କନ୍ଧମାଳ ପରେ ଢେଙ୍କାନାଳ ଓ କଳାହାଣ୍ଡିରେ ସ୍କୁଲ ଛାତ୍ରୀ ଗର୍ଭବତୀ : ଜାଣନ୍ତୁ ପୂରା ଘଟଣା

Published By : Prameya-News7 Bureau | January 18, 2019 IST

ଭୁବନେଶ୍ବର ୧୮|୧: କନ୍ଧମାଳ ପରେ ଢେଙ୍କାନାଳ । ପୁଣି ଜଣେ ଆଶ୍ରମ ସ୍କୁଲର ନାବାଳିକା ଗର୍ଭବତୀ । ଢେଙ୍କାନାଳ ସପ୍ତଶଯ୍ୟା ଆଶ୍ରମ ସ୍କୁଲର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ୩ ମାସର ଗର୍ଭବତୀ ହୋଇଥିବା ଜଣାପଡ଼ିଛି । ପ୍ରଧାନଶିକ୍ଷକ ଏ ସମ୍ପର୍କରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଜଣାଇବା ସହ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।...

{"id":75444}

ଗ୍ରୀନବାଡ଼ି କଳଙ୍କ ପୁଣି ଆଉ ଏକ ଆବାସିକ ସ୍କୁଲରେ ।  ପୁଣି ଲଜ୍ଜା  ଆଉ ଜଣେ ଆବାସିକ ସ୍କୁଲର ଛାତ୍ରୀ ଗର୍ଭବତୀ । ଢେଙ୍କାନାଳ ସଦର ବ୍ଲକ ସପ୍ତଶଯ୍ୟା ଆଶ୍ରମ ସ୍କୁଲର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ୩ ମାସର ଗର୍ଭବତୀ । ଏହି ଘଟଣା ପଦାକୁ ଆସିବା ପରେ ସ୍କୁଲର ପ୍ରଧାନଶିକ୍ଷକ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଜଣାଇଛନ୍ତି। ସଦର ଥାନାରେ ଅଭିଯୋଗ କରିଛନ୍ତି । ଡିଡବ୍ଲୁଓ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ସିଡବ୍ଲୁସି ଟିମ୍ ସ୍କୁଲରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି।...

{"id":75445}

କିଛି ମାସ ତଳେ ସରଖିଆ ଆଶ୍ରମ ସ୍କୁଲର ଜଣେ ଛାତ୍ରୀ ଗର୍ଭବତୀ ହେବା ପରେ ସ୍କୁଲ କର୍ତ୍ତୃପକ୍ଷ ବେଆଇନ ଭାବେ ଏକ ନର୍ସିଂ ହୋମରେ ଗର୍ଭପାତ କରାଇଥିବା ଚର୍ଚ୍ଚାର ବିଷୟ ହୋଇଥିଲା । ଏବେ ସପ୍ତସଯ୍ୟା ଆଶ୍ରମ ସ୍କୁଲରେ ସେଇ ସମାନ ଅଭିଯୋଗ ଆସିବା ପରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହା ପଛରେ ଶିକ୍ଷକମାନଙ୍କର ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି । ସେପଟେ ଛାତ୍ରୀଙ୍କର ଜଣେ ଦୂର ସମ୍ପର୍କୀୟ ନାବାଳକ ମାମୁଙ୍କୁ ପୋଲିସ ଅଟକ ରଖି ପଚରାଉଚୁରା କରୁଛି ।....

{"id":75446}

ସେପଟେ କଳାହାଣ୍ଡି ନବୋଦୟ ବିଦ୍ୟାଳୟରେ ପୁଣି ସମାନ ଘଟଣା । ଅଷ୍ଟମ ଶ୍ରେଣୀ ଛାତ୍ରୀ ଗର୍ଭବତୀ । ଛାତ୍ରୀ ଙ୍କର ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ତାଙ୍କୁ ଭବାନୀପାଟଣା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ ସୁଚନା ଆନୁଯାୟୀ ଛାତ୍ରୀ ଙ୍କ ଗର୍ଭପାତ ଯୋଗୁଁ ଅତ୍ୟଧିକ ରକ୍ତସ୍ରାବ ହେଉଥିଲା ।

{"id":75448}

ସ୍ଥିତି ସଂକଟାପନ୍ନ ଥିବାରୁ ତାଙ୍କୁ ବୁର୍ଲ। ସ୍ଥାନାନ୍ତର କରାଯାଇଥିଲା । ହେଲେ  ଛାତ୍ରୀ ଗର୍ଭବତୀ  ନେଇ ସ୍କୁଲ କର୍ତ୍ତୃପକ୍ଷ ନା ତାଙ୍କ ପରିବାର କୌଣସି ଲିଖିତ ଏତଲା  ଥାନା ରେ ଦେଇଥିଲେ । ଡାକ୍ତରଖାନାର ସୂଚନା ଆଧାରରେ ଜିଲ୍ଲା ପ୍ରଶାସନ ଘଟଣା ର ତଦନ୍ତ ନିର୍ଦ୍ଦଶେ ଦେଇଛି। ଲୋକ ଲଜ୍ୟା ପାଇଁ ଛାତ୍ରୀ କୁ ପରିବାର ଲୋକେ ବିହାର ନେଇ ଯାଇନ୍ତି  । ହେଲେ ଛାତ୍ରୀ କିପରି ଗର୍ଭବତୀ ହଲେ ତାହା ବର୍ତମାନ ସ୍ପଷ୍ଟ ହୋଇ ନାହିଁ । 

{"id":75447}

ରାଜ୍ୟ ସରକାର ଙ୍କ ଆବାସିକ ହଷ୍ଟେଲ ରୁ କେନ୍ଦ୍ର ସରକାର ଙ୍କ ନବୋଦୟ ହଷ୍ଟେଲ ପର୍ଯ୍ୟନ୍ତ  ଶିଶୁ କନ୍ୟା ନିର୍ଯାତନା ମାମଲା ସମାଜକୁ ଲଜ୍ବିତ କରିବାରେ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.