Thursday, December 12, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବାତିଲ ହୋଇଥିବା ୨୦ଟି ଖଣିର ହେବ ନୂଆ ଟେଣ୍ଡର

ଭୁବନେଶ୍ବର ୩।୧୨: ରାଜ୍ୟରେ ବାତିଲ ହୋଇଥିବା ୨୦ଖଣିର ଟେଣ୍ଡର ପୁଣି ଥରେ କରାଯିବ । ଖଣି ନିଲାମ ପାଇଁ ୧୭୭ ଆବେଦନ ଆସିଥିଲା । ଟେକ୍ନିକାଲ ବିଡ୍ ସମୟରେ ତ୍ରୁଟି ଦେଖାଗଲା । ମୂଳ କମ୍ପାନୀ ଓ ସବସିଡିଆରି କମ୍ପାନୀ ନାଁରେ ଟେଣ୍ଡର ଆବେଦନ କରିଥିଲେ ।

ଖଣି ନିଲାମ ନିୟମ ଅନୁସାରେ ଗୋଟିଏ କମ୍ପାନୀ ସବସିଡିଆରି ଓ ମୂଳ କମ୍ପାନୀ ଭାବେ ଆବେଦନ କରି ପାରିବନାହିଁ । ସେଥିପାଇଁ ସରକାର ସ୍ଵଚ୍ଛତା ଆଣିବା ପାଇଁ ଟେଣ୍ଡର ବାତିଲ କରିଛନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି ଖଣି ନିର୍ଦ୍ଦେଶକ ଦୀପକ ମହାନ୍ତି ।

ଆସନ୍ତା ୬ ତାରିଖରେ ପୁଣି ୨୦ଟି ଖଣି ନିଲାମ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ । ଗୋଟିଏ କମ୍ପାନୀ ଭିନ୍ନ ଭିନ୍ନ ନାଁରେ ଭାଗ ନେଇ ପାରିବ ନାହିଁ ବୋଲି ଏଥିଲେ ସର୍ତ୍ତ ରଖାଯିବ । ଏ ସମସ୍ତ ନିଲାମ ପ୍ରକ୍ରିୟା ଆସନ୍ତା ମାର୍ଚ୍ଚ ୩୧ ସୁଦ୍ଧା ଶେଷହେବ ବୋଲି ଖଣି ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

112 Views

   ସମ୍ବନ୍ଧିତ ଖବର