Bureau | December 21, 2020 IST

ଭୁବନେଶ୍ୱର୨୧/୧୨: ଜେଲ ଗଲେ ଆକାଶ ପାଠକ। ଠକେଇ ଅଭିଯୋଗରେ ଆକାଶ ଗିରଫ ହୋଇଥିଲେ। କମିଶନରେଟ୍ ପୋଲିସ ତାଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଥିଲେ। ସୋମବାର ରିମାଣ୍ଡ ଅବଧି ଶେଷ ହୋଇଛି। ପୁଣି ତାଙ୍କୁ ଝାରପଡା ଜେଲ ପଠାଇ ଦିଆଯାଇଛି। ରିମାଣ୍ଡ ଅବଧି ଶେ​‌ଷ ହେବା ପରେ କମିଶନରେଟ୍ ପୋଲିସ ତାଙ୍କୁ ଝାରପଡା ଜେଲକୁ ପଠାଇଥିଲେ।

 ଟାଟା ମୋଟର୍ସର ଏମଡିର ପରିଚୟ ଦେଇ ସ୍କାଏକିଙ୍ଗ ଟ୍ରାଭେଲସ୍ ଏଜେନ୍ସିରୁ ଚାର୍ଟର ବିମାନ ବୁକିଂ କରୁଥିଲେ। ଲକ୍ଷାଧିକ ଟଙ୍କା ବାକି ରହିଥିବା ସୂଚନା କ୍ରାଇମବ୍ରାଞ୍ଚ ହାତରେ ଲାଗିଥିଲା। ସଂପୃକ୍ତ ସଂସ୍ଥା ମଧ୍ୟ ଆକାଶ ପାଠକଙ୍କ ବିରୋଧରେ ଅଭିଯୋଗ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.