Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ୟାସ ପରେ ଚାଲିଛି ପୁନରୁଦ୍ଧାର କାର୍ଯ୍ୟ : ସେପଟେ ଫୁଲୁଛି ବୈତରଣୀ, ବଢିଲା ବନ୍ୟା ଭୟ

27/05/2021 at 2:27 PM

ଭଦ୍ରକ ୨୭/୫: ବାତ୍ୟା ୟାସ ପ୍ରଭାବିତ ଜିଲ୍ଲାମାନଙ୍କରେ ଆରମ୍ଭ ହୋଇଛି ପୁନରୁଦ୍ଧାର କାମ । ଅଗ୍ନିଶମ ବାହିନୀ, ଓଡ୍ରାଫ ଠାରୁ ଆରମ୍ଭ କରି ସମସ୍ତ ବିଭାଗ ଏବେ ଯୁଦ୍ଧକାଳୀନ ଭିତ୍ତି ରେ କାର୍ଯ୍ୟ ଆରମ୍ଭ କରୁଛନ୍ତି । କେତେକ ଅଞ୍ଚଳରୁ ପାଣି ଛାଡୁଥିବା ବେଳେ ଅନେକ ଅଞ୍ଚଳରୁ ଗଛ କଟା ଚାଲିଛି । କେତେକ ସ୍ଥାନରେ ଘର ଉପରେ ପଡିଥିବା ଗଛକୁ କାଟି ସଫା କରୁଛନ୍ତି ଅଗ୍ନିଶମ ବାହିନୀ ।

ଅନେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଗୁଡିକୁ ମରାମତି କରି ବିଦ୍ୟୁତ ସଂଯୋଗ କରାଯାଇଥିଲେ ମଧ୍ୟ ବହୁତ ସ୍ଥାନ ରେ ପୁନରୁଦ୍ଧାର କାର୍ଯ୍ୟ ଜାରୀ ରହିଛି । ଟ୍ୟାଙ୍କର ଯୋଗେ ପାଣି ଯୋଗାଇବା ସହ ଜେନେରେଟର ଓ ଆସ୍କା ଲାଇଟ ଦ୍ଵାରା ସେଲଟର ସେଣ୍ଟର ଓ କେତେକ ସ୍ଥାନ କୁ ଆଲୋକ ଯୋଗାଇ ଦିଆଯାଉଛି । ସ୍ଥାନାନ୍ତର ହୋଇଥିବା ଲୋକ ଙ୍କ ପାଇଁ ପ୍ରଶାସନ ତରଫରୁ ରନ୍ଧା ଖାଦ୍ୟ ସହ ଶୁଖିଲା ଖାଦ୍ୟ ଯୋଗାଇଦିଆଯାଉଛି । ଜିଲ୍ଲାପାଳଙ୍କ ସହ ଅଧକାରୀ ମାନେ ବାତ୍ୟା ପରର ସ୍ଥିତି ଅନୁଧ୍ୟାନ କରୁଛନ୍ତି ।

ସେପଟେ ବାତ୍ୟା ୟାସର ଭୟ ମନରୁ ନଜାଉଣୁ ଫୁଣି ଦେଖାଦେଲାଣି ବନ୍ୟା ବିପଦ । ଜିଲ୍ଲାର ଆଖୁଆପଦା ଆନିକଟ ଠାରେ ବୈତରଣୀ ନଦୀ ବିପଦ ସଂକେତ ଟପିଛି । ବିପଦ ସଙ୍କେତ ୧୭.୮୩ ଥିବାବେଳେ ବିପଦ ସଙ୍କେତ ଉର୍ଦ୍ଧ୍ୱରେ ଚାଲିଛି ବନ୍ୟା ଜଳ । କେନ୍ଦୁଝର, ସୋମପାଟଣା ଓ ଆନନ୍ଦପୁର ଠାରେ ବର୍ଷା ର ପରିମାଣ ଅଧିକ ହୋଇଥିବାରୁ ବୈତରଣୀ ନଦୀ ରେ ବନ୍ୟା ପରିସ୍ଥିତି ସୃଷ୍ଠୀ ହୋଇଛି ।

ଭଣ୍ଡାରୀପୋଖରୀ ବ୍ଲକ ପ୍ରଶାସନ ଓ ଧାମନଗର ପୋଲିସ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ବନ୍ୟା ସ୍ଥିତିକୁ ନେଇ ଘୋଷଣା କରୁଛନ୍ତି । ସମସ୍ତ ତଳିଆ ଅଞ୍ଚଳ ର ଲୋକେ ନିଜ ନିଜର ଗୁରୁତ୍ୱପୂର୍ଣ୍ଣ ମୁଲ୍ୟବାନ ସାମଗ୍ରୀକୁ ସାଙ୍ଗରେ ନେଇ ଘର ଛାଡିବା ପାଇଁ ଅନୁରୋଧ କରାଯାଇଛି । ତଳିଆ ଅଞ୍ଚଳବାସୀ ନିକଟସ୍ଥ ବନ୍ୟା ଆଶ୍ରୟ ସ୍ଥଳୀ କିମ୍ବା ପଞ୍ଚାୟତ ତରଫରୁ ହୋଇଥିବା ଅସ୍ଥୟୀ ଆଶ୍ରୟ ସ୍ଥଳୀକୁ ପଳାଇ ଆସି ରହିବା ପାଇଁ କହିଛି ପ୍ରଶାସନ ।

   Related Posts