ଭୁବନେଶ୍ୱରରେ ଆହୁରି ୩ କରୋନା ସଂକ୍ରମିତ ଚିହ୍ନଟ, ମୋଟ ସଂଖ୍ୟା ୯କୁ ବୃଦ୍ଧି

Published By : Prameya-News7 Bureau | April 03, 2020 IST

ଭୁବନେଶ୍ୱର, ୦୩|୦୪: ଭୁବନେଶ୍ୱର ବମିଖାଲ ଅଞ୍ଚଳରୁ ଆହୁରି ୩ଜଣ କରୋନା ପଜିଟିଭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯ରେ ପହଁଚିଛି । ଆଜି ସକାଳେ କଟକରୁ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ ।

wp:core-embed/twitter {"url":"https://twitter.com/HFWOdisha/status/1246066255779393539","type":"rich","providerNameSlug":"twitter","className":""}
https://twitter.com/HFWOdisha/status/1246066255779393539
/wp:core-embed/twitter

ସାରା ଦେଶରେ କରୋନା ଆତଙ୍କ ସୃଷ୍ଟି କରିଛି । ଓଡିଶାରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଜି ଗୋଟିଏ ଦିନରେ ରଜ୍ୟରୁ ୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସକାଳେ କଟକ ବକ୍ସିବଜାରରୁ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସଂଧ୍ୟାରେ ଭୁବନେଶ୍ୱରରୁ ୩ଜଣ କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ୩ଜଣ ବମିଖାଲ ଅଞ୍ଚଳର ହୋଇଥିବା ଜଣାପଡିଛି । ଫଳରେ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯ରେ ପହଁଚିଛି ।

ତେବେ ଭୁବନେଶ୍ୱରକୁ ଆସନ୍ତା ୪୮ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ସଟଡାଉନ କରାଯାଇଛି । କାରଣ ସୂର୍ଯନଗରରୁ ଚିହ୍ନଟ ହୋଇଥିବା କରୋନା ସଂକ୍ରମିତଙ୍କ କୌଣସି ଟ୍ରାଭେଲ ହିଷ୍ଟ୍ରୀ ନଥିଲେ ମଧ୍ୟ ସେ ସଂକ୍ରମିତ ହୋଇଥିଲେ । ଫଳରେ ସୂର୍ଯ୍ୟନଗଗର ଅଞ୍ଚଳକୁ ସମ୍ପୂର୍ଣ୍ଣ ସିଲ୍ କରାଯାଇଛି । ଏହାସହ ଭୁବନେଶ୍ୱର, କଟକ ଓ ଭଦ୍ରକ ସହରକୁ ଆଜି ରାତି ୮ଟାରୁ ରବିବାର ରାତି ୮ଟା ଯାଏଁ ସଟଡାଉନ କରାଯାଇଛି । ଏହି ସମୟରେ ପ୍ରାୟ ସମସ୍ତ ଗାଡି ଚଳାଚଳ ବନ୍ଦ ରଖାଯିବା ସହ ଦୋକାନ ବଜାର ମଧ୍ୟ ବନ୍ଦ ରହିବ ବୋଲି ଆଜି ସରକାର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.