ଟ୍ରାପ ଲାଇନ ପ୍ରଭାବରେ ପଶ୍ଚିମ ଏବଂ ଉତ୍ତର ଓଡିଶାରେ ପ୍ରବଳ ବର୍ଷା, ୨୯ରେ ପୁଣି ଏକ ଲଘୁଚାପ ସମ୍ଭାବନା

Published By : Prameya-News7 Bureau | August 26, 2019 IST

ଭୁବନେଶ୍ବର୨୬|୮: ଟ୍ରାପଲାଇନ ଓ ଘୂର୍ଣ୍ଣିବଳୟ ପ୍ରଭବାରେ ରାଜ୍ୟରେ ଜାରି ରହିବ  ବର୍ଷା । ବିଶେଷ କରି ୨୪ ଘଣ୍ଟାରେ, ସାରାରାଜ୍ୟରେ ବିଭିନ୍ନ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବାନା ରହିଛି । ଖାସକରି ପଶ୍ଚିମ ଓ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବାନା ରହିଛି । ଆଗକୁ ଆସୁଛି ଆଉ ଏକ ଲଘୁଚାପ । ୨୭ କିମ୍ବା ୨୮ ତାରଖ ବେଳକୁ ଚିତ୍ର ସ୍ପଷ୍ଟ ଆକଳନ ହେବ ବୋଲି କହିଛି ପାଣିପାଗ ବିଭାଗ ।

{"id":149417}

ସାରାରାଜ୍ୟରେ ମୌସୁମୀ ପ୍ରବାହ ସ୍ବାଭାବିକ ରହିଛି । ଖାଲି ସେତିକି ନୁହେଁ , ରାଜସ୍ଥାନରୁ ପୂର୍ବ ବଙ୍ଗୋପସାଗର ଉପରେ ରହିଛି ଏକ ଟ୍ରପ ଲାଇନ , ଏହା ବ୍ୟତୀତ  ଉତ୍ତର ଓଡ଼ିଶା ଉପରେ ଏକ ଘୂର୍ଣ୍ଣି ବଳୟ ରହିଛି । ଏହାର ପ୍ରଭାବରେ ସାରା ରାଜ୍ୟରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବାନା ରହିଛି । ବିଶେଷ କରି ପଶ୍ଚିମ ଓ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେଇପାରେ । ଖାସକରି  ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଳପୁର, କେନ୍ଦୁଝର, ନୂଆପଡ଼ା,  ବରଗଡ଼ ଆଦି ଜିଲ୍ଲାମାନଙ୍କରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେପଟେ ସୋନପୁରୂ ,ବଲାଙ୍ଗିର, ବୌଦ୍ଧ, ଅନୁଗୁଳ ,ଢେଙ୍କାନାଳ , ଯାଜପୁର, କଟକ , ପୁରୀ ଆଦି ଜିଲ୍ଲାମନଙ୍କରେ ପ୍ରବଳ ବର୍ଷା ହୋବର ସମ୍ଭାବାନା ରହିଛି ।

{"id":149418}

ଆଗକୁ ଆଉ ଏକ ଲଘୁଚାପ ଦାନା ବାନ୍ଧୁଥିବାବେଳେ, ଏହାର ଚିତ୍ର ପ୍ରାୟ ୨୭ କିମ୍ବା ୨୮ ତାରିଖ ବେଳକୁ ସ୍ବଷ୍ଟ ହେବ । ଫଳରେ ପୁଣି ୨୯ତାରିଖ ବେଳକୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଏ ପରିକି କିଛି କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ରାଜ୍ୟ​‌ରେ ଆଜି ସୁଦ୍ଧା ଆବଶ୍ୟକଠାରୁ ୧ପ୍ରତିଶତ କମ ବର୍ଷା ହୋଇଥିବା ପାଣିପାଗ ବିଭାଗ କହିଛି । ଅଗଷ୍ଟମାସରେ ୩୬ପ୍ରତିଶତ ବର୍ଷା ଅଧିକ ହୋଇଛି । ଗତ ୨୪ ଘଣ୍ଟା ଭିତରେ ଚନ୍ଦନପୁର ଠାରେ ୧୯୮ମିଲିମିଟର ବର୍ଷା ରେକଡ଼ କରାଯାଇଛି ।

{"id":149419}

​‌ ତେ​‌ବେ ବାଲେଶ୍ବର ଓ ଦେବଗଡ଼ ଜିଲ୍ଲାରେ ୩୧ ପ୍ରତିଶତ କମ ବର୍ଷା ରେକଡ଼ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.