ପୁଣି ଅଭିଜିତ ଓଡିଶା ସଂପର୍କରେ ଦେଲେ ବିବାଦୀୟ ମନ୍ତବ୍ୟ ; ସାରା ରାଜ୍ୟରେ କୁହୁଳୁଛି ନିଆଁ

Published By : Prameya-News7 Bureau | September 19, 2018 IST

ଭୁବନେଶ୍ବର ୧୯|୯: ପୁଣି ଓଡିଶା ସଂପର୍କରେ କଟୁ ମନ୍ତବ୍ୟ ଦେଇଛନ୍ତି ଅଭିଜିତ ଆୟାର ମିତ୍ର । ଅଭିଜିତ କେବଳ କୋଣାର୍କ ମନ୍ଦିରକୁ ନେଇ ଟିପ୍ପଣୀ ଦେଇନାହାନ୍ତି ବରଂ ପୁରୀ ଶ୍ରୀମନ୍ଦିରକୁ ନେଇ ମଧ୍ୟ ଅତ୍ୟନ୍ତ କଟୁ ଟିପ୍ପଣୀ ଦେଇଛନ୍ତି । ଅଭିଜିତ ଲେଖିଛନ୍ତି ଜଗନ୍ନାଥ ପ୍ରକୃତରେ କୋଲକାତାର ଠାକୁର ଥିଲେ । ଜଗନ୍ନାଥଙ୍କ ପ୍ରତିମାକୁ ଦୁଷ୍ଟ କଳିଙ୍ଗ ରାଜା ଚୋରାଇ ନେଇଛି । ଏହି ଟ୍ବିଟ୍‌ରେ ସେ ଲେଖିଛନ୍ତି ଓଡିଶା ବେଙ୍ଗଲୀ ମାନଙ୍କ ଦ୍ବାରା ଆବିଷ୍କୃତ ହୋଇଛି । ଓରି ଶଳା ଶଦ୍ଦରୁ ଓଡିଶା ନାମ ହୋଇଛି । ଜଗନ୍ନାଥ ମନ୍ଦିର ଗଙ୍ଗ ମାନଙ୍କ ଦ୍ବାରା ନିର୍ମାଣ ହୋଇଛି । ଯେଉଁମାନେ କି ପଲ୍ଲବ ତାମିଲଙ୍କଠାରୁ ତିରସ୍କୃତ ହୋଇଛନ୍ତି । ସେହିଭଳି ସେ ଲେଖିଛନ୍ତି ଓଡିଶା ବୋଲି କିଛି ନାହିଁ । ଏହା କେବଳ ଅଭିଭକ୍ତ ବେଙ୍ଗଲର ଦକ୍ଷିଣ ପ୍ରଗଣାର ବନାଞ୍ଚଳ । ସବୁଠାରୁ ଦୁର୍ଭାଗ୍ୟପୂର୍ଣ୍ଣ ହେଲା ଯେ ଏହି ଟ୍ବିଟ୍ ର ଉତ୍ତର ବି ବୈଜୟନ୍ତ ପଣ୍ଡା ଦେଇଛନ୍ତି । ବୈଜୟନ୍ତ ଏହାକୁ ବରୋଧ କରିବା ବଦଳରେ ଏହାକୁ ସାବାସୀ ଦେଇଛନ୍ତି । ଅଭିଜିତ ୨୦୧୭ ମସିହା ସେପ୍ଟେମ୍ବର ୧୪ ତାରିଖରେ ମଧ୍ୟ ଏଭଳି ଟ୍ବିଟ୍ କରିଥିଲେ । ପୁଣି ବର୍ଷକ ପରେ ଆସି ସେ ପୁଣି ଓଡିଶା ପାଇଁ ଆଉ ଏକ ନୂଆ ଅପମାନ ସୃଷ୍ଟି କରିଛନ୍ତି । ସେ ବ୍ୟକ୍ତି କୋଣାର୍କ ମନ୍ଦିର ପାଖରେ ଠିଆ ହୋଇ କୋଣାର୍କକୁ ଗାଳି ମଧ୍ୟ ଦେଇଛନ୍ତି । ଗତ ୧୫ ତାରିଖରେ ଏହି ବ୍ୟକ୍ତିଙ୍କୁ ସାଙ୍ଗରେ ଧରି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ପୁରୀ, କୋଣାର୍କ ଓ ଚିଲିକା ବୁଲିଥିଲେ । ସାଙ୍ଗରେ ଆଉ ଜଣ ମହିଳା ଟିକୁ ସିଂ ମଧ୍ୟ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.