ପୁଣି ଦଶମ ଶ୍ରେଣୀ ଛାତ୍ରୀ ହେଲେ ଗର୍ଭବତୀ

Published By : Prameya-News7 Bureau | February 19, 2019 IST

ନବରଙ୍ଗପୁର ୧୯/୨ : ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଅନ୍ତର୍ଗତ ପୂର୍ଲ। ଗ୍ରାମର ଆଦିବାସୀ ସମ୍ପ୍ରଦାୟର ଜଣେ ଦଶମ ଶ୍ରେଣୀ ର ସ୍କୁଲ ଛାତ୍ରୀ ଗର୍ଭବତୀ ହୋଇଥିବା ଅଭିଯୋଗ ହୋଇଛି । ନିଜକୁ ସୁରକ୍ଷା ଦେବା ପାଇଁ ସେ ନବରଙ୍ଗପୁର ଆରକ୍ଷୀ ଅଧିକ୍ଷକ ଙ୍କ ଦ୍ୱାରସ୍ଥ ହୋଇଛି । ନାବାଳିକାଙ୍କ ଅଭିଯୋଗ ଅନୁସାରେ ସେ ପୂର୍ଲ। ଗ୍ରାମର କିନ୍ତୁ ସେ ତେନ୍ତୁଳିଖୁଣ୍ଟି ବ୍ଲକ ବିଜରାଗୁଡ଼ା ଆଶ୍ରମ ସ୍କୁଲ ରେ ପାଠ ପଢୁଥିଲା । ଜିଲ୍ଲାର ଡାବୁଗାଁ ବ୍ଲକ ବରିଗାଁ ପଞ୍ଚାୟତ ଅନ୍ତର୍ଗତ ପରସବେଢା ଗ୍ରାମର ଲକ୍ଷ୍ମଣ ଭତ୍ରା ୨୦୧୭ ମସିହା ମେ ମାସରେ ସେ ସ୍କୁଲରୁ ଘରକୁ ଫେରିବା ସମୟରେ ବିଭିନ୍ନ ପ୍ରଲୋଭନ ଦେଖାଇ ଓ ଧମକ ଚମକ ଦେଇ ତା ସହିତ ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ । ଏହାସହ ଦଣ୍ଡସରି ଗ୍ରାମପାଖ ରବଣାଗୁଡା ଠାରେ ସେ ନିଜ ମାଉସୀ ଘରେ ରହିବା ସମୟରେ ସେଠାକୁ ଆସି ତାକୁ ଜୋର ଜବରଦସ୍ତ ଡାକି ନେଇ ଲକ୍ଷ୍ମଣ ନିଜ ଘର ପଛପଟେ ବାରମ୍ବାର ଧର୍ଷଣ କରୁଥିଲେ ।

{"id":86746}

କିଛି ଦିନ ପରେ ତା ସ୍ୱାସ୍ଥ୍ୟ ଖରାପ ହେବାରୁ ତା ମା ତାକୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରୀକ୍ଷା କରାଇବା ପରେ ସେ ଚାରି ମାସର ଗର୍ଭବତୀ ଥିବା ଜଣାପଡିଥିଲା । ତେବେ ସାମାଜିକ ଲଜ୍ଜାକୁ ଭୟ କରି ସେ ଜୀବନ ଅତିବାହିତ କରୁଥିବା ପରେ ଆପୋଷ ବୁଝାବଣା ମାଧ୍ୟମରେ ସମାଧାନର ବାଟ ବାହାର କରିବା ପାଇଁ ଲକ୍ଷ୍ମଣକୁ ଝିଅ ଘରକୁ ଡାକିବା ପରେ ସେ ନ ଆସିବାରୁ ଝିଅ ପରିବାର ବାଧ୍ୟ ହୋଇ ଲକ୍ଷ୍ମଣ ଘରକୁ ଯାଇ ବୁଝାସୁଝା କରିବା ପରେ ଆଇନ ଭୟରେ ଝିଅକୁ ତାଙ୍କ ଘରେ ରଖିବାକୁ ପୁଅ ଘରରାଜି ହୋଇଥିଲେ । କିନ୍ତୁ ପରବର୍ତୀ ସମୟରେ ଶାରୀରିକ ନିର୍ଯ୍ୟାତନା ଦେବା ଫଳରେ ସେ ବାଧ୍ୟ ହୋଇ ନିଜ ବାପା ଘରକୁ ଚାଲି ଆସିଥିଲେ । ତେଣୁ ନିଜକୁ ସୁରକ୍ଷା ଯୋଗାଇଦେବା ପାଇଁ ସ୍ବେଚ୍ଛାସେବୀ ସଙ୍ଗଠନ ମା' ଘରର ନବରଙ୍ଗପୁର ଶାଖାର ଅଧ୍ୟକ୍ଷା ଙ୍କ ସହ ଆଜି ନବରଙ୍ଗପୁର ଆରକ୍ଷୀ ଅଧିକ୍ଷକଙ୍କ ସହ ସାକ୍ଷାତ କରି ନିଜ ପାଇଁ ନ୍ୟାୟ ଭିକ୍ଷା କରିଥିବା ଗର୍ଭବତୀ ନାବାଳିକା ଜଣକ ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.