Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦୂତିଙ୍କୁ ଆଉ ଦେଢ଼ କୋଟି ଟଙ୍କା ପୁରସ୍କାର ଦେଲେ ମୁଖ୍ୟମନ୍ତ୍ରୀ

30/08/2018 at 3:03 AM

ଭୁବନେଶ୍ୱର ୩୦/୮ : ଏସିଆ କ୍ରୀଡାର ରୂପ ରାଣୀ ଦୁତି ଚାନ୍ଦଙ୍କ ପାଇଁ ଆଉ ଦେଢ଼ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଗତକାଲି ୨୦୦ ମିଟର ଦୌଡରେ ଦୁତି ରୋପ୍ୟ ପଦକ ଜିତିଥିବାରୁ ମୁଖ୍ୟମନ୍ତ୍ରୀ ଦୁତିଙ୍କୁ ଅଭିନନ୍ଦନ ଜଣାଇବା ସହ ଏହି ପୁରସ୍କାର ରାଶି ଘୋଷଣା କରିଛନ୍ତି | କେବଳ ସେତିକି ନୁହେଁ ଅଲମ୍ପିକ ପାଇଁ ତାଲିମ ନେବା ପାଇଁ ମଧ୍ୟ ଦୁତିଙ୍କୁ ରାଜ୍ୟ ସରକାର ସହଯୋଗ କରିବେ | ଏସିଆ କ୍ରୀଡାର ୧୦୦ ମିଟର ଦୌଡରେ ଦୁତି ରୋପ୍ୟ ପଦକ ହାସଲ କରିବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ତାଙ୍କ ପାଇଁ ଦେଢ଼ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ | ୨ଟି ପଦକ ପାଇଁ ଦୁତି ebe ରାଜ୍ୟ ସରକାରଙ୍କ ଠାରୁ ୩ କୋଟି ଟଙ୍କାର ପୁରସ୍କାର ରାଶି ପାଇବେ | ଦୁତି ଏସିଆ କ୍ରୀଡାରେ ଆଉ ଗୋଟିଏ ଇଭେଣ୍ଟ ରିଲେ ରେସରେ ଅଂଶଗ୍ରହଣ କରିବେ | ଏହିଥିରେ ମଧ୍ୟ ଦୁତି ସଫଳତା ହାସଲ କରିବେ ବୋଲି ରାଜ୍ୟବାସୀ ଆଶା ରଖିଛନ୍ତି |

   Related Posts