Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଯୁବତୀଙ୍କୁ ପେଟ୍ରୋଲ ଢାଳି ଜୀବନ୍ତ ପୋଡି ମାରିବା ପାଇଁ ଉଦ୍ୟମ

24/12/2019 at 4:22 PM

ଜବଲପୁର ୨୪।୧୨: ଦେଶରେ ଦିନକୁ ଦିନ ମହିଳାଙ୍କ ଉପରେ ଅପରାଧ ବଢିଚାଲିଛି ।  ମହିଳା ସୁରକ୍ଷା ପାଇଁ ଅନେକ ଆଇନ ଅଛି । ବିଭିନ୍ନ ସମୟରେ ଆନ୍ଦୋଳନ କଲେ ମଧ୍ୟ ଏପରି ଘଟଣା କମିବାର ନାଁ ଧରୁନାହିଁ । ମଧ୍ୟପ୍ରଦେଶର ଜବଲପୁର ଜିଲ୍ଲା ମୁଖ୍ୟାଳୟରୁ ୬୫ କିଲୋମିଟର ଦୂରରେ ଥିବା ହିନୋଟିଆ ଗାଁରେ ଜଣେ ୧୮ବର୍ଷ ବୟସର ଯୁବତୀଙ୍କୁ ପେଟ୍ରୋଲ ଢାଳି ମାରିଦେବାକୁ ଉଦ୍ୟମ କରାଯାଇଛି । ଯୁବତୀ ଜଣଙ୍କ ଗୁରୁତର ଅବସ୍ଥାରେ ଜବଲପୁର ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ଯୁବତୀଙ୍କ ଦେହର ୮୦ପ୍ରତିଶତ ପୋଡିଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ସୋମବାର ଦିନ ବିଳମ୍ବିତ ରାତି ସମୟରେ ବାଲଖେଡା ପୋଲିସ ଥାନା ଅଞ୍ଚଳରେ ଥିବା ହିନୋଟିଆରେ ଗାଁରେ ଜଣେ ଯୁବତୀଙ୍କୁ ଜୀଅନ୍ତା ପୋଡି ମାରିଦେବକୁ ଉଦ୍ୟମ କରାଯାଇଛି । କିଛି ଦୁର୍ବୃତ୍ତ ପେଟ୍ରୋଲ ଢାଳି ଯୁବତୀଙ୍କ ଦେହରେ ନିଆଁ ଲାଗାଇଦେଇଥିଲେ, ଯାହାଫଳରେ ଯୁବତୀଙ୍କ ଦେହର ୮୦ପ୍ରତିଶତ ପୋଡିଯାଇଛି । ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଜବଲପୁର ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି ।  ପରିବାର ପକ୍ଷରୁ ପୋଲିସକୁ ଫୋନ କରାଯାଇଥିଲା । ପୋଲିସ ତତ୍‌କ୍ଷଣତା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ପେଟ୍ରୋଲ ଢାଳି ମାରିଦେବାକୁ ଉଦ୍ୟମ କରିଥିବା ସମୟରେ ଯୁବତୀଙ୍କ ଭାଇ ତେଜରାମ ଚୌଧୁରୀ ଘର ଉପସ୍ଥିତ ଥିଲେ । ୮ ଜଣ ଯୁବତୀଙ୍କୁ ପୋଡି ମାରିବାପାଇଁ ଉଦ୍ୟମ କରିଥିବା ଯୁବତୀଙ୍କ ଭାଇ ଅଭିଯୋଗ କରିଛନ୍ତି , ସେମାନଙ୍କ ମଧ୍ୟରୁ ସେ ୪ଜଣଙ୍କୁ ଜାଣିଛନ୍ତି ବୋଲି କହିଛନ୍ତି । କିନ୍ତୁ ନିଜର ଦୂର ସମ୍ପର୍କୀୟ ଏପରି କାର୍ଯ୍ୟ କରିଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ।

ଦୂର ସମ୍ପର୍କୀୟଙ୍କ ସହ ସମ୍ପତ୍ତିକୁ ନେଇ ବିବାଦ ଚାଲିଛି । ପୋଲିସ ଅନୁସାରେ , ସମସ୍ତ ସମ୍ପର୍କୀୟଙ୍କୁ ପଚରାଉଚାର କରାଯାଇଛି। ପୋଲିସ ପ୍ରେମ ସମ୍ବନ୍ଧୀୟ ସମ୍ପର୍କର ସନ୍ଦେହ କରି ମଧ୍ୟ ତଦନ୍ତ କରୁଛି । ଯୁବତୀଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆସିଲେ ତାଙ୍କ ବୟାନ ରେକର୍ଡ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

   Related Posts