୪ ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା

Published By : Prameya-News7 Bureau | July 31, 2019 IST

ଭୁବନେଶ୍ବର ୩୧|୭: ଏବେବି ରାଜ୍ୟରେ ମୌସୁମୀ ସକ୍ରିୟ । ୪ ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ୨ ତାରିଖରେ ଆଭ୍ୟନ୍ତରୀଣ ଓଡିଶାର ୬ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୫ ଓ ୬ ତାରିଖ ଯାଏଁ ବର୍ଷା ଲାଗି ରହିବ ।

ତେଣୁ ୨ ତାରିଖ ସୁଦ୍ଧା ସମୁଦ୍ର ମଧ୍ୟରୁ ଫେରି ଆସିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ସାରା ରାଜ୍ୟରେ ସାଧାରଣଠାରୁ ୨୧ ପ୍ରତିଶତ କମ୍ ବର୍ଷା ହୋଇଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଗଜପତିରେ ୪୬ ପ୍ରତିଶତ କମ୍ ଓ ବାଲେଶ୍ବରରେ ୪୩ ପ୍ରତିଶତ କମ୍ ବର୍ଷା ରେକର୍ଡ କରାଯାଇଛି । ଅନ୍ୟପକ୍ଷରେ ୧୨ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.